ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଟେର ବସ ଷ୍ଟାଣ୍ଡ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସ ର ତଦନ୍ତ ଜାରି

କୋକସରା,୨୪/୮- ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଛକ ବସଷ୍ଟାଣ୍ଡ ନିକଟସ୍ଥ ଦୁର୍ଗା ମଣ୍ଡପ ନିକଟରେ ବୁଧବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ରହିଥିବା ଦେଖି ସ୍ଥାନୀୟ ଲୋକେ ମୋଟେର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ଯୁବକ ଜଣକ ମୋଟେର ଗ୍ରାମର ଶାନ୍ତି ନଗର ପଡାର ନାରାୟଣ ସରାଫ(୪୭) ବୋଲି ଜଣାପଡିଛି। ତେବେ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ଓ କୋକସରା ଥାନା କେଶ ନମ୍ବର ୧୬/୨୨ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ମୋଟେର ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।

Related posts

ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଙ୍କ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ନେଇ ବିଧାନସଭା ରେ ପ୍ରଶ୍ନ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଅସଂଜତ ଏ ସଂଜ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!