ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ଆଦର୍ଶବାଦ

 ଆଦର୍ଶବାଦ

ଜୟ କୁମାର ମିଶ୍ର 

ସଭା ସମିତିରେ, ବାଟଘାଟ ଟିରେ
ଶୁଣୁଅଛି ଏଠିସେଠି, 
ଆଦର୍ଶ ବାଦର, ଆଚାର ବିଚାର 
କହିଦେଉଥାଏ ପାଟି ll
ବାଜେନି ବାଟୁଳି, କମେନି କା ଝଳି 
ସତେ କେତେ ଟାଣପଣ, 
ସଜେଇ ସଜେଇ, ବଚନକୁ କହି
ବିଜ୍ଞପ୍ତିରେ ବଡ଼ପଣ ll
ଖୋଜିଲି ବହୁତ, ଖୋଜି ଦିବା ରାତ୍ର 
ନୟାନ୍ତ ହେବାଟି ସାର, 
ଦିଶେନି ସ୍ୱରୂପ, ଆଦର୍ଶର ଛାପ 
 ସବୁଠି ଶୂନ୍ୟ ମନ୍ଦିର ll
ନେତାପାଶ ଗଲି, ହତାଶ ହୋଇଲି 
ଖାଲି ଝିଲ୍ଲୀମିଲି ରୂପ, 
ଅଣନିଶ୍ୱାସ, ହୋଇଛି ଆଦର୍ଶ 
ଲଭି, ଛନ୍ଦ ମନ୍ଦ ଚାପ ll
ଆଇନ କାନୁନ, ଦେଉଛି ସମନ 
ତଳିଆ ଚାକିରୀ ପାଇଁ, 
ଯେତେ ଉଚ୍ଚ ହେବ, ବେଖାତିରି ଭାବ 
କ୍ଷମତା ଅହଂକୁ ନେଇ ll
ହାକିମ ବାବୁଙ୍କ, ଲାଭ, ଲୋଭ, ଭାବ 
ହୁକୁମ ଇସାରା କାଳେ, 
ଦେଖିଲେ ବୁଜୁଳା, ନୀତିଟି ହୁଗୁଳା 
ଆଦର୍ଶ ତାବାଟେ ଚଳେ ll
କାଞ୍ଚନ, କାମିନୀ,ଝଲମଲ ଠଣି 
ଆଦର୍ଶ ଉଡ଼ାଇ ନିଏ, 
ଅନ୍ଧାର ରାତିରେ,ତୁଳୀତଳ୍ପ ପରେ 
ସବୁକଥା ଭୁଲେ ଯାଏ ll
ବଡ଼ ବାବୁଙ୍କର, ସେ ବଡ଼ ବେଭାର 
କେତେ ଖଞ୍ଜପଟ ଭରା, 
ଛୋଟ ମୁଣ୍ଡ ପରେ, ଆଦର୍ଶ ପାହାଡ଼ 
ମାଡି ବସୁଥିବ ପରା ll
ହାତୀ ଗଳିଯିବ, ପିମ୍ପୁଡ଼ି ନଯିବ
ଆଦର୍ଶ ଆଚାର ପଥେ, 
ବଡ଼ ବଡ଼ ମୂଷା, ତାକୁ ଭlରି ଆଶା 
(କରେ)ଭିତିରିଆ ଗାତ କେତେ ll
ନିଶା ବୋତଲରେ, ରୁହେନା ଆଦର୍ଶ 
ଦେଖି ତାକୁ ଡରି ଥରେ,  
ନଥିବା ଯାତରା, ସମାଜରେ ପରା 
ଅନାଦର୍ଶ ଘରେ ଘରେ ll
ରୀତି ନୀତି ସବୁ, ହୁଏ ବାଟବଣା 
ଆଖି ଥାଉ ଅନ୍ଧ କିଏ, 
ମେଞ୍ଚେ,କେଞ୍ଚେ,ପାଇ, ନୀରବ ହୁଅଇ
ଆଦର୍ଶକୁ ଧୋଇ ପିଏ ll
ବାଡ଼ ଖାଇଯାଏ, ସବୁଜ ଫସଲ
ରକ୍ଷକ ଭକ୍ଷକ, ସିଏ, 
ଆପଣା ସ୍ୱାର୍ଥର, ମହା ଯଜ୍ଞଟିରେ 
ଆଦର୍ଶ ଆହୁତି ହୁଏ ll
ପରକୁ କହିବା, ସହଜିଆ ବାବା 
କରିବା ଦୁଃସହ କଥା , 
ଆଦର୍ଶ ଆଚାର, ଗହନ ବେଭାର 
ନିଷ୍ଠୁର ବନ୍ଧୁର ରାସ୍ତା ll
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 
ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର,
ଜିଲ୍ଲା-ଗଜପତି ଓଡିଶା, 761206

Related posts

ଖୁଣ୍ଟିଆ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ରାଉରକେଲା – ସାହିତ୍ୟଘର ସହରର ଚରିତ୍ର ସହ ସଂପର୍କର ସେତୁ …..

Leave a Comment

error: Content is protected !!