ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ଦିବସୀୟ ଵାମନଘାଟୀ ଫୁଟବଲ ଚମ୍ପିୟାନ ୨୦୨୨/୨୩ ରାଇରଙ୍ଗପୁର ଷ୍ଟାଡିୟମରେ ଶୁଭ ଉଦଘାଟିତ

ମୟୂରଭଞ୍ଜ -୨୮/୮/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ପ୍ରତ୍ୟେକ କୋଣେ ଅନୁକୋଣେ ଫୁଟବଲ୍ ଆତ୍ମା ଭରି ରହିଛି । ପୁଣି ଫୁଟବଲ୍ ଏନ୍ତୁଡ଼ିଶାଳ ବାମନଘାଟୀ ।ଏହା ଜିଲ୍ଲାର ସବୁଠାରୁ ଲୋକପ୍ରିୟ ଖେଳ । ଦିର୍ଘ ଦୁଇବର୍ଷ ହେଲା କରୋନା ମହାମାରୀ ଯୋଗୁଁ ଖେଳକୁଦ ସବୁ ଠପ୍ ହୋଇ ଯାଇଥିଲା ।ଯୁବ ଫୁଟବଲ ତାରକା,ଫୁଟବଲ ପ୍ରେମୀ ହତାଶ ହୋଇଥିଲେ ।ଚଳିତବର୍ଷ ସରକାରଙ୍କ କରୋନା ନିୟମ କୋହଳ ପରେ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ଫୁଟବଲ କ୍ରୀଡା ଅନୁଷ୍ଠାନ ବାମନଘାଟୀ ଆଥେଲେଟିକ୍ସ ସହାୟତାରେ ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ଦୁଇ ଦିବସୀୟ ବାମନଘାଟୀ ଫୁଟବଲ ଚମ୍ପିୟାନ ୨୦୨୨/୨୩ ଶନିବାର ଶୁଭାରମ୍ଭ ହୋଇଛି । ଏହି ଖେଳରେ ଜିଲ୍ଲା ତଥା ପଡୋଶୀ ଝାଡଖଣ୍ଡ ରାଜ୍ୟର ବଛା ବଛା ୧୬ ଟି ଟିମ୍ ଅଂଶ ଗ୍ରହଣ କରିଛନ୍ତି । ସେହିଭଳି ୪୦ ବର୍ଷରୁ ଉର୍ଦ୍ଧ୍ଵ ୮ ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଦେବେନ୍ଦ୍ର ନାଥ ଟୁଡୁ, ଯଶିପୁର ଷ୍ଟେଟବ୍ୟାଙ୍କ ମେନେଜର ଅଇଁଠୁ ମାଝୀ, ଆୟୋଜକ ମୁଖ୍ୟ ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ଫୁଟବଲ କ୍ରୀଡା ସଂଗଠକ କିଶୋର ମହାନ୍ତ (ବୁଲୁ),,ଦିଲିପ ମାଝୀ,ଲମ୍ବୋଦର ସୋରେନ,ଅଜିତ କୁମାର ବାସ୍କେ, ସାମ୍ବାଦିକ ଅକ୍ଷୟ ବିଶ୍ବାଳ ପ୍ରମୁଖ ଅନ୍ୟ ସଭ୍ୟ ବୃନ୍ଦ ଉପସ୍ଥିତ ରହି ଖେଳର ଶୁଭାରମ୍ଭ କରିବା ସହ ସମସ୍ତଙ୍କୁ ଖେଳ ଓ ଶୃଙ୍ଖଳା ବାର୍ତ୍ତା ଜଣାଇ ଉତ୍ସାହିତ କରିଥିଲେ । ପ୍ରଥମ ରାଉଣ୍ଡରେ ଆଜି ୧୦ /୧୦ ସମୁଦାୟ ୨୦ ଟି ଦଳ ପ୍ରଥମ ରାଉଣ୍ଡରେ ଅଂଶ ଗ୍ରହଣ କରି ସେମାନଙ୍କର ଯାଦୁ ଦେଖାଇଛନ୍ତି ।ହଜାର ହଜାର ଦର୍ଶକ ପଡ଼ିଆରେ ଉପସ୍ଥିତ ରହି କରତାଳି ଓ ଚିତ୍କାର କରି ଫୁଟବଲ ଖେଳାଳୀମାନଙ୍କୁ ଉତ୍ସାହିତ କରିଛନ୍ତି ।ଓଡ଼ିଶା ଫୁଟବଲ ଆସୋସିଏସନ୍ ସ୍ଵିକୃତି ପ୍ରାପ୍ତ ୪ ଜଣ ରେଫେରୀ ଖେଳ‌ପରିଚାଳନା କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ କ୍ରୀଡା ଉଦଘୋଷକ ମନମୋହନ ପରମାଣିକ ଖେଳର ଧାରା ବିବରଣୀ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ରବିବାର ଦିନ ଖେଳ ସଂପନ୍ନ ହେବ ।ଖେଳ ପଡିଆରେ ଉପସ୍ଥିତ ରହି ଖେଳର ମଜା ନେବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ କିଶୋର ମହାନ୍ତି ବାମନଘାଟୀ ବାସୀଙ୍କୁ ନିବେଦନ କରିଥିଲେ

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

 

Related posts

ନୂତନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ରୁ ନୂଆପଡା ଜିଲ୍ଲାରେ ଖୁସିର ଲହରୀ

କଳାହାଣ୍ଡି, ନୂଆପଡା ଜିଲ୍ଲାରେ ଚୋର ଆତଙ୍କ, ଚନ୍ଦାହାଣ୍ଡି ରେ କୋକୁଆ ଭୟ

Sunil Chandra Nayak

ପହେଲା ଓଡ଼ିଆ ଲିଖା : ରାଧାମୋହନ ପୁଜାହାରୀ  ତହଁକାନ୍‌ : ସ୍ବାମିଶ୍ରୀ ଜୟଦେବ ଭାରତୀ ସମଲ୍‌ପୁରୀ ପିଂଧନ୍‌ : ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ମହମ୍‌ବତୀର୍‌ ତ୍ଯାଗ୍‌

Sunil Chandra Nayak

Leave a Comment

error: Content is protected !!