ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିଲୋଚନ ପାଢ଼ୀ ଙ୍କ କବିତା ତୁମ ପାଇଁ ପ୍ରଭୁ ଚିଠି

ତୁମ ପାଇଁ ପ୍ରଭୁ ଚିଠି

ତ୍ରିଲୋଚନ ପାଢ଼ୀ (ଶିକ୍ଷକ )

ଅନ୍ତର କୋହରେ 
ଆଖିର ଲୁହରେ 
ତୁମ ପାଇଁ ପ୍ରଭୁ ଚିଠି 
ଦେଖିଯାଅ ଥରେ 
କିପରି ଚାଲିଛି 
ତୁମ ହାତ ଗଢ଼ା ସୃଷ୍ଟି. 
କାହାକୁ କିପରି 
ରଖିଛ ସୃଷ୍ଟିରେ 
ଭାସେ କେ ଘିଅମହୁରେ 
ଖାଦ୍ୟ ମୁଠେ ଏଠି 
ମିଳେନା କାହାକୁ 
ଭୋକ ଉପାସେ କେ ମରେ. 
ତୁମେ ପରା ପ୍ରଭୁ 
ଭାବର ଠାକୁର 
ଦୀନବନ୍ଧୁ ଦଇତାରୀ 
ଦୀନଜନ ପାଇଁ 
ତୁମେ ତ ନିଷ୍ଠର 
ନ ଶୁଣ ଭକ୍ତ ଗୁହାରି. 
ତୁମକୁ ଲେଖୁଛି 
ଚିଠି ମୁଁ ଠାକୁରେ 
ଆହେ ପ୍ରଭୁ ଭାବଗ୍ରାହୀ 
ତୁମ ସଂସାରର 
ଦୁଃଖୀ ମଣିଷଙ୍କ 
ଦୁଃଖକୁ ଦିଅ ଦୁରେଇ. 
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ 
ସା, ପୋ. ନନ୍ଦିଗ୍ରାମ 
ଭାୟା. ନାଉଗାଁ ହାଟ 
ଜିଲ୍ଲା. ଜଗତସିଂହପୁର 

Related posts

ଶ୍ରୀନିବାସ ପଣ୍ଡା ଙ୍କ କବିତା ମହା ବିଷୁବ ସଂକ୍ରାନ୍ତି

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ରଥଯାତ୍ରା

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ଶୃଙ୍ଖଳିତ ଟ୍ରଫିକ୍ ଓ ପାକିଂ ବ୍ୟବସ୍ଥା ନିମନ୍ତେ ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!