ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶୋଇରେ ମାଲବାହୀ ଟ୍ରକ ନେଲା ସାଇକେଲ ଆରୋହୀ ପ୍ରାଣ

ମୟୂରଭଞ୍ଜ ୨୮/୮/୨୨(ମସିହା)  ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ବାଇପାସ୍ ରାସ୍ତା ବାଦଲ ହୋଟେଲ ସମୁଖ୍ୟ ରେ ଆଜି ଶନିବାର ଅପରାହ୍ନ ସାଢେ଼ ଚାରିଟା ସମୟରେ ଏକ ସାଇକେଲ ଚାଳକକୁ ଯଶିପୁର ପଟୁ ଆସୁଥିବା WB 05/6862 ନମ୍ବର ମାଲବାହୀ ଟ୍ରକ ରାଜ ପଥ ଉପରେ ଚାପି ଦେବାଫଳରେ ଘଟଣାସ୍ଥଳରେ ସାଇକେଲ ଆରୋହୀର ମୃତ୍ୟୁ ହୋଇଛି । ସୂଚନା ମୁତାବକ ସାଇକେଲ ଆରୋହୀ ଜଣକ ହେଲେ ବିଶୋଇ ଥାନା ଅନ୍ତର୍ଗତ ଏନ ବି ପୋଖରିଆ ନଗଳବେଣ୍ଟା ପଞ୍ଚାୟତ ମାଖନା ଗ୍ରାମ ର ୫୦ ବର୍ଷିୟ ଲେଙ୍ଗା ନାଏକ। ଆଜି ବିଶୋଇ ର ସାପ୍ତାହିକ ହାଟକୁ ଆସି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ର ଶିକାର ହୋଇ ପ୍ରାଣ ହରାଇଥିବା ବେଳେ ଟ୍ରକ୍ ଡ୍ରାଇଭର ଫେରାର ଥିବା ଖବର ହସ୍ତଗତ ହୋଇଛି। ଦୁର୍ଘଟଣାର ଖବର ବିଶୋଇ ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରକକୁ ଜବତ କରିବା ସହ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି । ପୋଲିସ ମୃତଦେହକୁ ଉଦ୍ଧାର କରି ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ରବିବାର ଦିନ ଶବ ବ୍ୟବଚ୍ଛେଦ ହେବ ।ବିଚରା ଗରୀବ ଲେଙ୍ଗା ନାଏକ ଶନିବାର ସାପ୍ତାହିକ ହାଟକୁ ପରିବାରର କିଣିବା ପାଇଁ ଆସିଥିଲା ।ପରିବା ପତ୍ର ନେଲେ ଘରେ ଛୁଆପିଲା ଅନେଇ ବସିଥିଲେ ରୋଷେଇ କରି ଖାଇବେ ।ହେଲେ ଦିବସ ସହିଲା ନାହିଁ ।ଅକାଳରେ ଗରୀବ ଚାଷୀର ପ୍ରାଣବାୟୁ ଚାଲିଗଲା ।ଗରୀବ ଲେଙ୍ଗାକୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଡିଗ୍ରୀ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଏଡସ ସଚେତନତା ଦିବସ ପାଳନ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରେମର ପ୍ରାଣ

Sunil Chandra Nayak

ପର୍ଯ୍ୟଟକଙ୍କ ମନ ମୋହୁଛି ମୃଗ ବିହାର

Leave a Comment

error: Content is protected !!