ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଝାଡ଼ାବାନ୍ତି ଘଟଣା ଅନୁଧ୍ୟାନ କରିବାକୁ ଟିର୍ଲିଆମ ଗାଁରେ ପହଞ୍ଚଲେ ଜିଲ୍ଲା ସ୍ୱାସ୍ଥ୍ୟ ଟିମ

କୋକସରା,୨୬/୮- (  ମ ନି ସ  ) କଳାହାଣ୍ଡି ଜିଲ୍ଲାର ଶେଷ ସୀମାନ୍ତ ଆମପାଣି ପଞ୍ଚାୟତ ର ଦୁର୍ଗମ ଅଞ୍ଚଳରେ ଥିବା ଆଦିବାସୀ ଜନଜାତିଙ୍କ ଗାଁ ଟିର୍ଲିଆମରେ ଗତ ୧୮/୧୯ ତାରିଖ ରେ ଝାଡ଼ାବାନ୍ତିରେ ୬ ଜଣ ଆକ୍ରାନ୍ତ ହୋଇଥିଲେ। କୋକସରା ମେଡିକାଲ ଟିମର ତ୍ୱରିତ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଥିଲେ। ସ୍ୱାସ୍ଥ୍ୟ ଟିମ ଟିର୍ଲିଆମ ଗାଁରେ ପ୍ରତିଦିନ ସ୍ୱାସ୍ଥ୍ୟ ସେବା ଜାରି ରଖିଛନ୍ତି। ଗତ ୨୨ ତାରିଖରେ ସ୍ଥିତି ଅନୁଧ୍ୟାନ କରିବାକୁ ଧର୍ମଗଡ ଉପ ଜିଲ୍ଲାପାଳ ପି.ସଚିନ ପ୍ରକାଶ ସମେତ କୋକସରା ତହସିଲଦାର ରାକେଶ ପାରୁଆ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଥିଲେ। ଶୁକ୍ରବାର କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଟିର୍ଲିଆମ ଗ୍ରାମ ପରିଦର୍ଶନ କରିଛନ୍ତି। ସ୍ୱାସ୍ଥ୍ୟଟିମ ପହଞ୍ଚି ଗ୍ରାମର ପରିବେଶ, ପାନୀୟ ଜଳ ସହ ଆକ୍ରାନ୍ତ ପରିବାର ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହି ମେଡିକାଲ ଟିମରେ କୋକସରା ଡାକ୍ତରଖାନା ଇନ୍ ଚାର୍ଜ ଡ଼. ତତ୍ୱଦର୍ଶୀ ଦାସ ଙ୍କ ସହ ଜିଲ୍ଲା ସ୍ୱାସ୍ଥ୍ୟ ଟିମର ଡିପିଏଚଓ ଡ଼.ରାକେଶ ସାହୁ, ଇପିଡୋମାଲୋଜିଷ୍ଟ ନିହାର ରଞ୍ଜନ ଠାକୁର, ଡିଏମଆଡିଏସପି ସୌମ୍ୟ ରଞ୍ଜନ, ମାଇକ୍ରୋବାଇଲୋଜିଷ୍ଟ ଦୀପକ କୁମାର ସାହୁ, ମାନସ ପଟ୍ଟନାୟକ, ଆମପାଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୁଶିଳ କୁମାର ସାହୁ, ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ଫାର୍ମାସିଷ୍ଟ ଶୁଭେନ୍ଦୁ ପଣ୍ଡା, ଚତୁର୍ଭୁଜ ବାଣୁଆ, ସ୍ୱାସ୍ଥ୍ୟ କର୍ମି କ୍ଷୀରୋଦ ବାଗ ଉପସ୍ଥିତ ରହିଥିଲେ। ମେଡିକାଲ ଟିମ ସହ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ, ସମାଜସେବୀ ସଞ୍ଜୟ ସିଙ୍ଘଲ ଟିର୍ଲିଆମ ଗାଁ ରେ ପହଞ୍ଚି ବାସ୍ତବିକ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।

Related posts

ତଳ ଡାବେରି ଗାଁରେ ଚର୍ମ ରୋଗ ବ୍ୟାପୁଛି

masiha

କ୍ୟାପିଟାଲ୍ ହସ୍ପିଟାଲରେ ଆରମ୍ଭ ହେଲା ଇ-ଟିକେଟ୍ ବ୍ୟବସ୍ଥା। ଆଉ ଲମ୍ବା ଲାଇନରେ ଠିଆ ହେବେନି ଲୋକ…

Sunil Chandra Nayak

ସ୍ୱାସ୍ଥ୍ୟ ବିଭାଗ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

Leave a Comment

error: Content is protected !!