ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭିଜିଲାନ୍ସ ଜାଲରେ ଢେ଼ଙ୍କାନାଳ ଡିଏସପି ଅଭିନବ ଡ଼ାଳୁଆ 

ଢେ଼ଙ୍କାନାଳ -: ଆଜି ଅର୍ଥାତ 30.08.2022 ରେ ଶ୍ରୀ ଅଭିନବ ଡାଲୁଆ, ଡିଏସପି ତଥା ସଦର ଥାନା ଦାୟୀତ୍ବ ରେ ଥିବା ବେଳେ ପରିବହନ ବ୍ୟବସାୟକୁ ସୁଗମ କରିବା ପାଇଁ ଅଭିଯୋଗକାରୀ (କୋଇଲା ପରିବହନକାରୀ) ଙ୍କ ଠାରୁ 30,000 / – ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ସମୟ ରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି।  ତତ୍ ସହ ଶ୍ରୀ ଡାଲୁଆ ଙ୍କ ଠାରୁ ନଗଦ ୩0,000 / – ଟଙ୍କା ଜବତ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀଯୁକ୍ତ ଡାଲୁଆଙ୍କ ସରକାରୀ ବାସ ଭବନ ଓ ପୈତୃକ ଗୃହ ଜଟଣୀ ରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।ଏହିପରି ଭାବେ 8 ଟି ସ୍ଥାନରେ ଭିଜିଲାନସ୍ ପକ୍ଷରୁ ଏକକାଳୀନ ଅନୁସନ୍ଧାନ ଚାଲିଛି |ଏହି ସଂପର୍କରେ, ଭିଜିଲାନ୍ସ ସେଲ୍ PS କେସ୍ ନଂ 6 ତାରିଖ 29.08.2022 u / s 7 P.C ସଂଶୋଧନ ଅଧିନିୟମ, 2018 ପଞ୍ଜିକୃତ ହୋଇଛି। ଏତଦ୍ ବ୍ୟତୀତ ଶ୍ରୀ ଡାଲୁଆଙ୍କ ବିରୋଧରେ ଅନୁସନ୍ଧାନ ଚାଲିଛି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ୍

Related posts

ସରସ୍ୱତୀ ଶିଶୁ ମନ୍ଦିର, ନବରଙ୍ଗପୁର ଠାରେ ଗୁରୁଦିବସ ପାଳିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଅର୍ଧେନ୍ଦୁ ଦାସ ଙ୍କୁ ଗିରଫ ପ୍ରତିବାଦ ଓ ନିସର୍ତ ଖଲାସ ଦାବିରେ ରାଜ୍ୟପାଳ ଙ୍କୁ ଦାବିପତ୍ର

Leave a Comment

error: Content is protected !!