ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଞ୍ଜ:ବଜ୍ରାଘାତରେ ୩ମୃତ,ଜଣେ ଗୁରୁତର

ମୟୂରଭଞ୍ଜ -୨୯/୦୮/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ବାଗଡେଗା- ନିମଡିହି ଗ୍ରାମରେ ୨ ମୃତ ଜଣେ ଗୁରୁତର ହୋଇଥିବା ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଯାଇଛି । ସୂଚନାଯୋଗ୍ୟ ବାଗଡେଗା-ନିମଡିହି ଗ୍ରାମର ଗୋଟିଏ ଗୋପି ମୁଣ୍ଡାର ସ୍ତ୍ରୀ ରାଣି ମୁଣ୍ଡା (୨୫)ବିଲକାମ ସାରି ଘରକୁ ଫେରିଥିଲେ ।ଘରୁ ରାଣୀ ମୁଣ୍ଡା, ତାଙ୍କ ଝିଅ ଲେଚେ ମୁଣ୍ଡା(୮) ଏବଂ ଝିଆରୀ ପାନ ମୁଣ୍ଡା(୭) ଗାଁ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ।ଗାଧୋଇ ସାରି ଘରକୁ ଫେରୁଥିବା ସମୟରେ ପ୍ରାୟ ଅପରାହ୍ନ ଦେଢଟା ପାଖାପାଖି ସମୟରେ ବର୍ଷା,ଘଡଘଡି ଯୋଗୁଁ ଗଛମୂଳେ ଆଶ୍ରୟ ନେଇଥିଲେ ।ହଠାତ୍ ତାଙ୍କ ଉପରେ ବିଜୁଳି ଚଡ଼କ ମାରିବାରୁ ରାଣୀ ମୁଣ୍ଡା ଏବଂ ତାଙ୍କ ଝିଆରୀ ପାନ ମୁଣ୍ଡା ଟଳି ପଡ଼ିଥିଲେ ।ଝିଅ ଲେଚେ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ଵହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ରାଣୀ ମୁଣ୍ଡା ଏବଂ ପାନ ମୁଣ୍ଡାକୁ ମୃତ ଘୋଷଣା କରିଥିଲେ ।ଲେଚେ ମୁଣ୍ଡା ବହଳଦା ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି ।ବହଳଦା ପୋଲିସ ଏକ ଅପମୃତ୍ୟୁ ଊ କେଶ ନମ୍ବର ୧୦/୨୨ ରୁଜ୍ଜୁ କରି ଶବ ଦୁଇଟିକୁ ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ସେହିଭଳି ତିରିଂ ଥାନା ଅନ୍ତର୍ଗତ କୁଲୁଘୁଟୁ ପଞ୍ଚାୟତର ବାରୁଡିହି ଗ୍ରାମର ଚାଷୀ ଶ୍ୟାମ ଚରଣ ପୂର୍ତୀ(୩୨) ବିଲରେ ଚାଷ କରୁଥିବା ସମୟରେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ତିରିଂ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି । ସୋମବାର ଦିନ ଶବ ବ୍ୟବଚ୍ଛେଦ କରାଯିବ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଭୁବନ ମହିଳା ମହାବିଦ୍ୟାଳୟରେ ଭୋଟ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ମସ୍କାଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

Sunil Chandra Nayak

ପନିପରିବା ଦର ଆକାଶଛୁଆଁ ,ଟମାଟୋ କିଲୋ ୧୦୦, ବାଇଗଣ ୫୦

Sunil Chandra Nayak

Leave a Comment

error: Content is protected !!