ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା କୁକୁଡା ଫିଷ୍ଟି

କୁକୁଡା ଫିଷ୍ଟି

ଅପର୍ତ୍ତି ସେଠୀ

        (ରମ୍ୟ ରଚନା)
କଲରବାଆର୍ଡ କିମ୍ବା ବ୍ରୟଲର
      କୁକୁଡ଼ା ଚଳିବ ନାହିଁ,
ଖୋଜିଖୋଜି ଆଣ ଦେଶୀ କୁକୁଡ଼ାକୁ
       ଫିଇଷ୍ଟ‌୍ କରିବା ଭାଇ।
କୁକୁଡ଼ା ଆସିବ ଆଉ କେତେବେଳେ
       ରାତି ନ‌ଅ ବାଜିଲାଣି,
ମାଲ୍‌ଟିକେ ପୁଣି ମାରିବା ପାଇଁକି
       ମନ ଉଚ୍ଛନ୍ନ ହେଲାଣି।
ମଦପିଆ ହେଲା ନିଶା ଚଢିଗଲା
       କୁକୁଡ଼ା ଖୋଜା ଚାଲିଲା, 
ବାରଟା ରାତିରେ କୁକୁଡ଼ା ସ‌ଉଦା
       ଆସି ସେଠି ପହଞ୍ଚିଲା।
କଷା ମାଂସ ପାଇଁ ମଦ ରଖାଗଲା
       ରୋଷେଇ ବ୍ୟବସ୍ଥା ହେଲା,
କୁକୁଡ଼ା ବେକକୁ କିଏ ସେ ମୋଡିବ‌
        ଠେଲାପେଲା ଲାଗିଗଲା।
ଚଗଲା କହିଲା କୁକୁଡ଼ା ବେକକୁ
        ମୁଁ ପରା ଦେବି ମୋଡ଼ି,
ନିଶାରେ ଦୋହଲି ଝୁଲିଝୁଲି‌ ଆସି
        କୁକୁଡ଼ାକୁ ନେଲା ଧରି।
କୁକୁଡ଼ା ବେକକୁ ମୋଡିବାକୁ ଯାଏ 
        କୁକୁଡ଼ାଟି ଉଡିଗଲା,
ଜୀବନ ବିକଳେ ପାଳଗଦା ଦେଖି
        ତା’ଭିତରେ ଲୁଚିଗଲା।
ସମସ୍ତଙ୍କ ମନ ହୋଇଗଲା‌ ଖଟା
        କୁକୁଡ଼ାଟି ମିଳୁନାହିଁ,
ପାଳଗଦା ଆଉ ବାଉଁଶ ବୁଦାରେ
 ‌‌ ଖୋଜିଲେ ସମସ୍ତେ ଯାଇ।
ଦେଶୀ କୁକୁଡ଼ାକୁ ଖୋଜୁ ଖୋଜୁ ପୁଣି
        ରାତିଟା ଯେ ଗଲା ପାହି,
ଖୋଜିଖୋଜି କିନ୍ତୁ ହାଲିଆହୋଇଲେ
        କୁକୁଡ଼ା ପାଇଲେ ନାହିଁ।
ସକାଳ ହୋଇଲା କୁକୁଡାଟି ଯେଣୁ
        ରାବଟିଏ‌ ମାରିଦେଲା,
କୁକୁଡ଼ା ଶବଦ‌ ଶୁଣି ଯେ ଚଗଲା
        ଶୀଘ୍ର ଦ‌ଉଡିକି ଗଲା।
ଦେଶୀ ଗଞ୍ଜାଟିଏ ଭାରି ଚତୁର ସେ 
        ଫୁଡ୍ ‌କିନା ଉଡିଗଲା,
ନିଜ ମାଲିକର ଭାଡି ଭିତରେ ସେ
        ସନ୍ତର୍ପଣେ ପଶିଗଲା।
ଫିଷ୍ଟ‌୍‌ ବାଲାଙ୍କର ଯିଦିଲାଗିଅଛି
       ପହଞ୍ଚିଲେ ଯାଇ ସେଠି,
କୁକୁଡ଼ା ମାଲିକ ସହିତରେ ଯାଇ
      କରିଲେ ସେମାନେ ପାଟି।
ହକ‌ ଟଙ୍କା ଦେଲୁ କୁକୁଡ଼ା କିଣିଲୁ
      ରାତିଟା ଅନିଦ୍ରା ହେଲୁ,
ହେଲେ କୁକୁଡ଼ା ତୋ ଭାଡିରେ ପଶିଛି
      ମାଂସ ଖାଇ ନ ପାରିଲୁ।
କୁକୁଡ଼ା ମାଲିକ କହିଲା ତମେରେ
      ଗାଆଁର ଘୋଡ଼ା ମଦୁଆ,
ସକାଳୁ ପୁଉଣି କୁକୁଡ଼ା ମାଗୁଛ
      ଭାବିଛ ଭାରି ବୁଦ୍ଧିଆ। 
ଚଗଲାଟି ଆଉ ସହି ପାରିଲାନି
      ମୁଥଟାଏ‌ ମାରିଦେଲା,
କୁକୁଡ଼ା ମାଲିକ ସ୍ତ୍ରୀ ଚଗଲାକୁ
      ଛାଞ୍ଚୁଣିରେ ସେକିଦେଲା।
ହୋହାଲ୍ଲା ସେଠି ଲାଗିଗଲା ପାଲା
       ଗାଆଁ ନିଶାପ ବସିଲା,
ମଦୁଆଯେତେକଜୋରିମାନା ଦେଲେ
       ଭୁଲ୍ ବି ତାଙ୍କର ହେଲା।
କୁକୁଡ଼ା କିଣିଲେ‌ ପ‌ଇସା ଗଣିଲେ
       ଖାଇ ପାରିଲେନି ମାଂସ,
ଭୁଲ୍ ମାଗିଲେ ଜୋରିମାନା ଦେଲେ
       ମଦ କଲା ସର୍ବନାଶ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

 

Related posts

ଫାର୍ମ ହାଉସ ପୋଡ଼ି ପାଉଁଶ, ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି

Sunil Chandra Nayak

କୋକସରା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ବାହୁଡା଼ ଯାତ୍ରା                   

Leave a Comment

error: Content is protected !!