ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜ କୁମାର ସାହୁ ଙ୍କ କବିତା ସାଧବ ବୋହୂ

ସାଧବ ବୋହୂ

ସରୋଜ କୁମାର ସାହୁ

ଧରଣୀ ମାଟିର କୋମଳତା ପରେ
ଯେବେଯେବେ ମାଟି ବାସେ
ଉଭା ହୋଇଥାଏ କୋମଳ ତନୁଟି
ଏଇ ଆମ ଚର୍ତୁପାଶେ।
ଦେହଟି ତାହାର ଭାରି ମନୋହର
ସଭିଁଙ୍କ ମନକୁ ମୋହେ
ଚିକ୍କଣ ଦେହକୁ ନାଲି ରଙ୍ଗ ସତେ9
ବୋଳି ଦେଇଆସେ ବହେ।
କୁନିକୁନି ପାଦ ଦିଏ ତା ଆନନ୍ଦ
ଲାଜରେ ଭରା ତା ମୁହଁ
ପାଇଲେ ପରଶ ଝାଉଁଳି ପଡଇ
ହାତେ ଧରି ଅବା ଛୁଇଁ ।
ଢଳଢଳ ହୁଏ ଓଠେ ତାର ହସ
ନୂଆ ବୋହୂଟିଏ ପରି
ଘାସ ଗାଲିଚାର କଅଁଳ ଖରାରେ
ଚାଲେ ଯେବେ ଥିରିଥିରି।
କୁନିକୁନି ପିଲା ଖେଳନ୍ତି ସାଥିରେ
କୁନି ପାପୁଲିରେ ତୋଳି
କେତେ ଆନନ୍ଦ ପାଆନ୍ତି ଛୁଆଁରେ
ପାରିବେନି କେହି କଳି।
ମାଟିର ଦେହରେ ଖେଳିବୁଲି କରି
ମାଟିରେ ତୋଳେ ଘର
ପାଛୋଟି ଆଣଇ ବରଷକେ ଥରେ
ପ୍ରିୟ ସାଥି ସହୋଦର।

ସରୋଜ କୁମାର ସାହୁ

ଆଠଗଡ଼ .କଟକ

 

 

Related posts

ଉତ୍କଳ ମଣୀ ଗୋପବନ୍ଧୁ ଦାସ ଙ୍କର ୯୪ ତମ ପୁଣ୍ୟ ତିଥି ପାଳନ

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ସପ୍ତମ ଅଧ୍ଯାୟର ସାରକଥା–୭

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ୨ ଅଭିଯୁକ୍ତ ଗିରଫ

Sunil Chandra Nayak

Leave a Comment

error: Content is protected !!