ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ ସୁରକ୍ଷା କମିଟି ପକ୍ଷରୁ ୮ଦଫା ଦାବିପତ୍ର ପ୍ରଦାନ

ନବରଙ୍ଗପୁର—ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟ୍ଟା, ସାରିୟାଭଟ୍ଟା , ଲକଟିପଖନା, ତିନୋଟି ଗ୍ରାମବାସୀଙ୍କ ତିରିଶ ଏକର ରୁ ଉର୍ଦ୍ଧ୍ବ ଏକର ମକା ଫସଲ ନଷ୍ଟ ଘଟଣା ରେ ଜଙ୍ଗଲ ସୁରକ୍ଷା କମିଟି ତରଫରୁ ଜିଲ୍ଲାପାଳ ଙ୍କୁ ୮ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଏନେଇ ଉମରକୋଟ ବ୍ଲକ ଅନ୍ତର୍ଗତ ଭିଏସଏସ ତଥା ଏଫଆରସି ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ତରଫରୁ ଶହ ଶହ ମହିଳା ଓ ପୁରୁଷ ନବରଙ୍ଗପୁର ସହର ଚାଉଁରିଆଗୁଡା ଛକ ନିକଟରୁ ଏକ ରାଲ୍ଲୀ ରେ ବାହାରି ସହର ପରିକ୍ରମା କରି ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ଠାରେ ଚାଲିଥିବା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ପହଞ୍ଚି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । କମିଟି ତରଫରୁ ବାରମ୍ବାର ଅନୁରୋଧ ପରେ ମଧ୍ୟ ଆଇନର ଖିଲାପ କରି ତିନୋଟି ଗ୍ରାମବାସୀ ଜଙ୍ଗଲ ନଷ୍ଟ କରି ସେଠାରେ ମକା ଚାଷ କରିଥିଲେ ଯାହାକୁ ନେଇ ସେମାନେ ଉତକ୍ଷିପ୍ତ ହୋଇ କେବଳ ବେଆଇନ ଭାବେ ଲଗାଯାଇଥିବା ମକା ଫସଲ ନଷ୍ଟ କରିଥିବା ସ୍ୱୀକାର କରିବା ସହିତ କାହାର ଘରେ କିମ୍ବା ଅସ୍ଥାୟୀ କୁଡ଼ିଆରେ ନିଆଁ ଲଗାଇବା ଘଟଣା କୁ ମନା କରିଛନ୍ତି । ଗ୍ରାମବାସୀ ମାନେ ଅନ୍ୟ ଲୋକ ର ପ୍ରରୋଚନାରେ ନିଜେ ନିଜେ ନିଜ କୁଡ଼ିଆରେ ଓ ଫସଲ ରେ ନିଆଁ ଲଗାଇ ତିନୋଟି ଗ୍ରାମବାସୀ ଙ୍କ ଉପରେ ଦୋଷ ଲଦି ଦେଉଥିବା ଅଭିଯୋଗ କରିଛନ୍ତି । ଏଥିସହ ସେହି ବ୍ୟକ୍ତି ବିଶେଷ ଙ୍କ ସହାୟତାରେ ତିନି ଗ୍ରାମବାସୀ ଙ୍କ ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ସେମାନଙ୍କ ମକା ଫସଲ ନଷ୍ଟ କରିଥିବା ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରି ନିଜ ଦୋଷ ଲୁଚାଇବା ପାଇଁ ଚାପ ପ୍ରୟୋଗ କରିବାକୁ ଚେଷ୍ଟା ଚଳାଇଥିବା ଅଭିଯୋଗ କରିଛନ୍ତି । ତେଣୁ ଘଟଣାରେ ଗ୍ରାମବାସୀ ଙ୍କୁ ଆଇନକୁ ଭାଙ୍ଗି ଜଙ୍ଗଲ ନଷ୍ଟ କରିବାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି ସଂଘ । ନଚେତ ସେମାନେ ଆଉ ଜଙ୍ଗଲ ସୁରକ୍ଷା କରିବେ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି । ଅପରପକ୍ଷରେ ନବରଙ୍ଗପୁର ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରି ଦାବି ଗୁଡିକୁ ପୁରଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ମସୀହା ନିୟୁଜ୍।

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଜୀବନଟା ଦୁଇ ଦିନ

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଶ୍ରୀୟାଚାଣ୍ଡାଳୁଣୀ

Sunil Chandra Nayak

ପ୍ଳାଷ୍ଟିକ ମୁକ୍ତ ଭାରତ ଏବଂ ଫିଟ୍ ଇଣ୍ତିଆ ଅଭିଯାନ

Sunil Chandra Nayak

Leave a Comment

error: Content is protected !!