ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କାମାକ୍ଷାନଗର ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଉଦଘାଟିତ

ଢେଙ୍କାନାଳ, କାମାକ୍ଷାନଗର 24/8/22  ଆଜି ଦିବା ୧୦ ଘଟିକା ସମୟରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କାମାକ୍ଷାନଗର ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଗୈାର ଚନ୍ଦ୍ର ନନ୍ଦ ମହୋଦୟଙ୍କ ସଭାପତିତ୍ବରେ ଉଦଘାଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ଵାଇସିଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ବେହେରା ମହୋଦୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଆଚାର୍ଯ୍ୟ ଶ୍ରୀ ପ୍ରବୋଧ କୁମାର ମହାପାତ୍ର ମହୋଦୟ ମୂଖ୍ୟ ଅତିଥି ଓ ଵକ୍ତା ଭାବେ ଯୋଗଦେଇଥିଲେ । ଉକ୍ତ ଉତ୍ସବ ରେ ସମ୍ମାନୀୟ ଅତିଥି ଭାବେ କାମାକ୍ଷାନଗର ସମ୍ଵାଦିକ ସଂଘ ସଭାପତି ଶ୍ରୀ ଅକ୍ଷୟ କୁମାର ନନ୍ଦ , ମୁକ୍ତାପଶି ସରକାରୀ ଉ:ପ୍ରା ବିଦ୍ୟାଳୟ କଳା ଶିକ୍ଷକ ତଥା ରଜ୍ୟ ପୁରସ୍କୃତ ଚିତ୍ରଶିଳ୍ପୀ ଶ୍ରୀମାନ ପ୍ରଦୀପ ଷେଣ୍ଢ ,କାମାକ୍ଷାନଗର ଉପଖଣ୍ଡ ନନ୍ଦିଘୋଷ ଟିଭି ପ୍ରତିନିଧି ଶ୍ରୀ ହୃଦୟ ବଲ୍ଲଭ ମିଶ୍ର ଏଵଂ କାମାକ୍ଷାନଗର ଉପଖଣ୍ଡ ଓଡିଶା ସମ୍ବାଦ ପ୍ରତିନିଧି ଶ୍ରୀମାନ ହରେକୃଷ୍ଣ ରାଉତ ଯୋଗ ଦେଇ ଥିଲେ। ବିଜ୍ଞାନ ଆମ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଅନ୍ତର୍ନିହିତ ଗୁଣକୁ ବିକାଶ କରିଥାଏ । ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଆମେ ଆମର ଗୁଣବତ୍ତା କୁ ବୃଦ୍ଧି କରିଥାଉ ବୋଲି ମାନ୍ୟ ଗଣ୍ୟ ଅତିଥି ବୃନ୍ଦ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ପ୍ରଦାନ କରି ନିଜର ମତ ପ୍ରକାଶ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ କିଶୋର ବିଭାଗରେ ୧୦ ଟି ,ଵାଲ୍ ବିଭାଗରେ ୨୨ ଟି, ଶିଶୁ ବିଭାଗରେ ୩୪ ଟି , ପ୍ରକଳ୍ପ ଓ ୩ୟ ଶ୍ରେଣୀରେ ୫୦ ଟି ପ୍ରକଳ୍ପ,୧ମ ଶ୍ରେଣୀରେ ୩୫ ଟି ପ୍ରକଳ୍ପ ଶିଶୁ ମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା । ୯ମ ଓ ଦଶମ ଶ୍ରେଣୀରେ ଧ୍ଵନୀ ତରଙ୍ଗ ସମ୍ବନ୍ଧରେ ପ୍ରକଳ୍ପ ଆସିଥିବା ବେଳେ ୬ଷ୍ଠ ରୁ ୮ମ ଶ୍ରେଣୀରେ ଭଉଣୀ ମାନେ ଜଳ ଓ ବାୟୁ ପ୍ରଦୂଷଣ , ଉଦ୍ଭିଦର ଅଙ୍ଗ ପ୍ରତ୍ୟଙ୍ଗ ,ଶକ୍ତି ସଂରକ୍ଷଣ ଇତ୍ୟାଦି ନମୁନା ଗୁଡିକ ପ୍ରଦର୍ଶିତ ହୋଇଥିଲା ।ଏହି ପରିପ୍ରେକ୍ଷୀରେ ପ୍ରଥମ ଶ୍ରେଣୀରେ ଆଚାର୍ଯ୍ୟା ଶ୍ରୀମତୀ ସୂଜାତା ଗୁରୁମା, ୨ୟ ଓ ୩ୟ ଶ୍ରେଣୀରେ ଶ୍ରୀମତୀ ସବିତା ଗୁରୁ ମା, ଶ୍ରୀମତୀ ମାନସୀ ଗୁରୁମା , ଚତୁର୍ଥ ଓ ପଞ୍ଚମ ଶ୍ରେଣୀରେ ଶ୍ରୀମତୀ ସଂଯୁକ୍ତା ଗୁରୁମା ଓ ଶ୍ରୀମତୀ ସୁନିତା ଗୁରୁମା , ଚତୁର୍ଥ ଓ ପଞ୍ଚମ ଶ୍ରେଣୀରେ ଶ୍ରୀ ଜଗବନ୍ଧୁ ଗୁରୁଜୀ, ଶ୍ରୀ ସାଇ ସ୍ଵରୂପ ଗୁରୁଜୀ, ୬ଷ୍ଠ ରୁ ୮ମ ଶ୍ରେଣୀରେ ଶ୍ରୀ ମଳୟ ଗୁରୁଜୀ, ଶ୍ରୀମତୀ ସୁନିତା ଗୁରୁମା, ୯ମ ଓ ୧୦ମ ଶ୍ରେଣୀରେ ଶ୍ରୀ କାମାକ୍ଷା ପ୍ରସାଦ ଗୁରୁଜୀ ,ଶ୍ରୀ ଜଗମୋହନ ଗୁରୁଜୀ ଶିଶୁ ମାନଙ୍କ ପ୍ରକଳ୍ପ ପ୍ରସ୍ତୁତି କରାଇଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦମୁଦୁଲି ଙ୍କ ରିପୋର୍ଟ

Related posts

ପୁରୁଣା ପେନସନ୍ ଯୋଜନା ଅଭିଯାନ ନେଇ ପ୍ରସ୍ତୁତି

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଦଗ୍ଧ ଏ ହୃଦତଳେ ।।

Sunil Chandra Nayak

ରାଜନୈତିକ ପଶାପାଲି ରେ ଚାପି ହୋଇଯାଇଛି ଧର୍ମଗଡ ଆଇଟିଆଇ

Leave a Comment

error: Content is protected !!