ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାକପଲା ବ୍ରିଜ ସାଲୁଙ୍କି ନଈ ରେ ଭାସିଯାଇଥିବା ଯୁବକ ର ଗଳିତ ଶବ ଉଦ୍ଧାର

ଫୁଲବାଣୀ  -: ଗତକାଲି ବୁଧବାର ରାତି ୮ ଟା ସମୟରେ ନଦିଖଣ୍ଡି ଓ ଡାକପଲା କୁ ସଂଯୋଗ କରୁଥିବା ବ୍ରିଜ ଉପରେ ୩ ଫୁଟ ଉଚ୍ଚରେ ସାଲୁଙ୍କି ନଈ ଜଳ ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବା ବେଳେ ଜଣେ ଯୁବକ ମୋଟର ସାଇକେଲ ରେ ଅସାବଧାନତା ଭାବେ ବ୍ରିଜ ପାର ହେଉଥିବା ବେଳେ ନଈରେ ଭାସି ଯାଇଥିଲେ । କାଲି ରାତି ରେ ହିଁ ଡାକପଲା ନିକଟରେ ତୁରନ୍ତ ପହଞ୍ଚି ଅଗ୍ନିଶମ ବାହିନୀ ଏବଂ ଟିମ ହ୍ୟୁମାନିଟି କନ୍ଧମାଳ ର ସଦସ୍ୟ ମାନେ ଭରା ନଈରେ ବହୁତ ଖଜାଖୋଜି ଆରମ୍ଭ କରିଥିଲେ। ଆଜି ମଧ୍ୟ ଅଗ୍ନିଶମ ବାହିନୀ ଏବଂ ଟିମହ୍ୟୁମାନିଟ ସଦସ୍ୟ ମିଳିତ ଭାବେ ଡାକପଲା ବ୍ରିଜ ଠାରୁ ସାଲୁଙ୍କି ନଈ ର ଅନେକ ଦୂର ୧୦ କିଲୋମିଟର ମଧ୍ୟରେ ଉଦ୍ଧାର କାର୍ଯ୍ୟ ଖଜାଖୋଜି ଜାରି ରଖିଥିଲେ। ଗତକାଲି ନଈରେ ଭାସି ଯାଇଥିବା ଯୁବକର ଆଜି ପତା ମିଳିଥିଲା। ବହୁତ ଚେଷ୍ଟା ପରେ ତୁଡିପାଜୁ ପଞ୍ଚାୟତ ଅନ୍ତର୍ଗତ କଲାମ୍ବୁର ଗ୍ରାମ ନିକଟସ୍ଥ ନଦୀ ଡକାଙ୍ଗି କାଠପୋଲ ନିକଟରେ ଯୁବକର ମୃତ ଦେହ ମିଳିଥିଲା। ସେହି ଯୁବକର ମୃତ ଦେହ କୁ ଅଗ୍ନିଶମ ବାହିନୀ ଏବଂ ଫୁଲବାଣୀ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଟିମ ହ୍ୟୁମାନିଟି ର ସଦସ୍ୟ ମାନେ ଉଦ୍ଧାର କରିବା ପରେ ସଦରଥାନା ପୋଲିସ ସେହି ଗଳିତ ଶବ ଜବତ କରିବା ପରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଫୁଲବାଣୀ ମେଡ଼ିକାଲ କୁ ପଠାଇଥିଲେ। ଏହି ଆଭାଵନୀୟ ଘଟଣା ଯୋଗୁଁ ଫୁଲବାଣୀ ସହର ରେ ଏବଂ ନିଜ ପରିବାର ରେ ଶୋକର ଛୟା ଖେଳି ଯାଇଛି।ଭରା ନଈରେ ଭାସି ଯାଇ ମୃତ୍ୟୁ ହୋଇଥିବା ଯୁବକର ଘର ପୋୖର ପରିଷଦ ଅଧିନସ୍ଥ ୱାର୍ଡ ନଂ ୨ ଡାକପଲା ଗ୍ରାମର ନିରଞ୍ଜନ ଘଟାଲ ପୁଅ ତାପସ ଘଟାଲ ୨୬ ବର୍ଷ ବୋଲି ସଦର ଥାନା ପୋଲିସ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ 

Related posts

ଜିଲ୍ଲା ଶିକ୍ଷା ବିଭାଗ ପାଇଁ ସାଂସଦ ପ୍ରତିନିଧି ଭାବେ ଜଗବନ୍ଧୁ ମିଶ୍ର ନିଯୁକ୍ତ

Sunil Chandra Nayak

ଘୋଟିଆ ଗ୍ରାମ ରେ ସ୍ୱଚ୍ଛ ଭାରତ ମିଶନ ତରଫରୁ ଗ୍ରାମ ସଫେଇ ଓ ସଚେତନା ଅଭିଯାନ କାର୍ଯ୍ୟକ୍ରମ 

ଧର୍ମଗଡ଼ ଏନଏସି ପକ୍ଷରୁ ୱେବସାଇଡ ଲୋକାର୍ପିତ

Leave a Comment

error: Content is protected !!