ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ତୁ ମୋର ମିଠା ସପନ 

ତୁ ମୋର ମିଠା ସପନ 

    ବେଣୁଧର ସୂତାର 

ଆଖି ଉପକୂଳେ ଲହଡ଼ି ମାରୁଛି
ସୁନା ସପନର ଢେଉ
ମନ ପୂର୍ଣ୍ଣଇନ୍ଦୁ ଜୋଛନା ବିନ୍ଦୁରେ
ଝରିଯାଏ ପ୍ରୀତି ମହୁ
ତନ୍ମୟ ତଲ୍ଲୀନ ମନ
ଏ ଫଗୁଣ ସଞ୍ଜ ମୋହନ କୁଞ୍ଜରେ
ଗାଏ ପ୍ରୀତି ଆବାହନ         
ତୁ,ମୋର ମିଠା ସପନ ………….
ଭିଜି ଭିଜି ଯାଏ ଏ ମନ ସପନ
ମଳୟ ମଦିରା ପିଇ
ପ୍ରୀତି ନଗରୀର ସ୍ବପ୍ନ ପଣତରୁ
ମନ ଯାଏ ସୀମା ଡେଇଁ
ମୁକୁଳା ଏ କୁଞ୍ଜବନ
ପ୍ରୀତି ଆକାଶରେ
                 ଚନ୍ଦ୍ରିକା ତୋଳିଗୋ
ଆସ ମୋର ନୀଳଜହ୍ନ        
ତୁ,ମୋର ମିଠା ସପନ…………..
ସ୍ବପ୍ନଭରା ରାତି ଦେହେ ଭରେତାତି
ପ୍ରେମ ପ୍ରୀତି ପୁଲକରେ
ଫୁଲ ଫଗୁଣର ମଧୁ ମହକରେ
ମନ ଆନମନା କରେ
ଯା ର ମିଠା ସମ୍ମୋହନ
ପ୍ରୀତି ପ୍ରତୀକ୍ଷାରେ
                  ରାତି ମୋ ନସରେ
ଏ ନୟନ ତନ୍ଦ୍ରାହୀନ
ତୁ ମୋର ମିଠା ସପନ……………
ପ୍ରୀତି ଫଗୁଣର ପାରିଜାତ ବନେ
ମିଳନର ମଧୁ ଆଶା
ଚୋରା ବସନ୍ତର ଚଇତି ଲଗନେ
ଜାଗିଉଠେ ମନେ ତୃଷା
ମନେ ଭରି ଅଭିମାନ
ବୀରହର ଗୀତି ଗାଉଛି ମୁଁ ନିତି
ଘେନ ପ୍ରୀତି ନିବେଦନ
ତୁ,ମୋର ମିଠା ସପନ……………
କାହା ଆଗମନେ ଏମନ ଉଦ୍ୟାନେ
ଛୁଟେ ମଲ୍ଲୀକାର ବାସ
ବୟସ ବାସରେ ତୃଷିତ ତନୁରେ
ଜାଗିଉଠେ ଅଭିଳାଷ
ମିଠା ପ୍ରୀତି ଆଲୋଡନ
ସପନେ ସପନେ ପ୍ରୀତି ମଧୁ ଦାନେ
ଚୋରାଇ ନିଅ ମୋ ମନ
ତୁ,ମୋର ମିଠା ସପନ……………

କେଶଦୁରାପାଳ କେନ୍ଦୁଝର

Related posts

କୋକସରା ବ୍ଲକ ସ୍ତରୀୟ ମାଟ୍ରିକ ଟପ୍ପର ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

ମରଣ ଯନ୍ତା ପାଲଟିଛି ପୂର୍ତ୍ତ ବିଭାଗ ର ଦୁଇ ରାସ୍ତା

Sunil Chandra Nayak

ଡମ୍ବ ଗଣ୍ଡା ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!