ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇଣ୍ଡୋ ନେପାଲ ଖୋଖୋ ଟ୍ରଫି ଜିତିଲେ ଖଡ଼ିଆଳ ଛାତ୍ର

ନେପାଲ ଠାରେ ଅନୁଷ୍ଠିତ ଇଣ୍ଡୋ ନେପାଲ ସପ୍ତମ ବ୍ଲକ ଖୋଖୋ ଚମ୍ପିୟାନଶିପରେ କମାଲ କରିଛନ୍ତି ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ମହାତ୍ମା ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟ ର ଛାତ୍ର ମାନେ। ଅଗଷ୍ଟ ୧୯ ଓ ୨୦ ରେ ନେପାଳର ପୋଖରା ଖେଳ ପଡିଆରେ ଏହି ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଭାରତର ସିନିଅର ଓ ଜୁନିୟର ଦଳ ଓ ନେପାଳର ସିନିଅର ଓ ଜୁନିୟର ଦଳ ଅଂଶଗ୍ରହଣ କରିଥିଲେ।ଫାଇନାଲ ମ୍ୟାଚ ଜୁନିଅର ନେପାଳ ଦଳ ସହ ଖଡ଼ିଆଳ ବିଜ୍ଞାନ କଲେଜ(ଜୁନିଅର) ର ହୋଇଥିବା ବେଳେ ୧୪-୪ ରେ ଖଡ଼ିଆଳ ଦଳ ବିଜୟୀ ହୋଇଥିଲା।କୋଚ୍ ଦେବାଶିଷ ନାଗଙ୍କ ତତ୍ତ୍ୱାବଧାନରେ ଛଅ ଜଣ ଛାତ୍ର ଭାଗ ନେଇଥିଲେ ଓ ଚମତ୍କାର ଖେଳ ଖେଳି ଟ୍ରଫି ହାସଲ କରିଥିଲେ।ଏନେଇ କଲେଜ ଛାତ୍ରଛାତ୍ରୀ ଖୁସି ଜାହିର କରି ଟ୍ରଫି ସହ ଖଡ଼ିଆଳ ସହର ପରିକ୍ରମା କରିଥିଲେ।ଏହା ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଅଧ୍ୟକ୍ଷା ରୁବି ପ୍ରଧାନ କହିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନାବାଲିକ କୁ ଉଦ୍ଧାର ,ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

ଜଂଗଲୀ ହାତୀ ଠାରୁ ଫସଲ ସୁରକ୍ଷା ନିମନ୍ତେ ଜିଲ୍ଲାପାଳ ଙ୍କୁ ଅଭିଯୋଗ

Sunil Chandra Nayak

ଶୋଷିଆ ହଳଦି ଆରଡ଼ି ରାସ୍ତାର ଗାର୍ଡ ୱାଲ କାର୍ଯ୍ୟ ନିମ୍ନ ମାନର  ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!