ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାରି ବନ୍ଧୁକ ସହ ଚାରି ଜଣଙ୍କୁ ଗିରଫ କଲା ପୋଲିସ 

ରାଇଘର ୨୬/୦୮/୨୨ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ  ହଳଦୀ ପଞ୍ଚାୟତର ବିଭିନ୍ନ ସ୍ଥାନରେ କମ୍ବିଂ ଅପରେସନ ଚାଲୁ ଥିବାବେଳେ  ଦୁର୍ଗମ ଭାଟିପଖନା ଗ୍ରାମରେ ଚାରି ଗୋଟି ଦେଶୀ ବନ୍ଧୁକ ପୋଲିସ ହାତରେ ମିଳିଛି  l ଉକ୍ତ ବନ୍ଧୁକ ଗୁଡିକ ଗ୍ରାମର  ରତି ରାମ ଗଣ୍ଡ (୨୫),ରାମ ଗଣ୍ଡ( ୩୫),ରଘୁ ଗଣ୍ଡ (୩୦),ଓ ବାସୁ ଦେବ୍ ଗଣ୍ଡ (୨୨) ମୋଟ ଚାରି ଜଣ ରଖି ବ୍ୟବହାର କରୁଥିବା ପ୍ରମାଣ ପାଇ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି l ତେବେ ଦୁର୍ଗମ ଅଞ୍ଚଳର ଏହି  ଚାରି ଯୁବକ କେଉଁ ଉଦେଶ୍ୟରେ ବନ୍ଧୁକ ବ୍ୟବହାର କରୁଥିଲେ ପୋଲିସ ତଦନ୍ତ କରୁଛି l ଅନ୍ୟପଟେ ମାଓ ସଂଗଠନ ସହ ଜଡିତ ନୁହେଁ ବରଂ ଦୁର୍ଗମ ଅଞ୍ଚଳରେ ଦେଶୀ ବନ୍ଧୁକ ରଖି ଶିକାର କରିବା ଉଦେଶ୍ୟରେ ବନ୍ଧୁକ ବ୍ୟବହାର କରୁଥିବା ପୋଲିସ ଅନୁମାନ କରୁଛି l ଏ ନେଇ ଥାନାରେ କେଶ୍ ନମ୍ବର ୧୭୧/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି  l ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଜୀବନ ମୂଲ୍ୟବୋଧ

Sunil Chandra Nayak

ନୂଆପଡା ଜିଲ୍ଲା ର ପାଞ୍ଚ ଗୋଟି ପଂଚାୟତ ସମିତି ନିର୍ବାଚନ ଅନୁଷ୍ଠିତ, ଦୁଇ ଗୋଟି ବ୍ଲକରେ ବିଜେଡି ସମର୍ଥିତ, ୩ ଗୋଟି ବ୍ଲକ ରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବିଜୟୀ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା ତାରୁଣ୍ୟ

Sunil Chandra Nayak

Leave a Comment

error: Content is protected !!