ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଲୁଙ୍କି ନଈରେ ଭାସି ଯିବା ଯୁବକର ଶବ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ରଖି ଆନ୍ଦୋଳନ କଲେ ଗ୍ରାମବାସୀ

ଫୁଲବାଣୀ -:  ସାଲୁଙ୍କି ନଈ ର ପ୍ରଖର ସ୍ରୋତ ଜଳରେ ଭାସି ଯାଇଥିବା ଯୁବକର ଶବ କୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ରଖି ଫୁଲବାଣୀ ପୋୖର ପରିଷଦ ୱାର୍ଡ ନଂ ୨ ଅଧିନସ୍ଥ ଡାକପଲା ଗ୍ରାମର ଲୋକମାନେ ଆନ୍ଦୋଳନ କରିଥିଲେ। ସେହି ଡାକପଲା ବ୍ରିଜ ଉଚ୍ଚତା କମ ଥିବାରୁ ଧନ ଜୀବନ କ୍ଷତି ଘଟଣା ମାନ ଘଟୁଛି । ଏକ ଉଚ୍ଚ ବ୍ରିଜ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଆଜ କୁ ୭/୮ ବର୍ଷ ହେବ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରିଆସୁଛନ୍ତି କିନ୍ତୁ ପ୍ରଶାସନ କର୍ଣ୍ଣପାତ କରିନାହିଁ। ଏହାର ସ୍ଥାୟୀ ପ୍ରତିକାର କରାଯାଇ ସେଠାରେ ଏକ ସୁଉଚ୍ଚ ବ୍ରିଜ ନିର୍ମାଣ କରିବା କୁ ଗ୍ରାମବାସୀ ମାନେ ପୁନଃର୍ବାର ଦାବି କରିଥିବା ବେଳେ ଯୁଦ୍ଧକାଳୀନ ଭୀତି ରେ ଡାକପଲା ନଦିଖଣ୍ଡି କୁ ସଂଯୋଗ କରୁଥିବା ବ୍ରିଜ ପ୍ରଶାସନ ନିର୍ମାଣ ନକରନ୍ତି ତେବେ ଗ୍ରାମବାସୀ ତରଫରୁ ପ୍ରତ୍ୟେକ ମାସରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ପ୍ରଶାସନ କୁ ଚେତାବନୀ ଦେଇଥିଲେ। ତତ ସହିତ ମୃତ ଯୁବକ ର ପରିବାର କୁ ପ୍ରଶାସନ ତରଫରୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ ନିମନ୍ତେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକ ଶବ ରଖି ଡାକପଲା ଗ୍ରାମର ଶତାଧିକ ପୁରୁଷ ମହିଳା ଆଦିବାସୀ ହରିଜନ ସମସ୍ତ ବର୍ଗ ଲୋକମାନେ ଉପସ୍ଥିତ ରହି ଦାବୀ କରି ଆନ୍ଦୋଳନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଶେଷଦେଵ ମିଶ୍ର,ତହସିଲଦାର ଦିନମଣୀ ନାୟକ ଏବଂ ପୋଲିସ ଅଧିକାରୀ ଏସ୍ ଡି ପି ଓ ମହେନ୍ଦ୍ରନାଥ ମୁର୍ମୁ ଆନ୍ଦୋଳନ କାରୀଙ୍କ ନିକଟରେ ପହଞ୍ଚି ମୃତ ଯୁବକର ଶବ ସତ୍କାର କ୍ରିୟା ସମାପନ କରିବା ନିମନ୍ତେ ଜିଲ୍ଲା ରେଡ଼ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।ମୃତ ପରିବାର ଙ୍କୁ ସହାୟତା ରାଶି ପ୍ରଦାନ ନିମନ୍ତେ ରାଜ୍ୟ ପ୍ରଶାସନ ଙ୍କୁ ଜଣାଯିବ। ବ୍ରିଜନିର୍ମାଣ ସରକାର ପକ୍ଷରୁ ହେବକି ନାହିଁ ବିଚାର କରାଯିବା ବୋଲି ପ୍ରଶାସନ ଅଧିକାରୀ ମାନେ ଏଭଳି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଗ୍ରାମବାସୀ ଓ ପରିବାର ଲୋକେ ଜିଲ୍ଲାପାଳ କାର୍ଯ୍ୟାଳୟ ରୁ ଶବସତ୍କାର କରିବା ପାଇଁ ଶବ ଉଠାଇ ନେଇଥିବା ଦେଖିଥିବା କୁ ମିଳିଥିଲା। ସୂଚନାଯୋଗ୍ୟ ତା ୨୪/୮/୨୦୨୨ ରିଖ ବୁଧବାର ରାତି ୮ ଘଣ୍ଟା ସମୟରେ ଡାକପଲା ଓ ନଦିଖଣ୍ଡି କୁ ସଂଯୋଗ କରୁଥିବା ବ୍ରିଜ ଉପରେ ସେହି ଡାକପଲା ଗ୍ରାମର ନିରଞ୍ଜନ ଘଟାଲ ଙ୍କର ପୁଅ ତାପସ ଘଟାଲ ନିଜ ମୋଟର ସାଇକେଲରେ ବ୍ରିଜ ପାରି ହେଉଥିବା ବେଳେ ଏହି ଅଘଟଣ ଘଟିଥିଲା ।

ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ 

Related posts

ବିଜେଡି ରେ ଯୋଗଦାନ

Sunil Chandra Nayak

କର୍ଲାମୁଣ୍ଡାଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ତୃପ୍ତି ରାଣୀ ପାତ୍ର ଙ୍କ କବିତା ଚାଲିଗଲ ଛାଡି……..

Leave a Comment

error: Content is protected !!