ରାଇଘର ୮/୧ ନବରଙ୍ଗପୁର ଜିଲା ରାଇଘର ଠାରେ ୮ ଦିନ ଧରି ଚାଲିଥିବା ରାଇଘର ମିନି ଷ୍ଟାଡିୟମ ଠାରେ ଜୟ ମା ଠାକୁରାଣୀ ୟାଇଏସସିସି କ୍ରିକେଟ ଟୁର୍ନାମେଣ୍ଟ ର ଆଜି ଫାଇନାଲ ଖେଳ ହୋଇଯାଇଛି ,ଏହି ଟୁର୍ଣ୍ଣାମେଣ୍ଟ ରେ ୧୬ ଟି ଦଳ ଭାଗ ନେଇଥିବା ବେଳେ ଛତ୍ତିଶଗଡ଼ ର ଖେଳଳି ମଧ୍ୟ ଭାଗ ନେଇଥିଲେ , ସମସ୍ତ ଦଳ କୁ ପଛ ରେ ପକେଇ ଶେଷ ଦିନ ରେ ଟିଟିଲାଗଡ଼ ରାଇଡ଼ର ଆଉ ଉମରକୋଟ ବଜରଙ୍ଗି ୧୧ ଦଳ ସହ ଫାଇନାଲ ଖେଳ ହୋଇଥିଲା,
ଏଥିରେ ଟିଟଲାଗଡ଼ ଦଳ ଟଚ ଜିତିବା ପରେ ପ୍ରଥମେ ବେଟିଗଂ କରିଥିଲେ ୧୬ ଓଵର ରେ ୧୬୧ ରନ୍ ମାରି ଥିବା ବେଳେ ଉମରକୋଟ ବଜରଙ୍ଗି ୧୧ ଦଳ ୫ ଉଇକେଟ ରେ ବିଜୟୀ ଲାଭ କରିଅଛି , ୟାଇଏସସିସି ଟୁର୍ନାମେଣ୍ଟ ର ସଭାପତି ରିଜୁଅନ ଅଲି,ଉପ ସଭାପତି ଶକ୍ତି ଜେନା,
କୋଷାଧକ୍ଷ ସିଵା ଶ୍ରୀବାସ୍ତବ,ସମ୍ପାଦକ ଉଦୟ ଚନ୍ଦ୍ର ଗୌଡ଼ ଙ୍କ ସହ ତିରିଶି ଜଣ ଯୁବଗୋଷ୍ଠୀ କମିଟି ରେ ସାମିଲ ହୋଇଥିଲେ,ଆଜିର ଫାଇନାଲ ଖେଳ ଦେଖିବା ପାଇଁ ଷ୍ଟାଡିଅମ ରେ ୧୫ ହଜାର ଋ ଉର୍ଦ୍ଧ ଦର୍ଶକ ଭିଡ଼ ଦେଖିବାକୁ ମିଳିଥିଲା, ଉମରକୋଟ ବଜରଙ୍ଗୀ ଦଳ କୁ ୫୧ ହଜାର ଟଙ୍କା ସହ ଟ୍ରଫି ଏବଂ ରନର ଦଳ କୁ ୩୧ ହଜାର ଟଙ୍କା ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା,ଆଜିର ମୁଖ୍ୟ ଅତିଥି ଭାବେ
ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏବଂ ରାଇଘର ବ୍ଲକ ଅଧକ୍ଷା ନବୀନା ନାୟକ ଯୋଗ ଦେଇଥିବା ବେଳେ ସାମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ପରିଷଦ ର ଉପାଧକ୍ଷା ଲିପିକା ବାରୋଇ, ଆଦିବାସୀ ଉନ୍ନୟନ ବିକାଶ ପରିଷଦ ର ଅଧକ୍ଷ ଉପେନ୍ଦ୍ର ଗଣ୍ଡ, ବିଜେପି ଯୁବମୋର୍ଚ୍ଚା କୋଷାଧକ୍ଷ ସନ୍ତୋଷ ମହାପାତ୍ର,ପୂର୍ବତନ ବିଧାୟକ ସୁବାସ ଗଣ୍ଡ,ରାଇଘର ସରପଞ୍ଚ ଲମ୍ବୋଧର ମାଝୀ, ୧ ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟ ଯତୀନ୍ଦ ନାଥ ଗଣ୍ଡ,୪ ନମ୍ବର ଜୋନ ର ଜିଲ୍ଲା ପରିଷଦ ର ସଭ୍ୟ ଖଗେଶ୍ୱର ହରିଜନ ଙ୍କ ସହ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ |
ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍


