ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲାରେ ପ୍ରଜାତନ୍ତ୍ର ର ଅମୃତ ମହୋତ୍ସବ ପାଳନ

ସାମାଜିକ ଦାୟିତ୍ୱବୋଧ ଓ ପ୍ରତିବଦ୍ଧତା ପ୍ରତି ପ୍ରଜାତନ୍ତ୍ର ସଚେତନ ରହିଛି: ଲୋକରଂଜନ ମହତାବ

ରାଉରକେଲା/ ଦୈନିକ ପ୍ରଜାତନ୍ତ୍ର ର ୭୬ବର୍ଷ ଓ ଅମୃତ ମହୋତ୍ସବ ପାଳନ ଅବସରରେ ରାଉରକେଲା ସିଭିକ ସେଣ୍ଟର୍ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅମୃତ ମହୋତ୍ସବରେ ଲୋକରଂଜନ ମହତାବ ଅଧ୍ୟକ୍ଷତା କରିଥିଲେ । ଆୟୋଜନ କମିଟିର ସଭାପତି ଗୋପୀନାଥ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ଓ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଅତିଥି ଭାବେ ଯୋଗଦେଇ ପ୍ରଜାତନ୍ତ୍ରର ଇତିହାସ ଓ ନବଉତ୍କଳ ନିର୍ମାଣ ରେ ହରେକୃଷ୍ଣ ମହତାବଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ବିଧାୟକ ଶ୍ରୀ ନାୟକ ତାଙ୍କ ବକ୍ତବ୍ଯ ରେ ପ୍ରଜାତନ୍ତ୍ର ର ସାମାଜିକ ଦାୟିତ୍ୱବୋଧ ଓ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ତଥା ହରେକୃଷ୍ଣ ମହତାବଙ୍କ ଗୁଣାବଳୀ ଉପରେ ଆଲୋଚନା କରିଥିବା ବେଳେ ବିରମିତ୍ରପୁର ବିଧାୟକ ଶ୍ରୀ ଓରାମ ସମ୍ବାଦପତ୍ର ର ଆଭିମୁଖ୍ଯ ସଂପର୍କରେ ଓ ପ୍ରଜାତନ୍ତ୍ର ଦୀର୍ଘ ବର୍ଷ ଧରି ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ କିପରି ନବ ଜାଗରଣ ସୃଷ୍ଟି କରିଛି ସେ ସଂପର୍କରେ ମତ ରଖିଥିଲେ । ସୁନ୍ଦରଗଡ ବିଧାୟିକା ଶ୍ରୀମତୀ ଟେଟେ ପ୍ରଜାତନ୍ତ୍ର ର ଉଜ୍ବଳ ଭବିଷ୍ୟତ କାମନା କରି କହିଲେ ଯେ ପିଲାଟି ବେଳୁ ଶୁଣିଆସିଥିବା ପ୍ରଜାତନ୍ତ୍ର, ଆଉ ସେହି ପତ୍ରିକାର ଅମୃତ ମହୋତ୍ସବରେ ସାମିଲ ହେବା ଗୌରବର ବିଷୟ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଶ୍ରୀ ମହତାବ କହିଲେ ଯେ ସାମାଜିକ ଦାୟିତ୍ୱବୋଧ ଓ ପ୍ରତିବଦ୍ଧତା ପ୍ରତି ପ୍ରଜାତନ୍ତ୍ର ସଚେତନ ରହିଛି । ସମାଜର ସମସ୍ୟା, ଗଠନମୂଳକ ସମ୍ବାଦ ପରିବେଷଣ ତଥା ସାହିତ୍ୟ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ପ୍ରଜାତନ୍ତ୍ରକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଏହା ସହ ସେ ଉତ୍କଳ କେଶରୀଙ୍କ ପୌତ୍ର ହିସାବ ରେ ଗର୍ବିତ ବୋଲି କହିଥିଲେ । ମଧୁସୂଦନ ଶିକ୍ଷା ନିବାସର ଛାତ୍ରୀ ସାଇପ୍ରତିଭା ପ୍ରଧାନ ଉତ୍କଳ କେଶରୀଙ୍କ ସଂପର୍କରେ ବକ୍ତବ୍ଯ ରଖିଥିଲେ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ, କ୍ଲିନ ଆଣ୍ଡ ଗ୍ରୀନ,ଗରିମା ପରିବାର,ହାପି ମୋମେଣ୍ଟସ ଇଣ୍ଡିଆ, ଶାନ୍ତନୁ କୁସୁମ, ନିରୁପମା ପତି,ଗୀତାରାଣୀ ବେହେରା,ବସନ୍ତ କୁମାର ନାୟକ ଓ ସସ୍ମିତା ପ୍ରଧାନ ଙ୍କୁ ଉପଢୌକନ,ପୁଷ୍ପଗୁଛ୍ଛ ଓ ମେମୋଣ୍ଟୋ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଦ୍ୟାଳୟ ସ୍ତରୀୟ ରଚନା ପ୍ରତିଯୋଗିତାରେ ମଧୁସୂଦନ ଶିକ୍ଷା ନିବାସ ର ମୋନାଲିସା ସିଂହ, ଓଏସଏପି ହାଇସ୍କୁଲ ର ଆୟୁଶା ବେହେରା, ଡିଏଭି ସ୍କୁଲର ଅନ୍ବେଶା ପଣ୍ଡା, ଅରବିନ୍ଦ ରାଉରକେଲା ସ୍କୁଲର ସୁଶ୍ରୀ ଶତୠପା ସାମଲ ଓ କୋଏଲ ବିଦ୍ୟାପୀଠ ର ଗୁଲନାଜ ପରୱିନ ଙ୍କୁ ତଥା ଚିତ୍ରାଙ୍କନ ପ୍ରତିଯୋଗିତାରେ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲର ଅନନ୍ୟା ପ୍ରିୟଦର୍ଶନୀ, ସେକ୍ଟର ୬ ଏନଏସି ଏସଟି ସରକାରୀ ହାଇସ୍କୁଲ ର ଆକାଶ ରାୱତ,ଅରବିନ୍ଦ ରାଉରକେଲା ସ୍କୁଲର ସଂଗୀତା ସାହୁ ଓ ରଶ୍ମିରେଖା ନାୟକ, ଡିଭାଇନ ଲାଇଫ ର ପୂର୍ଣ୍ଣିମା ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ଉଭୟ ପ୍ରତିଉପଯୋଗିତା ରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଶ୍ଳୋକ ଆବୃତ୍ତି ସହ ଗରିମା ପରିବାର ସହ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସଂଯୋଜକ କୁଞ୍ଜ ବିହାରୀ ରାଉତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା କମିଟିର ସାଧାରଣ ସମ୍ପାଦକ ନାରାୟଣ ପତି ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ହଂଶିତା ପଟ୍ଟନାୟକ, ସ୍ବୀକୃତି ପଣ୍ଡା, ଭୁମିକା ନାୟକ, ବର୍ଷା ଜେନା ଓ ଆରଧ୍ୟା ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ । ମମତଞ୍ଜଳି ଦାସଙ୍କ ସୁଲଳିତ କଣ୍ଠରେ ହୋଇଥିବା ଉଦଘୋଷଣା ସହ ଏହି କାର୍ଯ୍ୟକ୍ରମକୁ ପରିଚାଳନା କମିଟିର ସର୍ବଶ୍ରୀ ଅଭୟ କୁମାର ଦାସ, ସଂଜୀବ ମହାନ୍ତି, ଶଙ୍କର ଜେନା, ଅଭିରାମ ପ୍ରଧାନ,ସୁଶାନ୍ତ ସୂତାର ଓ ଗରିମା ପରିବାରର ମମତା ନାୟକ, ସିଲି ମହାନ୍ତି,ଡଃ ସରିତା ମଲ୍ଲ, ମୋନାଲିସା ଗୌଡ,ପ୍ରଣତୀ ଜେନା, ଶାନ୍ତିଲତା ବାରିକ, ଶଙ୍ଖରିନା ପ୍ରଧାନ, ମମତା ଦାସ, ସନ୍ତୋଷୀ ମଲ୍ଲିକ, ରେବତୀ ବାରିକ, ସୁମିତ୍ରା ଦାସ, ଶର୍ମିଲା ରାଜଗୁରୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଂପାଦକ ଶ୍ରୀ ପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ, ସାଂସ୍କୃତିକ, ସାହିତ୍ୟନୁଷ୍ଠାନ, ସମାଜସେବୀ, ସାମ୍ବାଦିକ, ବୁଦ୍ଧିଜୀବୀ ଓ ସାଧାରଣ ଜନତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ହଜିଲା ଦିନ

Sunil Chandra Nayak

କବିତା ଦାଶ ଙ୍କ କବିତା ଗୋଟିଏ ଅଳି 

Sunil Chandra Nayak

ବ୍ଲକସ୍ତରୀୟ ବିଜ୍ଞାନଭିତ୍ତିକ ଆଲୋଚନାଚକ୍ର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!