ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସରିସରି ଯାଏ କାଳ

ସରିସରି ଯାଏ କାଳ

ଉପେନ୍ଦ୍ର କୁମାର ବସ୍ତିଆ

     
ସପନ ସରେନା ରାତି ବି ସରେନା 
ସରେନାହିଁ କେବେ ଦିନ 
କରମ ଧରମ ସେବା ମନ ବୃତ୍ତି 
ରହି ଥାଏ ଚିରଦିନ ।
ନିଜ ଜୀବନର ମାର୍ଗକୁ ମାପିଲେ 
ଫିତା ଯିବ ସବୁ ସରି 
ଲାଭକ୍ଷତି ଆଉ ପଙ୍କିଳ ସଲିଳେ 
ସବୁଜିବ ନିଶ୍ଚେ ଝରି ।
ସମୟ ସରେନା ଯନ୍ତ୍ରଣା ସରେନା 
ସରେ ନାହିଁ କେବେ ବେଳ 
ମଣିଷ ଗଣନା ହାତ ଆଙ୍ଗୁଠିର 
ସରିସରି ଯାଏ କାଳ ।

ରାଉରକେଲ

Related posts

କଳାକାର ସଂଘର ବୈଠକ ଅନୁଷ୍ଠିତ

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ହେ ଇଶ୍ଵର

Sunil Chandra Nayak

ସାମ୍ବାଦିକ ରୁ ସରପଞ୍ଚ

Sunil Chandra Nayak

Leave a Comment

error: Content is protected !!