ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମାଜିକ ସାଂସ୍କୃତିକ ବିକାଶ ସଂଘ ତତଫରୁ ସୁନିଲ ମଙ୍ଗରାଜ ଙ୍କ ଜନ୍ମ ଦିନ ପାଳନ

ଢ଼େଙ୍କାନାଳ: ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ସୁନିଲ ମଙ୍ଗରାଜ(ସମାଜସେବୀ)ଙ୍କ ଜନ୍ମଦିନ ଉପଲକ୍ଷେ ବଲ୍ୟମ୍ବା ଗ୍ରାମର ଡମ ସାହିରେ ପ୍ରାୟ 150 ଲୋକଙ୍କୁ ବିରିୟାନି,କେକ୍ ,ଚକୋଲେଟ୍, ଚିପ୍ସ ପ୍ରଦାନ କରା ଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ନିଜ ପୋଷ୍ୟ ଗ୍ରାମ ଢ଼େଙ୍କାନାଳ ସଦର ବଲ୍ୟମା ଗ୍ରାମର ଡମ ସାହିରେ ସବୁ ଲୋକଙ୍କୁ ଖାଇବାକୁ ଦେଇ ସେ ପାଳନ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଏହି ପବିତ୍ର ଦିନରେ ସଦର ଗ୍ରାମର ଜଣେ ବୃଦ୍ଧ ବ୍ୟକ୍ତି ଦୁର୍ଯ୍ୟୋଧନ ବେହେରା ବୟସ 62 ସେ ଚାଲି ପାରୁ ନ ଥିବାରୁ ଓ ଗୋଟିଏ ଗୋଡ଼ ନ ଥିବାରୁ ଏକ ହୁଇଲ୍ ଚେୟାର ପ୍ରଦାନ କରିଛନ୍ତି।ସେ ଜଣେ ବ୍ୟବସାୟୀ ତଥା ସମାଜ ସେବାରେ ନିଜକୁ ସମ୍ପୂର୍ଣ ଉତ୍ସର୍ଗ କରି ଦେଇଛନ୍ତି।କେବଳ ଢ଼େଙ୍କାନାଳ ନୁହଁ ଓଡ଼ିଶାର ସବୁ ଜିଲ୍ଲାରେ ସେ ନିଜ ସମାଜସେବା ପାଇଁ ପରିଚିତ।ସାମାଜିକ ସାଂସ୍କୃତିକ ବିକାଶ ସଂଘ ର ଏହି କାର୍ଯ୍ୟକ୍ରମ ଜନ ସାଧାରଣ ଙ୍କ ଆସ୍ଥା ଭାଜନ ହୋଇପାରିଛି।

ଢ଼େଙ୍କାନାଳ ରୁ ଅକ୍ଷୟ ନାୟକ ଙ୍କ ରିପୋର୍ଟ୍

Related posts

ପ୍ରସୂତି ମହିଳାର ମୃତ୍ୟୁ

Sunil Chandra Nayak

ମାଁ ଦୁଆରସନି ପୀଠ ରେ ଛତର ଯାତ୍ରା

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା ମିଠା ଦରଦ

Sunil Chandra Nayak

Leave a Comment

error: Content is protected !!