ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟସ୍ତରର କୁଇଜ୍‌ ପ୍ରତିଯୋଗିତାରେ ରାଉରକେଲା ଛାତ୍ରଙ୍କ ସଫଳତା

ରାଉରକେଲା -: ଏକ ଜାତୀୟସ୍ତରର କୁଇଜ୍‌ ପ୍ରତିଯୋଗିତା-ଇନ୍‌କ୍ୟୁବି-୨୦୨୨ରେ ରାଉରକେଲା ସ୍ଥିତ ଏନ୍‌ଆଇଟି ବା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର କ୍ରିଷ୍ଣା ଆଦିତ୍ୟ ମହାନ୍ତି ଓ ସିଦ୍ଧାର୍ଥ ରାୟ ଉପବିଜେତା ହୋଇଛନ୍ତି। ଏନ୍‌ଆଇଟି ରାଉରକେଲାର ଇନ୍‌କୁଇଜିଟିଭ୍ ପକ୍ଷରୁ ମିଳିଥିବା ସୁଚନା ମୁତାବକ ଶିବ ନାଦାର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନୂଆଦିଲ୍ଲୀଠରେ ଇନ୍‌କ୍ୟୁବି-୨୦୨୨ ନାମକ ଏକ ଜାତୀୟ ବିଜିନେସ କୁଇଜ ଅନୁଷ୍ଠିତ ହୋଇଥିଲା। ସାରା ଦେଶର ୨୮ ରାଜ୍ୟରୁ ୨୦୦ ବିଭିନ୍ନ ବର୍ଗର ମହାବିଦ୍ୟାଳରୁ ୩୦୦୦ଟି ଦଳ ସହିତ ୧୦ହଜାରରୁ ଅଧିକ ପ୍ରତିଯୋଗୀ ୫୦ରୁ ଅଧିକ ସହରରେ ପ୍ରଥମ ପର୍ଯ୍ୟାୟରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୩୨ଟି ଦଳ ଜାତୀୟସ୍ତରକୁ ଉନ୍ନୀତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୬ଟି ଦଳ କ୍ୱାର୍ଟର ଫାଇନାଲ ଓ ୧୨ଟି ଦଳ ସେମିଫାଇନାଲ୍‌କୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୬ଟି ଦଳ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ଏହି ୬ଟି ଦଳ ମଧ୍ୟରେ ପୂର୍ବ ଭାରତରୁ ଏକମାତ୍ର ଦଳଭାବେ ଏନ୍‌ଆଇଟି ରାଉରକେଲା ରହିଥିଲା। ୧୧ ତାରିଖ ରାତ୍ରରେ ସମ୍ପନ୍ନ ହୋଇଥିବା ଏହି କୁଇଜ୍‌ର ଫାଇନାଲ୍‌ ରାଉଣ୍ଡରେ ରାଉରକେଲା ଏନ୍‌ଆଇଟି ଦଳର କ୍ରିଷ୍ଣା ଓ ସିଦ୍ଧାର୍ଥଙ୍କ ଯୋଡ଼ି ତୃତୀୟ ସ୍ଥାନ ହାସଲ କରି ୪୦ହଜାର ଟଙ୍କାର ନଗଦ ପୁରସ୍କାର ହାସଲ କରିଛନ୍ତି। ପୁରସ୍କାର ବିତରଣୀ ଉତ୍ସବରେ ଏଚସିଏଲ୍‌ ଟେକ୍ମୋଲୋଜିର ଅଧ୍ୟକ୍ଷା ତଥା ଶିବ ନାଦାରଙ୍କ କନ୍ୟା ରୋଶନୀ ନାଦାର ଯୋଗଦେଇ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଧର୍ମ କର୍ମ ର ସଂଜ୍ଞା ବଦଳି ଯାଉଛି

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା। ଖରା

Sunil Chandra Nayak

ତେଲିବନ୍ଧ କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି

Sunil Chandra Nayak

Leave a Comment

error: Content is protected !!