ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା ଅଭିଶପ୍ତ ଜୀବନ 

ଅଭିଶପ୍ତ ଜୀବନ 

           

  କବିତା ସାହୁ   

ଗ୍ରୀଷ୍ମର ରୌଦ୍ରତାପ ଠାରୁ ତୀକ୍ଷ୍ଣ 
ତୁମର ବାକ୍ଯ ବାଣ ଭେଦେ ଶରୀର ।
ଡହଡହ ଖରାରେ ଭୂମି ଫାଟି ଆଁ କରେ 
ବର୍ଷାର ଆଗମନେ ସବୁଜିମାରେ ଆଚ୍ଛାଦିତ 
ହସେ ଶୀତଳେ ଧରଣୀ ।
ମୋ ଜୀବନେ ଛାଇ ଯାଇଛି ଘୋର ଅନ୍ଧକାର 
ନା ଶାନ୍ତି ସାନ୍ତ୍ବନା ଶୀତଳ ପରଶ ।
ଖାଲି ମିଛ ନିନ୍ଦା ଅପମାନ ଅପବାଦ ସାର
ପ୍ରତିକ୍ଷଣେ ଜୀବନ ମୋ ଭାଜି ହୁଏ 
ଉତ୍ତପ୍ତ ବାଲିରେ।
ସହଜେ ବଞ୍ଚି ପାରୁଛି ନା ମରି ପାରୁଛି 
ତିଳ ତିଳ ହୋଇ ଖାଲି ଜଳୁଛି।
ଆତ୍ମହତ୍ୟା କରିବି ପାରୁନି 
ପାଦରେ ମୋ ଶିକୁଳି ପଡିଛି।
ଚାରିପାଖରେ ଆତ୍ମିୟ ସ୍ବଜନଙ୍କ ଭିଡ
କିଛିକ୍ଷଣ ଏକାଲା ପଣର ଡର। 
ସବୁକିଛିର ଫେଣ୍ଟା ଫେଣ୍ଟିର ଦରଦକୁ 
ଆଞୁଳାରେ ଭରି ପିଉଛି ପିଇବି 
ଜୀବନ ସାରା ଏହା ବୋଧେ ଲେଖା 
କପାଳେ ମୋର।

ଜୟପୁର 

Related posts

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ରଥ

Sunil Chandra Nayak

ବୌଦ୍ଧ ଜିଲ୍ଲା ଓବିସି ମଞ୍ଚ ତରଫରୁ ସମ୍ବିଧାନ ଦିବସ ଓ ସାଂଗଠାନିକ ବୈଠକ ଅନୁଷ୍ଠିତ

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ଚତୁର୍ଥ ଅଧ୍ଯାୟର ସାରକଥା-୪

Leave a Comment

error: Content is protected !!