ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଜୟ ଗଣେଶ

ଜୟ ଗଣେଶ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଜୟ ଗଣେଶ ବିଘ୍ନେଶ ଗିରିଜା ନନ୍ଦନ ପ୍ରଭୁ
ମମ ବିଘ୍ନ ବିନାଶାୟ ଗଣାଧିପତୟେ ନମଃ ll
ଜୟ ଜୟ ଗଣ ପତି ବିଘ୍ନ ବିନାଶକ
ଜୟ ଲମ୍ବୋଦର ରିଦ୍ଧି ସିଦ୍ଧିଙ୍କ ନାୟକ
ଜୟ ପାର୍ବତୀ ନନ୍ଦନ,
ଜୟ ଅଗ୍ରପୂଜ୍ୟ ଜୟ ଜୟ ଗଜାନନ ll
ଜୟ ଜୟ ବିଦ୍ୟା ବୁଦ୍ଧି ଜ୍ଞାନର ଭଣ୍ଡାର
ଜୟ କାର୍ତ୍ତିକେୟ ଭ୍ରାତା ଜୟ ଗଣେଶ୍ୱର
ଜୟ ଜୟ ଲଡୁହାରୀ,
ଜୟ ହେ ଶଙ୍କର ସୁତ ସର୍ବଶୁଭ କାରୀ…..(୨)
ଜୟ ମହାକାୟ ଜୟ ଜୟ ବକ୍ର ତୁଣ୍ଡ
ଜୟ ସର୍ଵ ସିଦ୍ଧି ଦାତା ଜୟ ଗଜମୁଣ୍ଡ 
ଜୟ ଜୟ ଅଗ୍ରପୂଜ୍ୟ,
ଜୟ ଇନ୍ଦୁର ବାହନ ପୂର୍ଣ୍ଣ କର କାର୍ଯ୍ୟ ll
ତୁମ ଚରଣରେ ନାଥ ଗଲି ହେ ଶରଣ
ଅଜ୍ଞାନ ତିମିର ନାଶି କର ପରିତ୍ରାଣ
ଏହି ମହୀ ମଣ୍ଡଳରେ,
ତୁମ କୃପା ଢାଳି ସାର କର ହେ ନରରେ ll

ଫୁଲବାଣୀ, କନ୍ଧମାଳ

Related posts

କେସିଙ୍ଗା ଏନଏସି ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ଗଉଡ ଙ୍କ ପରଲୋକ

ଖସିଗୁଡ଼ାରେ ଗଢିଲା ତିନି ଠାକୁରଙ୍କ ୩ ରଥ

ଭୋଟର ତାଲିକା ସଂଶୋଧନ ନିମନ୍ତେ ବୈଠକ

Sunil Chandra Nayak

Leave a Comment

error: Content is protected !!