ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଧନା ପଣ୍ଡା  ଙ୍କ କବିତା କେମିତି କୁହତ ଥରେ … !!

କେମିତି କୁହତ ଥରେ …… !!

      (ଝରିଗଲ ଲେଖନୀ ମୁନରେ )

         ସାଧନା ପଣ୍ଡା 

ହଜିଲା ସମ୍ପର୍କକୁ ଭିଜି ଭିଜି ବର୍ଷାରେ
ଖୋଜି ଖୋଜି ପାଇଗଲି 
ଓଦା ଓଦା ଅକ୍ଷରେ
କବିତାର ରୂପ ନେଇ
ଝରିଗଲ ଅସଂଜତ ଲେଖନୀ ମୁନରେ ,
ଅସ୍ଥିର , ଚଞ୍ଚଳ, ଛଳ ଛଳ ଝରଣା ପରି 
ଜଗାଇ ମନେ ପ୍ରୀତି ଭାବନା ,,,,,,,
ସେଦିନୁ ଧାଇଁଚି ମରିଚିକା ପଛେ !
କାହିଁକି ଏ’ ହୃଦୟ ହୁଏ କା’ ପାଇଁ ଅଥୟ
ଯାହା ସ୍ୱପ୍ନରେ ହୋଇ ବିଭୋର !
ମାତାଲ୍ ହୋଇ , ସଜାଏ ତନୁକୁ 
ଆଉଟା ଅନ୍ଧାର ମଧ୍ୟେ
ଖୋଜେ ଖାଲି ତାହାକୁ 
ନଦୀର ପାଗଳ ପଣରେ … ,
କାଦୁଅ ବର୍ଷାର କାଦୁଆ ରାସ୍ତାରେ… ,
ଦାଉ ଦାଉ ଦିଶିଯାଅ
ମୋ’ ପାପୁଲିର ରେଖାରେ ,
ଆଶାର ସୁନେଲି କ୍ଷେତରେ ,
ଅବା ଉଦ୍ବେଳିତ ହୃଦ -ସମୁଦ୍ରରେ ,
ଭିଜାଅ ମନ ପ୍ରଜାପତିର ଡେଣାକୁ …..
ଫୁଲର ପାଖୁଡାକୁ…….
 ଆଉ — ଆଉ ,
ମୋ ତୃଷାର୍ତ୍ତ ଓଠକୁ …..
କେମିତି ,,,,,,, 
କେମିତି କୁହତ ଥରେ ??
ହଜିଲା ସମ୍ପର୍କକୁ ଭିଜି ଭିଜି ବର୍ଷା ରେ !!

   ସାଧନା ପଣ୍ଡା 

     ଭୁବନେଶ୍ବର

Related posts

ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ଏନ ପି ଏସ ଶିକ୍ଷକଙ୍କ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ପୋଷାକ ବିତରଣ ଉତ୍ସବ

Sunil Chandra Nayak

Leave a Comment

error: Content is protected !!