ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ଙ୍କୁ ଜଣେ ଓକିଲ ଦୁର୍ବ୍ୟବହାର ର ପ୍ରତିବାଦ ରେ ପ୍ରେସକ୍ଲବ ପକ୍ଷରୁ ଏସ ପି ଓ ଜିଲ୍ଲାପାଳ ଙ୍କୁ ଅଭିଯୋଗ

ଫୁଲବାଣୀ -: କନ୍ଧମାଳ ଜିଲ୍ଲା ଶ୍ରୁତି ଦୈନିକ ଖବର କାଗଜ ପ୍ରତିନିଧି ସାମ୍ବାଦିକ କାର୍ଯ୍ୟରତ ଶିବାନନ୍ଦ ପଟ୍ଟନାୟକଙ୍କୁ ଏବଂ ଫୁଲବାଣୀର ସମସ୍ତ ସାମ୍ବାଦିକ ମାନଙ୍କୁ କନ୍ଧମାଳ ଜିଲ୍ଲାର ଓକିଲ ତଥା ବିଜେପି ର ଉପସଭାପତି ଭାବେ କାର୍ଯ୍ୟରତ ଅଜିତ ପଟ୍ଟନାୟକ ଙ୍କ ଅଶାଳୀନ ବ୍ୟବହାର ଏକ ନୁଆ ବିବାଦ ସୃଷ୍ଟି କରିଛି ଓ ଚର୍ଚ୍ଚା ର ପରିଧି କୁ ଟାଣି ହୋଇ ଯାଇଛି । ପ୍ରକାଶ ଯୋଗ୍ୟ ଯେ  ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ସଭା ଗୃହ ଠାରେ ବିଶ୍ବ ହିନ୍ଦୁ ପରିଷଦ ର ପ୍ରତିଷ୍ଠା ଦିବସ ଏବଂ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କର ଶ୍ରଦ୍ଧାଞ୍ଜଳୀ ସଭା କାର୍ଯ୍ୟକ୍ରମ ନିମନ୍ତେ ସମସ୍ତ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ସାମ୍ବାଦିକ ଶ୍ରୀ ପଟ୍ଟନାୟକ ଙ୍କୁ ଓକିଲ ଅଜିତ ପଟ୍ଟନାୟକ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଚୌକି ଉଠାଇ ପିଟିବାକୁ ମଧ୍ୟ ଉଦ୍ୟମ କରିଥିଲେ । ସୂଚନା ଯୋଗ୍ୟ ଯେ ଓକିଲ ଅଜିତ ପଟ୍ଟନାୟକ ଙ୍କ ବଡ଼ଭାଇ ପ୍ରଦୀପ ପଟ୍ଟନାୟକ ପାରିବାରିକ ସମସ୍ୟା କୁ ନେଇ ଫୁଲବାଣୀ ପ୍ରେସକ୍ଲବ ଠାରେ ସାମ୍ବାଦିକ ମାନଙ୍କୁ ଡାକି ଏକ ପ୍ରେସ ମିଟ କରି ନିଜର ସମସ୍ୟା ବିଷୟରେ ପ୍ରକାଶ କରିଥିଲେ । ପ୍ରଦୀପ ପଟ୍ଟନାୟକ ଙ୍କର ସମସ୍ୟା ସମ୍ପର୍କିତ ଖବର କେତେକ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା।ଯେଉଁ ଗଣମାଧ୍ୟମ ରେ ପ୍ରଦୀପ ପଟ୍ଟନାୟକ ଙ୍କର ଖବର ପ୍ରକାଶ ପାଇଥିଲା ସେହି ସାମ୍ବାଦିକ ମାନଙ୍କୁ ଏକ କୋର୍ଟ ନୋଟିସ ପଟ୍ଟନାୟକ ଓକିଲ ବାବୁ ପଠାଇଥିଲେ । ସେହି ପ୍ରେସ୍ ମିଟ୍ ଏବଂ ପ୍ରକାଶିତ ଖବର କୁ ବିରୋଧ କରି ସମସ୍ତ ସାମ୍ବାଦିକ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ସର୍ବସାଧାରଣ ସ୍ଥାନ ରେ ଅପମାନିତ କରିଥିଲେ ସଂପୃକ୍ତ  ଓକିଲ। ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଅହରହ ନିଜ ଜୀବନ କୁ ବାଜୀ ଲଗେଇ ଲୋକଙ୍କ ସମସ୍ୟାର କିପରି ସମାଧାନ ହେବ ଚେଷ୍ଟିତ ରହିଥିବା ବେଳେ ନ୍ୟାୟ ପ୍ରଦାନ କରିବା ପାଇଁ ସରକାର ଙ୍କ ନିକଟରେ ଲୋକଙ୍କ ର ସ୍ୱର ପହଞ୍ଚାଇବା ରେ କେବେ ମଧ୍ୟ ଅବହେଳା କରିନ ଥାଏ। କିନ୍ତୁ ସେହି ସମସ୍ୟା ଖବର ପ୍ରସାରଣ କଲେ ସାମ୍ବାଦିକ ଆକ୍ରୋଶ ର ଶିକାର ହେଉଛି। ଏହି ଘଟଣା କୁ ଘୋର ବିରୋଧ କରି ଫୁଲବାଣୀ ପ୍ରେସ କ୍ଲବ ପକ୍ଷରୁ ସଭାପତି ସୁନୀଲ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଫୁଲବାଣୀ ପ୍ରେସକ୍ଲବ ଠାରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଅପମାନିତ କରିଥିବା ଓକିଲ ଙ୍କୁ ତୁରନ୍ତ ଗିରଫ କରି ଆଇନ ଅନୁଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ ସାମ୍ବାଦିକ ନିଜ ନିଜ ମତ ପ୍ରକାଶ କରିଥିଲେ।ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରେସ କ୍ଳବ ସଭାପତି ସୁନୀଲ ପଟ୍ଟନାୟକ ଙ୍କ ନେତୃତ୍ୱରେ ଜ଼ିଲ୍ଲା ର ସମସ୍ତ ସାମ୍ବାଦିକ କନ୍ଧମାଳ ଜ଼ିଲ୍ଲାପାଳ ପାଟିଲ ଆଶିଷ ଈଶ୍ଵର ଏବଂ ଏସପି ବିନୀତ ଅଗ୍ରୱାଲ ଙ୍କୁ ସାକ୍ଷାତ କରି ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ବିଚାର କରି ସାମ୍ବାଦିକ ମାନଙ୍କୁ ଅସଭ୍ୟ ଭାଷା ରେ ଗାଳିଗୁଲଜ କରି ଅପମାନିତ କରିଥିବା ଅଭିଯୁକ୍ତ ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜ଼ିଲ୍ଲା ପ୍ରଶାସନ ଉପରେ ସଭାପତି ଙ୍କ ସମେତ ସମସ୍ତ ସାମ୍ବାଦିକ ଆଶା ପ୍ରକଟ କରିଛନ୍ତି ।

ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ 

Related posts

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୭ ତମ ଜନ୍ମତିଥି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ନଡିଆ କଟା କାତି ରେ ଯୁବକଙ୍କୁ ଆକ୍ରମଣ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସ୍ନାନ ମଣ୍ଡପରେ ଶ୍ରୀଜୀଉ

Sunil Chandra Nayak

Leave a Comment

error: Content is protected !!