ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ୟଙ୍ଗକାରଙ୍କ ଦୃଷ୍ଟିରେ ସମାଜ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ 

ବ୍ୟୁରୋ -: ତା୨୮.୦୮.୨୨ରିଖ  ସାହିତ୍ୟିକ କବି ବନ୍ଧୁ ପରିବାର, ବାଲେଶ୍ଵର, ଓଡିଶା ଆନୁକୂଲ୍ୟରେ ରବିବାର ତା୨୮.୦୮.୨୨ରିଖ ସନ୍ଧ୍ୟାରେ ଆଭାସୀ ମାଧ୍ୟମରେ ଏକ ମନୋଜ୍ଞ ପରିବେଶରେ ଓଡ଼ିଶାର ବହୁ ପରିଚିତ ଓ ପ୍ରତିଷ୍ଠିତ ବ୍ୟଙ୍ଗକବି ମାନଙ୍କୁ ନେଇ ସାରଗର୍ଭକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ର ଓମକାର ଧ୍ବନି,କାର୍ଯ୍ୟକାରୀ ସଭାପତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ସମ୍ପାଦିକା ପ୍ରଣତି ମହାପାତ୍ର ଆମନ୍ତ୍ରିତ ଅତିଥି ମାନଙ୍କର ପରିଚୟସହ ଉପସ୍ଥିତ କବି, ସାହିତ୍ୟିକ ତଥା ଦର୍ଶକ ମାନଙ୍କୁ ବିନମ୍ରତାର ସହ ଶୁଭେଚ୍ଛା ଜ୍ଞାପନ କରିଥିଲେ ।ବ୍ୟଙ୍ଗକବି ସଞ୍ଜୟ କୁମାର ସାହୁ ଦୀର୍ଘ ୩ ଘଣ୍ଟାର ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଖ୍ୟାତ ବ୍ୟଙ୍ଗକାର ଶ୍ରୀଯୁକ୍ତ ସତ୍ୟାନାଶ , ପ୍ରତିଷ୍ଠିତ ବ୍ୟଙ୍ଗକବି ଶ୍ରୀମାନ୍ ସର୍ବଗିଳା ଏବଂ ଗ୍ରେଟ୍ ପଲଟିକାଲ ସର୍କସର ବ୍ୟଙ୍ଗକାର ରବୀନ୍ଦ୍ର କୁମାର ରାଉତଙ୍କ ସମେତ ବ୍ୟଙ୍ଗକବି ଅବାଗିଆଙ୍କର ଚମତ୍କାର ଓ ମଜାଦାର ଆଲୋଚନାରେ ସମସ୍ତେ ହସି ହସି ବେଦମ ହେବା ସହ ଶ୍ରୀଯୁକ୍ତ ସତ୍ୟାନାଶଙ୍କର ବ୍ୟଙ୍ଗବଟିକା ନିଜ ପାଇଁ ଅନେକ ଆବଶ୍ୟକ ମନେ କରି ପାନ କରିଥିଲେ । ସମାଜ ସୁଧାରରେ ବ୍ୟଙ୍ଗକାରଙ୍କ ଯଥେଷ୍ଟ ଭୂମିକା ଅଛି । ନିଜର ଚତୁରତାର ସୃଷ୍ଟି ମାଧ୍ୟମରେ ଅନେକ ସଚେତନତା ସୃଷ୍ଟି କରିଥାନ୍ତି ବୋଲି ଅତିଥି ମାନଙ୍କ ସହ ଉପସ୍ଥିତ ସମସ୍ତେ ପ୍ରକାଶ କରିଥିଲେ । ଖୁବ ସୁନ୍ଦର ସୁନ୍ଦର କବିତା ମାଧ୍ୟମରେ ଆସରକୁ ବେଶ୍ ସରଗରମ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ ବ୍ୟଙ୍ଗକାର ମାନେ । ଶେଷରେ ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଦେଇଥିଲେ ଓ ରତିନାରାୟଣ ରାଉତ ଶାନ୍ତିପାଠ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଆଦରମଣି ପ୍ରଧାନ ଙ୍କ କବିତା   ଶୁଷ୍କ ପ୍ରବଞ୍ଚନା

Sunil Chandra Nayak

ବିକଶିତ ଓଡ଼ିଶାରେ ନିଜର ସ୍ଥିତି ସୁଦୃଢ଼ କର

Sunil Chandra Nayak

ଫରଙ୍ଗ ରୁ ଜଣେ ମାନସିକ ବିକୃତ ବୃଦ୍ଧା ଉଦ୍ଧାର 

Sunil Chandra Nayak

Leave a Comment

error: Content is protected !!