ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟେମରା ଗାଁ ଦାଣ୍ଡ ରେ ଲହଡି ମାରୁଛି ବର୍ଷା ପାଣି, ନିଷ୍କାସନ ପାଇଁ ଦାବି କଲେ ଗ୍ରାମବାସୀ

କୋକସରା,୨୫/୮-( ମ ନି ସ ) ଗାଁ ରାସ୍ତା ରେ ଲହଡି ମାରୁଛି ବର୍ଷା ପାଣି । ବର୍ଷା ପାଣି ନିଷ୍କାସନ ପାଇଁ ଦୃଷ୍ଟି ଦେଉନାହାନ୍ତି ପଞ୍ଚାୟତ କର୍ମଚାରୀ । ଏମିତି ଏକ ଅଭିଯୋଗ ଆସିଛି କୋକସରା ବ୍ଲକ ଟେମରା ପଞ୍ଚାୟତର ଟେମରା ଗାଁ ରୁ। ଟେମରା ଗାଁ ଦାଣ୍ଡରେ ଅଲ୍ପ ବର୍ଷା ହେଲେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଛି । ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା  ବେଳେ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ କିମ୍ବା କର୍ମଚାରୀ ବର୍ଷା ପାଣି ନିଷ୍କାସନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉ ନଥିବା ନେଇ ପୂର୍ବତନ ସମିତି ସଭ୍ୟ ରାଜେନ୍ଦ୍ର ନାଏକ ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଟେମରା ସରପଞ୍ଚ କ୍ଷିତିରାମ ପାତ୍ର ଙ୍କ ପ୍ରତିକ୍ରିୟା ନେବାରୁ ପ୍ରବଳ ବର୍ଷା କାରଣରୁ କିଛି ସ୍ଥାନରେ ବର୍ଷା ପାଣି ନିଷ୍କାସନରେ ଅସୁବିଧା ହେଉଛି । ବର୍ଷା କମିବା ପରେ ରାସ୍ତା ମରାମତି କରାଯିବ ବୋଳି କହିଛନ୍ତି।

Related posts

ମା ତାରିଣୀ କଂ ପବିତ୍ର ପିଠ ଘଟଗାଁ ଠାରେ ତ୍ରିରଙ୍ଗା ଯାତ୍ରା ମହାସମାରୋହରେ ପାଳିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ରେ ଡେଙ୍ଗୁ ରହିତ ମାସ ପାଳନ ପାଇଁ ସଚେତନତା କର୍ମଶାଳା

Sunil Chandra Nayak

ରିଷିଡା ଜେ.କେ.ଏଚ.ଏସ୍.ଏସ୍‌ରେ ମୋ ସ୍କୁଲ ଅଭିଯାନ ବୈଠକ

Sunil Chandra Nayak

Leave a Comment

error: Content is protected !!