ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ରେ ଅହିଂସା ରଥ ଆସନ୍ତା ସେପ୍ଟେମ୍ବର ୩ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ

ଭବାନୀପାଟଣା ତା ୨୯.୮.୨୦୨୨:( ମ ନି ସ )   ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ଗତ ୧୫ ତାରିଖରୁ ଭୁବନେଶ୍ୱରରୁ ଅହିଂସା ରଥ ବିଭିନ୍ନ ଜିଲ୍ଲା ପରିକ୍ରମା କରି ଆସନ୍ତା ୩.୯.୨୦୨୨ରିଖ ଦିନ କଳାହାଣ୍ଡି ଜିଲ୍ଲା ରେ ପ୍ରବେଶ କରିବ । ନୂଆପଡ଼ା ଜିଲ୍ଲା ସିନାପାଲି ବର୍ଡର ନିକଟରେ ଗୋଲାମୁଣ୍ଡା ବ୍ଲକରେ ୨ ଟି ଅହିଂସା ରଥ କୁ ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଵାଗତ କରାଯିବ। ସ୍ବାଧୀନତାର ସ୍ମାରକୀ ବହନ କରୁଥିବା ଏହି ରଥ ଓଡ଼ିଶାର ବିର ସଂଗ୍ରାମୀ ଓ ବଳିଦାନର ବାର୍ତା ପ୍ରଚାର କରିବ ।ଅହିଂସା ରଥ-୧ କୁ ଗୋଲାମୁଣ୍ଡା ବ୍ଲକ ରେ ସ୍ବାଗତ କରାଯାଇ ବୃନ୍ଦାବାହାଲ,ବେହେରା ଓ ଧର୍ମଗଡ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତ୍ରିଯାପନ , ଧର୍ମଗଡ଼ ରୁ ବଲଦିଆମାଲ୍ ,ଜୁନାଗଡ, ଦାଶିଗାଁ ,ପଣ୍ଡିଗାଁ ,କଲମପୁର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତ୍ରିଯାପନ,କଲମପୁର ରୁ ବାହାରି ବିଜମରା, ବାନେର,ଜୟପାଟଣା,ମୁଖିଗୁଡ଼ାଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତ୍ରିଯାପନ,ମୁଖିଗୁଡ଼ା ରୁ ବାହାରି ମୋଟେର,କୋକସରା,ଗୁଡହାଣ୍ଡି ଦେଇ ଆମପାଣି ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ।ସେଭଳି ଅହିଂସା ରଥ -୨ ଗୋଲାମୁଣ୍ଡା ରୁ ମହାଲିଂଗ ଦେଇ ବୋର୍ଡା,କର୍ଲପଡ଼ା,ପାଷ୍ଟିକୁଡ଼ି ଦେଇ କେସିଙ୍ଗା,କେସିଙ୍ଗାରୁ ଅମାଠ ,ବେଲଖଣ୍ଡି,କର୍ଲାମୁଣ୍ଡା,ଏମ ରାମପୁର ଛକ, ଉର୍ଲାଦାନି ଏବଂ ଏମ ରାମପୁର ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନର୍ଲା ରୁ ବାହାରି ଅସୁରଗଡ,ରୁପ୍ରାରୋଡ, ଛତିଗୁଡା ଓ ଭବାନୀପାଟଣା ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ,ଭବାନୀପାଟଣା ରୁ ବାହାରି ଜୁନାଗଡ,ମହିଚଲା, ଚାରବାହାଲ,କୋକସରା ଓ ଆମପାଣି ଦେଇ ୭.୯.୨୦୨୨ରିଖ ଦିନ ନବରଙ୍ଗପୂର ଜିଲ୍ଲା ପ୍ରବେଶ କରିବ।ଏହି ସ୍ଥାନ ମାନଙ୍କରେ ରଥକୁ ସ୍ଵାଗତ,ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ବି ଡି ଓ/ଇ ଓ ,ଏନ୍ ଏ ସି /ମ୍ୟୁନିସିପାଲଟି/ଡି ଇ ଓ/ଡି ଏସ ଡବ୍ଲୁ ଓ/ଡି ସି ଓ/ଡି ଏସ୍ ଓ/କୁଳପତି,କଳାହାଣ୍ଡି ବିଶ୍ଵବିଦ୍ୟାଳୟ/ନେହେରୁ ଯୁବ କେନ୍ଦ୍ର/ଡି ଡବ୍ଲୁ ଓ / ସ୍ଵମନୟ ଅଧିକାରୀତଥା ଡି ଆଇ ପି ଆର୍ ଓ ଙ୍କୁ ଦାୟିତ୍ଵ ଦିଆଯାଇଛି।ଏହି ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ସାମାଜିକ ଓ ସାଂସ୍କୃତିକ ଅନଷ୍ଠାନ,ସ୍ବେଛାସେବୀ ଅନୁଷ୍ଠାନ,ସ୍ଵୟଂ ସହାୟକ ଗୋଷ୍ଠୀ,ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ,ପଂଚାୟତରାଜ ପ୍ରତିନିଧି,ତଥା ଜନସାଧାରଣ ଙ୍କୁ ଅନୁରୋଧ କରାଯାଉଛି।

Related posts

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା ଶାରଦୀୟ ଅବକାଶ

Sunil Chandra Nayak

ଏନ ପି ଏସ ପ୍ରାଥମିକ ଶିକ୍ଷକ ସଂଘ ପରେ ଏକ୍ସ କ୍ୟାଡ଼ର ପ୍ରାଥମିକ ଶିକ୍ଷକ ସଂଘ ର ଆନ୍ଦୋଳନ ପାଇଁ ପ୍ରସ୍ତୁତି

Sunil Chandra Nayak

ବିଜ୍ଞାପିତ ଅଂଚଳ ପରିଷଦ ର ନବ ନିର୍ବାଚିତ ଅଧ୍ୟକ୍ଷା ଙ୍କ କାର୍ଯ୍ୟଭାର ଗ୍ରହଣ

Sunil Chandra Nayak

Leave a Comment

error: Content is protected !!