ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ଶକ୍ତିପୀଠର ଶୁଭ ପୂଜନ କଲେ ବିଧାୟକ

ବାଲେଶ୍ଵର,୦୧/୯/୨୨- ପବିତ୍ର ଗଣେଶ ପୂଜାରେ ଦୁଇ ଶକ୍ତିପୀଠର ରୂପାନ୍ତକରଣ ନିମନ୍ତେ ସ୍ଥାନୀୟ ବିଧାୟକ କଲେ ଶୁଭ ପୂଜନ । ଖବର ସଂଗ୍ରହରୁ ଜଣାଯାଇଛି ଯେ, ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ଓ ବରଦା ପଞ୍ଚାୟତରେ ଅବସ୍ଥିତ ଦୁଇ ଶକ୍ତିପୀଠ । ମାଣତ୍ରୀ ପଞ୍ଚାୟତ ଜଳଙ୍ଗ-ଗଣ୍ଡିବେଡ ଗ୍ରାମରେ ଥିବା ମା ଚଣ୍ଡିମାତା ମନ୍ଦିର ଏବଂ ବରଦା ପଞ୍ଚାୟତ ବରଦା ଠାରେ ଥିବା ମା ଭଗବତୀ ମନ୍ଦିରର ରୂପାନ୍ତକରଣ ନିମନ୍ତେ ପବିତ୍ର ଗଣେଶ ପୂଜାରେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଶୁଭ ପୂଜନ କରିଛନ୍ତି । ରୂପାନ୍ତକରଣ ପ୍ରକ୍ରିୟାରେ କିପରି ଦୁଇ ଶକ୍ତିପୀଠର ସର୍ବବିଧ ଉନ୍ନତି ହୋଇପାରିବ ସେଥିପାଇଁ ବିଧାୟକ ମହୋଦୟ ଅହରହ ଚିନ୍ତାରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ମଞ୍ଚାସୀନ ଅତିଥି ମାନଙ୍କୁ ନେଇ ଚଣ୍ଡିମାତା ମନ୍ଦିର ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆଧ୍ୟାତ୍ମିକ ଭାବନା ଜୀବନକୁ ଶୃଙ୍ଖଳିତ କରିଥାଏ ବୋଲି ବିଧାୟକ ଭାଷଣରେ କହିଥିଲେ । ଏଥିସହିତ ଶକ୍ତିପୀଠର ଚତୁପାର୍ଶ୍ବ ପକ୍କା ପାଚେରୀ, ପରିସରରେ ଥିବା ସମସ୍ତ ଦେବାଦେବୀଙ୍କ ରୂପାନ୍ତକରଣ, ବାକି ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ ନିମନ୍ତେ ମାନ୍ଯବର ବିଧାୟକଙ୍କୁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଥିଲା । ସମସ୍ତ କାର୍ଯ୍ୟ ଧୀରେ ଧୀରେ ପୂର୍ଣ୍ଣାଙ୍ଗ ହେବ ବୋଲି ବିଧାୟକ କହିଥିଲେ । ପୂର୍ବତନ ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ଦାସଙ୍କ ଆୟୋଜନରେ ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା । ଶକ୍ତିପୀଠର ଏତାଦୃଶ୍ଯ କାର୍ଯ୍ୟ ପାଇଁ ଗ୍ରାମବାସୀ ମାନଙ୍କ ତରଫରୁ ବିଧାୟକଙ୍କୁ ପ୍ରଶଂସା କରାଯାଇଛି । ହେଲେ କୁପାରୀ-ରାଣୀତାଲ ମୁଖ୍ୟ ରାସ୍ତାରୁ ଶକ୍ତିପୀଠ ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଗମନାଗମନର ସୁବିଧା ନିମନ୍ତେ ରାସ୍ତାର ପ୍ରଶସ୍ତିକରଣ ଜରୁରୀ ଅଟେ । ଯଦି ଏହା ହୋଇପାରନ୍ତା ତେବେ ଶକ୍ତିପୀଠର ସୌନ୍ଦର୍ଯ୍ୟ ଆହୁରି ଅଧିକ ବୃଦ୍ଧି ପାଆନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭାବନୀ ପାଟଣା ବ୍ଲକ ଅଧିନସ୍ଥ ରିଷିଗାଁ ଉଚ୍ଚ ବିଦ୍ୟାଳୟରେ “ବେଟି ବଚାଓ ବେଟି ପଢ଼ାଓ” କାର୍ଯ୍ୟକ୍ରମ 

masiha

ଵହଳଦା ବ୍ଳକର ଟାଙ୍ଗରଯୋଡା ଗ୍ରାମରେ ବିଜେଡିର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

ବ୍ରାହ୍ମଣ ସମାଜ ଲାଞ୍ଜିଗଡ଼ ବ୍ଲକ କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!