ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ ଗଳ୍ପ ସମୟ ର ଖେଳ

      ସମୟ ର ଖେଳ

 

                           ନିରୁପମା ପାଣି

 

ଆଜି କାଲି ଦୁନିଆଁ ରେ ବାପ ପୁଅର ହେଉନି ତ ପୁଅ ମାଆକୁ ଚାହୁଁନି ପ୍ରତିଦିନ ଏପରି ଘଟଣା କୋଉଠି ନା କୋଉଠି ଦେଖିବାକୁ ମିଳୁଛି ! ଆଜିର ସମାଜର ନିତୀ ଦିନିଆ ଖବର ବୟସ୍କ ଲୋକ ମାନେ ଅନୈତୀକ ପ୍ରେମ ଲାଗି ନିଉଜ୍ ର ହେଡ୍ ଲାଇନ୍ ବନି ରାତା ରାତି ଫେମସ୍ ହୋଇଯାଉଛନ୍ତି!! ହେଲେ ଏମିତି ବି ଲୋକ ଅଛନ୍ଥି ହୃଦୟରେ ଶାସ୍ୱତ ପ୍ରେମକୁ ଯାବୁଡି ଧରି ନିଜକୁ ଜାଳୁଛନ୍ତି ଆଉ ନିଜ ପ୍ରେମକୁ ସାରାଜୀବନ ଖୁସିରେ ରଖିବାକୁ ଚାହୁଁ ଛନ୍ତି ! ସମାଜର ଲକ୍ଷ୍ଣଣ ରେଖା ପାର ହେବାର ଭୁଲ୍ ନ କରିବାର ନିଷ୍ପତ୍ତି ନେଇ !!

        ଦୀର୍ଘ ପଇଁତିରିଶି ବର୍ଷ ତଳର ଛୋଟିଆ ସ୍ମୃତି ଆଜିବି ଉଙ୍କିମାରୁଛି ରାଜେଶ୍ ବାବୁଙ୍କ ମନରେ !! ଯୁକ୍ତଦୁଇ ଶେଷ ବର୍ଷ ସେକେଣ୍ଡ୍ ସେଟିଙ୍ଗ୍ ପରୀକ୍ଷା ସରିଲା ବେଳକୁ ସମୟ ସାଢେ ଚାରିଟା ପାଖାପାଖି , ଆକାଶରେ ଖରାଦିନିଆଁ ବର୍ଷାଟା କଳା ହାଣ୍ଡିଆ କରି ମାଡି ଆସଥାଏ !! କଲେଜ୍ ରୁ ଘର ପ୍ରାଏ ପନ୍ଦର କିଲୋମିଟର୍ ହଠାତ୍ ସାଇକଲ୍ ଖରାପ ହୋଇଯାଇଥାଏ ! ସାଙ୍ଗ ପିଲା ମାନେ ଯିଏ ଯୁଆଡେ ପଳାଇଲେ ! ରାସ୍ତା ମଝିରେ ରାଜେଶ୍ ଠିଆ ହୋଇ ଅପକ୍ଷା କରିଥାଏ କିଏ ଯଦି କିଛି ସାହାଯ୍ୟ କରିବ ! ସତ କଥା ହେଲେ ସେହି ସମୟରେ ବାପା ମାଆ ପିଲାଙ୍କୁ ଏକ ଟଙ୍କା ବା ଦୁଇ ଟଙ୍କା ଦେଇ ପାରୁଥିଲେ !! କିଛି ବି ଖର୍ଚ ନକଲେ ବି ଚଳିଯାଉଥିଲେ ପିଲାା ! ରାଜେଶ୍ ସାଇକେଲ୍ ମରାମତି କଲା ଭଳି ପଇଶା ତା ପାଖରେ ନଥାଏ !! ସେହି ସମୟରେ ଦୁଇ ଚାରିଜଣ ଝିଅ କଲେଜ୍ ରୁ ଚାଲି ଚାଲି ଫେରୁଥିଲେ , ପାଖ ଗାଆଁ ଝିଅସବୁ ଥିଲେ ସେମାନେ!! ଜଣେ ଝିଅ ରାଜେଶ୍ କୁ ଗୋଟିଏ ସାଇକେଲ୍ ସଜଡା ଦୋକାନକୁ ନେଇ ନିଜ ଚିହ୍ନା ରେ ତା ସାଇକେଲ୍ ସଜାଡି ଦେଲା ! ରାଜେଶ୍ ଠାକୁରଙ୍କୁ ମୁଣ୍ଡିଆ ମାରି ନିଜ ଘରକୁ ଚାଲିଗଲା ! ଝିଅଟି ବି ଫେରିଗଲା ନିଜ ଘରକୁ ! ତା ପରେ ଆଉ ଝିଅଟି ସଙ୍ଗେ ଦେଖା କରି ପାରିଲାନି ରାଜେଶ୍ , କେବଳ ଯାହା ଝିଅଟିର ଡ୍ରେଶ୍ ବିଷୟରେ କହି ଜଣେ ସାଙ୍ଗ ପାଖରୁ ଝିଅଟିର ନାଁ ମମତା ପଣ୍ଡା ବୋଲି ଜାଣିପାରିଥିଲା !! ମନେ ମନେ ସେ ମମତାକୁ ଖୋଡୁଥିଲା ହେଲେ କେଉଁଠିବି ଦେଖା ପାଇଲା ନାହିଁ ! 

ସମୟ ଗଡି ଚାଲିଲେବି ରାଜେଶ ମମତାକୁ ଭୁଲି ପାରୁନଥାଏ! ମମତା ତା ହୃଦୟ ରେ ଘରକରି ସାରିଥାଏ! ପାଠ ପଢା ସାରି ବିଦେଶୀ କମ୍ପାନୀ ରେ ରାଜେଶ ଚାକିର୍ କରୁଥାଏ ଭଲ ମୋଟା ଅଙ୍କର ଦଳମା ବି ପାଉଥାଏ ! ବାପା ମାଆଙ୍କୁ ଖୁସି କରିବାକୁ ବାହା ବି ହେଲା ହେଲେ ମମତା କୁ ଭୁଲି ପାରିଲାନି ! 

      ମମତା ଥିଲା ଗରିବ ଘରର ଝିଅ ଟିଏ ! ଯୁକ୍ତ ଦୁଇ ଫେଲ୍ ପରେ ତାକୁ ତା ବାପା ମାଆ ବାହା କରେଇ ଦେଲେ! ସେ ବା କାହିଁକି ଜାଣିବ ଯେ ରାଜେଶ୍ ତାକୁ ଭଲ ପାଉଛି , ସେ ତ ସେ ସମୟର ଘପଣାକୁ ବି ଭୁଲି ଯାଇଥାଏ ! ତା ଜୀବନରେ ଭଗବାନ୍ ସବୁ ବେଳେ ଦୁଃଖ ଆଉ ଗରିବି ଲେଖି ଦେଇଥିଲେ ବୋଧେ ! ତେଣୁ ସେ ନିଜ ଦୁଃଖ କୁ ନେଇ କବିତା ଲେଖି ନିଜକୁ ଖୁସି କରେ ! ଥରେ ତା ଲେଖା ଗୋଟିଏ ଲେଖା ପେପର୍ ରେ ଫଟ ସହ ବାହାରିଥାଏ ! ଲେଖା ଅପକ୍ଷା ଫଟୋଟାକୁ ଦେଖି ରାଜେଶ କୁ ଲାଗିଲା ଏଇ ମମତା ନୁହେଁ ତ! କାରଣ ମମତା ବାହ୍ ହେଲା ପରେ ତା ର ନାଆଁ ମମତା ପଣ୍ଡା ରୁ ସବୀତା ମିଶ୍ର ହୋଇଯାଇଥିଲା ! ରାଜେଶ୍ ସେ ଲେଖା ଫଟୋ ଦେଖି ଫେସ୍ ବୁକ୍ ରେ ଫ୍ରେଣ୍ଡ୍ ରିକ୍ୱେଷ୍ଟ ଦେଲା ଅପକ୍ଷା କଲା କେତେବେଳେ ସବୀତା ମିଶ୍ର ଆକ୍ ସେପ୍ଟ କରିବ ! ତା ସହିତ ଅନ୍ୟ ସାଙ୍ଗ ମାନଙ୍କୁ ମମତା ବିଷୟରେ ପଚାରି ବୁଝିଲା ! କେହି ଜଣେ ତାକୁ କହିଲା ମମତା ର ଏବେକା ପରିଚୟ ସବୀତା ମିଶ୍ର ! ଆଉ ସେ ହିଁ କିଛି ଲେଖା ଲେଖି କରେ ! ରାଜେଶ୍ ଖୁସି ହୋଇଗଲା ହେଲେ ତା ଖୁସି ଟା ବେଶି ସମୟ ରହିଲାନି ! ଯେତେ ବେଳେ ସାଙ୍ଗଟି କହିଲା ସବୀତା ଆଜୀବନ ଦୁଃଖ ସହ ଲଢେଇ କରୁଛି ଆଉ ଏବେ ସେ ରୋଗ ଶଯ୍ୟା ରେ ମରଣକୁ ଅପକ୍ଷା କରିଛି ! 

    ରାଜେଶ୍ ମମତାର ଫୋନ୍ ନମ୍ବର ଯୋଗାଡ କଲା ଆଉ କଥା ବି ହେଲା ! ମମତା ରାଜେଶ୍ କିଏ ଜାଣିନି କହିଲା ! ରାଜେଶ୍ ନିଜ ପରିଚୟ ଦେଇ ମମତାକୁ ସେ ଦିନରୁ ଏ ଯାଏ ଭୁଲିନି ଆଉ ଭଲ ପାଏ ବୋଲି ନିସଙ୍କୋଚରେ କହି ଦେଲା ! ରାଜେଶ୍ ବାହା ହୋଇଚି ସତ ଏବିବି ନିଃସନ୍ତାନ ! ନିଜ ରୋଜଗାର ର କିଛି ପଇଶା ଗରିବ ଅନାଥ ମାନଙ୍କୁ ଦାନ କରି ଖୁସି ହୁଏ !ମମତାର ସମସ୍ତ ଖର୍ଚ ସେ ନିଜେ ବହନ କରିବାର ଦାୟିତ୍ଵ ନିଜ ଉପରକୁ ନେଇଗଲା ! ହେଲେ ମମତା ର ସର୍ତ୍ତ ଥିଲା ସେ ସାରାଜୀବନ ଅଭାବ ଅସୁବିଧାରେ ଥିଲେବି ନିଜକୁ ଭୁଲ୍ ରାସ୍ତାରେ ନେଇନି ଆଜିବି ସେ କୌଣସୀ ଭୁଲ୍ କରିବାର ମାନସୀକତା ଠୁ ଦୂରରେ ! ରାଜେଶ୍ ମମତାକୁ କଥା ଦେଲା ଜୀବନରେ କେବେ ତୋ ମାନସମ୍ମାନ ରେ ଆଞ୍ଚ ଆସିବାଭଳି କୌଣସି କାମ କରିବିନି ! ଶେଷ ଯାଏ ତୋତେ ହୃଦୟରେ ସାଇତି ରଖି ଭଲ ପାଇବାର ସ୍ୱାଦ ଚାଖିଚାଲିଥିବି!!

ଜଣେ ଭଲ ବନ୍ଧୁର ସମସ୍ତ କର୍ତ୍ତବ୍ୟ କରିବାକୁ ଖାଲି ଅନୁମତି ଦରକାର! 

ମମତା ଭାବୁଥିଲା ଏମିତି ମଣିଷ ଆଜିବି ଦୁନିଆଁ ରେ ଅଛନ୍ତି ! ଭଗବବାନ୍ ସବୁ ମଣିଷଙ୍କୁ କାହିଁକି ଏପରି କରି ଗଢିତୋଳୁନ! ସମାଜରୁ ଦୁଃଖ ହଟି ଯାଅନ୍ତା ସମସ୍ତେ ହସନ୍ତେ! ଠିକ୍ ମୋ ଭଳି!

         ଚାନ୍ଦବାଲି  , ଭଦ୍ରକ୍

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ଦାବୀ

Sunil Chandra Nayak

ପ୍ରାଥମିକ ଶିକ୍ଷକ(ଏକ୍ସ କ୍ୟାଡ଼ର)ଙ୍କ ଆଠଦଫା ଦାବୀପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!