Uncategorizedମମତା ସାହୁ ଙ୍କ କବିତା ମେଘ ମହ୍ଲାର by Sunil Chandra NayakAugust 25, 20220128 Share1 ମେଘ ମହ୍ଲାର ଆଦ୍ୟ ଆଷାଢ଼ ପହିଲି ବର୍ଷାରେ ଭିଜା ମାଟି ବାସ୍ନାୟୀତ କଳାମେଘୀ ମେଘ ବିଜୁଳି ଅଧରେ ମଘ ମହ୍ଲାର ସହିତ।। ବିଛେଇ ଦେଇଚି ଧରା ରାଣୀ ହସି ସବୁଜ ପଣତ ତାର ନାନା ପୁଷ୍ପ ଫଳ ବୃକ୍ଷ ଲତା ପୂର୍ଣ୍ଣ ଦିଶେ କେଡେ ସୁମଧୁର।। ମେଘ ମହ୍ଲାର ର ପଦ ଧ୍ୱନିରେ ଯେ ନାଚେ ବିଭୋରେ ମୟୂର ଆହାକି ସୁନ୍ଦର ପ୍ରକୃତିର ଛବି ଓହ୍ଲାଇ ଶ୍ରାବଣ ଧାର।। ଆକାଶ ବକ୍ଷରେ ଖଣ୍ଡ ମେଘ ମାଳେ ଦିଶେ ଇନ୍ଦ୍ରଧନୁ ହସି ମନ ହରିଣୀ ସେ ସଜେଇ ହୋଇଚି ସାତ ରଙ୍ଗ ଅଙ୍ଗେ ଘସି।। ସକଳ ଋତୁ୍ଙ୍କ ମଧ୍ୟେ ଶ୍ରେଷ୍ଠ। ଋତୁ ଅଟଇ ବରଷା କାଳ ଆଷାଢ ଆକାଶେ ବିଜୁଳି ଚମକେ ସ୍ବର ତା ମେଘ ମହ୍ଲାର।। ଧରିତ୍ରୀର ଶୂନ୍ଯ ହୃଦୟକୁ ବର୍ଷା ଦିଏ ପ୍ରୀତି ଉପହାର ଗିରି ବନାନୀ ତା ଶ୍ୟାମଳରେ ଭରା ଶୁଭେ ଝରଣା ଝଙ୍କାର।। ନାଲି ଟୁକୁ ଟୁକୁ ସାଧବ ବୋହୁ ସେ ଚାଲୁଥାଏ ଥିରି ଥିରି ପାଟ ଓଢଣୀକୁ ଟାଣି ଦେଇ ସତେ ଦିଶେ ମନ ଲୋଭା ଭାରି।। ଘନ ଅନ୍ଧାରରେ ମଣ୍ଡୁକର ନାଦ ଶୁଭୁ ଥାଏ କ୍ଷଣି କ୍ଷଣି ରୋମାଞ୍ଚକ ଭରେ ଅନୁଭୂତି ଆଣେ ମନେ ଉନ୍ମାଦନା ଆଣି।। ଶୀତଳତା ଭରା ପୂଣ୍ୟ ମହନୀୟା ଶ୍ରାବଣୀ ଆୟୁଷ ଧାରା ଚତୁର୍ଦ୍ଦିଗ ଦିଶେ ସବୁଜିମା ମୟ ଧରା ସୁଖେ ଆତ୍ମହରା।। ମମତା ସାହୁ ଗାଈଗାଁ,କଳାହାଣ୍ତି