ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିଲୋଚନ ପାଢ଼ୀ ଙ୍କ କବିତା ତୁମ ପାଇଁ ପ୍ରଭୁ ଚିଠି

ତୁମ ପାଇଁ ପ୍ରଭୁ ଚିଠି

ତ୍ରିଲୋଚନ ପାଢ଼ୀ (ଶିକ୍ଷକ )

ଅନ୍ତର କୋହରେ 
ଆଖିର ଲୁହରେ 
ତୁମ ପାଇଁ ପ୍ରଭୁ ଚିଠି 
ଦେଖିଯାଅ ଥରେ 
କିପରି ଚାଲିଛି 
ତୁମ ହାତ ଗଢ଼ା ସୃଷ୍ଟି. 
କାହାକୁ କିପରି 
ରଖିଛ ସୃଷ୍ଟିରେ 
ଭାସେ କେ ଘିଅମହୁରେ 
ଖାଦ୍ୟ ମୁଠେ ଏଠି 
ମିଳେନା କାହାକୁ 
ଭୋକ ଉପାସେ କେ ମରେ. 
ତୁମେ ପରା ପ୍ରଭୁ 
ଭାବର ଠାକୁର 
ଦୀନବନ୍ଧୁ ଦଇତାରୀ 
ଦୀନଜନ ପାଇଁ 
ତୁମେ ତ ନିଷ୍ଠର 
ନ ଶୁଣ ଭକ୍ତ ଗୁହାରି. 
ତୁମକୁ ଲେଖୁଛି 
ଚିଠି ମୁଁ ଠାକୁରେ 
ଆହେ ପ୍ରଭୁ ଭାବଗ୍ରାହୀ 
ତୁମ ସଂସାରର 
ଦୁଃଖୀ ମଣିଷଙ୍କ 
ଦୁଃଖକୁ ଦିଅ ଦୁରେଇ. 
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ 
ସା, ପୋ. ନନ୍ଦିଗ୍ରାମ 
ଭାୟା. ନାଉଗାଁ ହାଟ 
ଜିଲ୍ଲା. ଜଗତସିଂହପୁର 

Related posts

ଲମତାଗୁଡା ଗ୍ରାମ ପଞ୍ଚାୟତ :ମାସିକ ବୈଠକ ନହେବା ନେଇ ଅଭିଯୋଗ

Sunil Chandra Nayak

ଘରୁ ହାଟକୁ ଯାଉଥିବା ରାସ୍ତାରେ ଟଳି ପଡିଲେ ମହିଳା

Sunil Chandra Nayak

ଜୁନ୍ ମାସରୁ ରାସନ୍ କାର୍ଡରେ ଆଉ ମିଳିବନି ଗହମ !

Leave a Comment

error: Content is protected !!