ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଲତା ଙ୍କ କବିତା ପ୍ରତୀକ୍ଷା

   ପ୍ରତୀକ୍ଷା

            ପ୍ରେମଲତା

ଅବ୍ୟକ୍ତ ଇଛାରେ ବ୍ୟକ୍ତ ଅନୁଭବ
ପ୍ରତୀକ୍ଷାର ପରିଭାଷା
  ଜୀବନ ପ୍ରେମରେଆସକ୍ତିର ଭାଷା
   ଅନୁରକ୍ତିର ଅପେକ୍ଷା। 
 ଆସିବ ଆସିବ ବୋଲି କେହିଜଣେ
   ମନ ରହିଥାଏ ଫାଙ୍କା
 ଶଙ୍କା ଗାଲିଚାରେ କେତେ ଅଭିସାର
   ଛାଇଆଲୁଅର ଲେଖା। 
ହୁଦୟ କାନ୍ଥ ରେ ସ୍ମୁତି ଚିତ୍ରପଟ
  ଭାବନାର ମୋତି ଖଞ୍ଜା
ଉଦାସୀ ମେଘର ସଂଜୁଆ ଓଠରେ
 ପ୍ରତିଶ୍ରୁତି ପ୍ରୀତି ଲଗ୍ନା। 
ଲୁହର ଆଉଟା ଆଖିର ପଟଳ
    ସହସ୍ର ଚାନ୍ଦିନୀ ମାୟା
  ଭାଂଗିଯାଏ ଯଦି ପ୍ରତୀକ୍ଷାର ସର୍ତ୍ତ
     ତୁଟେ ବଞ୍ଚି ବାର ରାହା। 

ଜିଲ୍ଲା_କେନ୍ଦ୍ରାପଡ଼ା

 

Related posts

ପିଇବା ପାଣି ପାଇଁ ଜଳଛତ୍ର ଖୋଳାଯାଉ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ଶହେରୁ ଉର୍ଦ୍ଧ୍ବ ବିଜେଡି କର୍ମୀ କଂଗ୍ରେସ ଦଳରେ ସାମିଲ

Sunil Chandra Nayak

ଘାଟି ରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର, ଯାତାୟତ ବାଧା ପ୍ରାପ୍ତ 

Sunil Chandra Nayak

Leave a Comment

error: Content is protected !!