ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ନିପା ତରଫରୁ ପାଷ୍ଟର କେୟାର ସମ୍ମିଳନୀ ଅନୁଷ୍ଠିତ

ନବରଙ୍ଗପୁର,୧/୯(ମନିସ୍) ନବରଙ୍ଗପୁର ଇଣ୍ଟର ଡ଼ିନମିନେସନାଲ ପାଷ୍ଟର ଆସୋସେସନ (ନିପା )ଆନୁକୂଲ୍ୟରେ ଏକ ଦିନିକିଆ ପାଳକ ସମ୍ମିଳନି ଆର, କେ, କଲୋନୀସ୍ଥିତ ବିବିଲିକାଲ ବାପଟିଷ୍ଟ ଚର୍ଚ୍ଚ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୂଖ୍ୟ ଅତିଥି ନିପାର ପ୍ରତିଷ୍ଠlତା ରେଭ୍ ଡ଼ଃ ପ୍ରମୋଦ କୁମାର ନାଗ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ସମ୍ମିଳନୀ କୁ ଉଦ୍ଘାଟନ କରିଥିଲେ l ପାଷ୍ଟର କେୟାର ମିନିଷ୍ଟ୍ରି ଇଣ୍ଟରନେସନାଲର ରାଷ୍ଟ୍ରୀୟ ସଂଯୋଜକ ରାଇଟ ରେଭ୍ ବିଶପ ମନ ମୋହନ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପବିତ୍ର ଧର୍ମଶାସ୍ତ୍ର ବାଇବେଲର କେତେକ ଅଂଶକୁ ପାଠ କରି ପାଳକ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ପାଷ୍ଟର କେୟାର ମିନିଷ୍ଟ୍ରି ବିଷୟରେ ଆଲୋକପାତ କରିଥିଲେ l ସମ୍ମାନୀୟ ଅତିଥି ଭାବେ କୋରାପୁଟର ରାଇଟ ରେଭ୍ ବିଶପ ରାଜେଶ ପାତ୍ର ପାଳକ ମାନଙ୍କୁ ଏକତା ସମ୍ବନ୍ଦରେ ଦୃଷ୍ଟି ଆକର୍ଷଣ କରିଥିଲେ l ବିଶପ ଦୁହେଁଙ୍କୁ ନିପା ଦ୍ଵାରା ଉପଢକୌନ ଦେଇ ସମ୍ମାନୀତ କରାଯାଇ ଥିଲା l ରେଭ୍ ଡ଼ଃ ଶାମୁଏଲ ଲିମା ମଞ୍ଚ ପରିଚାଳନା କରିଥିଲେ l ରେଭ୍ ଡ଼ଃ ଖ୍ରୀଷ୍ଟଦାନ ନାଗ ସ୍ୱାଗତ ସମ୍ଭଦ୍ଧନା ଓ ଧନ୍ୟବାଦ ଅର୍ପଣ କରିଥିଲେ l ରେଭ୍ ଗାବ୍ରିଏଲ ସେନାପତି ନିପାର ମହତ ଉଦ୍ଧେଶ୍ୟ ଓ ଲକ୍ଷ୍ୟ ବିଷୟରେ ପାଳକ ମାନଙ୍କୁ ଅବଗତ କରାଇଥିଲେ l ରେଭ୍ ପ୍ରଦୀପ କୁମାର ନନ୍ଦ ଶେଷ ଆଶ୍ରିବାଦ ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କ ଠାରେ ପ୍ରାର୍ଥନା କରିଥିଲେ l ଏଥିରେ ନବରଙ୍ଗପୁର ଇଣ୍ଟର ଡିନମିନେସନାଲ ପାଷ୍ଟର ଆସୋସେସନର ରେଭ୍ ପ୍ରଦୀପ କୁମାର ନନ୍ଦ ସଭାପତି, ରେଭ୍ ନବ କିଶୋର ଖୋସଲା ଉପସଭାପତି, ରେଭ୍ ଡ଼ଃ ଖ୍ରୀଷ୍ଟଦାନ ନାଗ ସାଧାରଣ ସମ୍ପାଦକ, ରେଭ୍ ଗାବ୍ରିଏଲ ସେନାପତି ଯୁଗ୍ମ ସମ୍ପାଦକ, ରେଭ୍ ଡ଼ଃ ଶାମୁଏଲ ଲିମା କୋଷା, ରେଭ୍ ସଂଜୀବ ମନବୋଧ ତାଲିମ ସମ୍ପାଦକ, ରେଭ୍ ଦିବାକର ଚେଟି ମିଶନ ଓ ଇଭାଞ୍ଜେଲିମ ସମ୍ପାଦକ, ରେଭ ସୁବାଷ ଚନ୍ଦ୍ର ରନ୍ଧାରୀ ଲିଟ୍ରେଚର ସମ୍ପାଦକ, ରେଭ୍ ସରୋଜ କୁମାର କର୍କରା ପବ୍ଲିକ ଆଣ୍ଡ ରିଲେସନ ସମ୍ପାଦକ, ରେଭ୍ ତେଜମୟ ଦଣ୍ଡିଆ ରିଲିଫ ସମ୍ପାଦକ, ରେଭ୍ କେଶବ ମୂର୍ତ୍ତି ଷ୍ଟାଟିଷ୍ଟିକ ସମ୍ପାଦକ, ରେଭ୍ ବାବୁଲା ପରିଚ୍ଛା ୟୁଥ ସମ୍ପାଦକ, ରେଭ୍ ସୁଜିତ କୁମାର ବାଘ ସୋସିଆଲ କନସେର୍ଣ ସମ୍ପାଦକ, ଉମରକୋଟ ବ୍ଲକର ସଂଯୋଜକ ରେଭ ବେନ୍ୟାମିନ ଉପାସି, ରାଇଘର ବ୍ଲକର ସଂଯୋଜକ ଭି, ଭୌରା ମୁଥୁ, ଡାବୁଗାଁ ବ୍ଲକର ସଂଯୋଜକ ରେଭ ବିପିନ କୁମାର ଡ଼ଙ୍ଗରୀ, ପାପଡାହାଣ୍ଡି ବ୍ଲକର ସଂଯୋଜକ ଗାବ୍ରିଏଲ କର୍କରା, ନବରଙ୍ଗପୁର ବ୍ଲକର ସଂଯୋଜକ ରେଭ ଜେପସନ ସୁନା, ମୁନିସିପାଲିଟିର ସଂଯୋଜକ ରେଭ ନିକୁଞ୍ଜ କର୍କରା, ତେନ୍ତୁଳୀଖୁଣ୍ଟି ବ୍ଲକର ସଂଯୋଜକ ପାଳକ ଜାବେସ୍ ଜୁନାଥନ ଖୁରା, ନନ୍ଦାହାଣ୍ଡି ବ୍ଲକର ସଂଯୋଜକ ରେଭ ସାଲେମ ରାଜୁ ଖୁରା ସହିତ ଶତାଧିକ ପାଳକ ଉପସ୍ଥିତ ଥିଲେ l

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ବାଲେଶ୍ଵରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ,ବନ୍ଦ କଲେ ଦରମା ଗଣିଲେ ଜୋରିମାନା

Sunil Chandra Nayak

ଧର୍ମଗଡ଼ ଚେମ୍ବର ଅଫ କମର୍ସ ପକ୍ଷରୁ ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ପ୍ରାତଃ ପ୍ରାର୍ଥନା

Sunil Chandra Nayak

Leave a Comment

error: Content is protected !!