ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ବିୟୋଗ

ଢେଙ୍କାନାଳ:ତା୨୮.୦୮.୨୦୨୧ରିଖ ଅପରାହ୍ନ ୧ଘଟିକା ୩୦ ମିନିଟ୍ ସମୟରେ ଭୁବନେଶ୍ବରସ୍ଥ ଆପୋଲୋ ହସପିଟାଲରେ ଲାଉପାଳରେ ଜନ୍ମିତ, ଢେଙ୍କାନାଳ କୁଞ୍ଜକାନ୍ତ ନିବାସୀ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ୭୭ ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣ ହୋଇଯାଇଛି। ସେ ଭାରପ୍ରାପ୍ତ ଶିକ୍ଷା ମଣ୍ଡଳାଧିଶ , ବିତ୍ତ ଓ ପ୍ରାଶାସନିକ ଅଧିକାରୀ, ଲୋକପ୍ରିୟ ଗଣିତ ଓ ବିଜ୍ଞାନ ଶିକ୍ଷକ,ରାଜ୍ୟ ଓ ଜାତୀୟ ପୁରସ୍କାପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍, ରାଜ୍ୟ ମାଧ୍ୟମିକ ସରକାରୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖାର ପ୍ରାକ୍ତନ ସଭାପତି ,ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ପ୍ରାକ୍ତନ ସଭାପତି, ପ୍ରଖ୍ୟାତ ହେତୁବାଦୀ ,ବିଜ୍ଞାନ ମନସ୍କ ଲେଖକ, ପ୍ରାବନ୍ଧିକ, କବି,ସୁସାହିତ୍ୟିକ,ସେ ଜଣେ ଅତ୍ୟନ୍ତ ସଦଗୁଣଧାରୀ,ଅମାୟିକ,ସ୍ନେହୀ, ପରୋପକାରୀ ,ଧର୍ମପ୍ରାଣ ହେତୁବାଦୀ ବିଜ୍ଞାନମନସ୍କ ଶିକ୍ଷାବିତ ପୁରୁଷ ଭାବରେ ସର୍ବଜନାଦୃତ ହୋଇ ଅମରତ୍ୱ ଲାଭ କରିଛନ୍ତି। ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ହତଭାଗ୍ୟ ଜ୍ୟେଷ୍ଠପୁତ୍ର ତାଳଚେର ଷ୍ଟେସନ ମାଷ୍ଟର ସତ୍ୟଜିତ ଭୂତିଆ,ଜ୍ୟେଷ୍ଠ ପୁତ୍ରବଧୂ ଜୟଶ୍ରୀ ଭୂତିଆ,ଉଭୟ କନିଷ୍ଠ ପୁତ୍ର ଶିବ ପ୍ରସାଦ ଯାଦବ ଓ ପୁତ୍ରବଧୂ ନିବେଦିତା ନାୟକ,ଉଭୟେ ଇନଫୋସିସ ଭୁବନେଶ୍ୱରର ସଫ୍ଟୱେର ଇଞ୍ଜିନିୟର,ଜ୍ୟେଷ୍ଠ ଜ୍ୱାଇଁ ଇଞ୍ଜିନିୟର ଭାଗିରଥି ବେହେରା ଓ ଜ୍ୟେଷ୍ଠ। କନ୍ୟା ଜ୍ୟୋତ୍ସ୍ନାମୟୀ ଭୂତିଆ,ଅନ୍ୟତମ ଜ୍ୱାଇଁ ଡା. ଭରତ କୁମାର ବେହେରା ଓ କନ୍ୟା ଇନ୍ଦିରା ଭୂତିଆ, ସୁନିଲ ବାରିକ ଓ ଦୀପ୍ତିମୟୀ ଭୂତିଆ, ଅଶୋକ ବେହେରା, ବିଦ୍ୟାଧର ବେହେରା, କେଦାର ପରିଡ଼ା,ନାତୁଣୀମାନଙ୍କ ମଧ୍ୟରେ ଶ୍ୱେତା ଶୁଭ୍ରଜ୍ୟୋତ୍ସ୍ନା,ଶ୍ୱେତା ସ୍ୱୟଂସିଦ୍ଧା, ଶ୍ରଦ୍ଧା ସମର୍ପିତା, ସୌମ୍ୟା ଶାଶ୍ବତୀ, ଶୁଭଦୀପ୍ତି, ସ୍ମୃତିଶ୍ରୀ ବିଦ୍ୟା ଓ ନାତି ବି.ଶକ୍ତି ସାର୍ଥକ ଓ ଅନେକ ଶୁଭେଚ୍ଛୁ ଅନ୍ତିମ ଦର୍ଶନ କରିଥିଲେ ଓ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ। କୁଞ୍ଜକାନ୍ତ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା।ଜ୍ୟେଷ୍ଠ ପୁତ୍ର ସତ୍ୟଜିତ ଭୂତିଆ ମୁଖାଗ୍ନି ଦେଇଥିଲେ।ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସହକାରୀ ଶିକ୍ଷକ ଭାବରେ କବିଭୂଷଣ ସୃତିସଂସଦ, ବାଳକୃଷ୍ଣ ସାହିତ୍ୟ ସଂସଦ, ରେଣୁବାଳା ସୃତିସଂସଦ,ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ଆଜୀବନ ସଦସ୍ୟ ଭାବରେ ମୁଁ ଡ଼ା. ଦେବୀ ପ୍ରସାଦ ମିଶ୍ର ବ୍ୟକ୍ତିଗତ ଭାବରେ ଓ ଜିଲ୍ଲାର ବିଭିନ୍ନ ସାରସ୍ୱତ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଏହି ମହାନ ଆତ୍ମାଙ୍କର ସଦଗତି କାମନା କରୁଛି। ଏହି ଦୁଃଖଦ ସ୍ଥିତିରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ଶୋକ ପ୍ରକଟ କରିବା ସଙ୍ଗେ ସଙ୍ଗେ ସମସ୍ତେ ସମଦୁଃଖୀ ହୋଇ ସେମାନଙ୍କର ସହାୟ ହୁଅନ୍ତୁ ଏହାହିଁ କାମନା କରୁଛି।ଏହି ଅବସରରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ପ୍ରଭାସିନୀ ମହାଖୁଡ଼ ଓ ବିଶିଷ୍ଟ ହେତୁବାଦୀ ପ୍ରାଧ୍ୟାପକ ଧନେଶ୍ୱର ସାହୁ ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ପଣ୍ଡିତ ମନୋରଞ୍ଜନ ନନ୍ଦ,ବର୍ତ୍ତମାନର ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡ଼ଃ ପୁଷ୍ପଲତା ରଥ ଓ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ କବି ବାହାଦୂର ପାଟସାହାଣୀ ଓ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ତାଙ୍କର ଅସଂଖ୍ୟ ଶୁଭେଚ୍ଛୁ ଗଭୀର ଦୁଃଖ ଓ ସମବେଦନା ଜଣାଇଛନ୍ତି ।ଶ୍ରୀଯୁକ୍ତ ଭୂତିଆ ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ, ଏନ.ସି.ସି.ଅଫିସର ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭାବରେ ରହି ବେଶ ସୁନାମ ଅର୍ଜନ କରିଥିଲେ।ସେଥିପାଇଁ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ବିଜୟରଶ୍ମି ମିଶ୍ର,ଡ଼ା.ଦେବୀ ପ୍ରସାଦ ମିଶ୍ର,ଡ଼ଃ ଅନୁପମା ମିଶ୍ର,ଦେବରାଜ ରାଉତ,ଇତିଶ କୁମାର ବରାଳ,ଧ୍ୟାନଚାନ୍ଦମିଶ୍ର,ସ୍ଵର୍ଣମୟୀ ଶତପଥୀ, ସୁନିତାବାଳା ଷଡ଼ଙ୍ଗୀ, କିଶୋର ଚନ୍ଦ୍ର ସାମଲ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ଅନୁପମା ପଣ୍ଡା,କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ,କଳ୍ପନା ବାରିକ,ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

 

Related posts

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଭୋଟ୍‌ ଖେଲ୍‌

Sunil Chandra Nayak

ଭବାନୀପାଟଣା ଠାରେ ୭୬ତମ ସ୍ବାଧିନତା ଦିବସ ୨୦୨୨ ପାଳିତ

Sunil Chandra Nayak

ରେଗଡ଼ା ବ୍ୟାଙ୍କରେ ଚୋରି ଉଦ୍ୟମ ବିଫଳ

Sunil Chandra Nayak

Leave a Comment

error: Content is protected !!