ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଅଭିକର୍ତ୍ତା ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା

ଢେଙ୍କାନାଳ, କାମାକ୍ଷାନଗର 2/9/22 ସର୍ବ ଭାରତୀୟ ସ୍ତରରେ ଭାରତୀୟ ଜୀବନ ନିଗମ ଅଭିକର୍ତ୍ତl ମହାସଭା ମିଳିତ ଆନୁକୁଲ୍ୟରେ ଅଭିକର୍ତ୍ତା ମାନଙ୍କର ବିଭିନ୍ନ ଦାବିକୁ ପରିଚାଳନା ମଣ୍ଡଳିକୁ ଦିଆଯାଇଥିଲେ ମଧ୍ୟ ପରିଚାଳନା ମଣ୍ଡଳି ବିମା ନିଲାମ ଅଧିକାରୀ ଏହାର କୌଣସି ସମାଧାନ କରୁନାହାନ୍ତି, ଏଣୁ ବାଧ୍ୟ ହୋଇ ସର୍ବ ଭାରତୀୟ ଅଭିକର୍ତ୍ତା ମହାସଭା ଆନୁକୁଲ୍ୟରେ ସେପ୍ଟେମ୍ବର ୧ ତାରିଖ ଠାରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଧର୍ମଘଟ ଜାରି କରାଯାଇଛି । ଡାକରା କ୍ରମେ ସର୍ବଭାରତୀୟ ସ୍ତରରେ ସମସ୍ତ କାର୍ଯ୍ୟାଳୟ ସମ୍ମୁଖରେ ଅଭିକର୍ତ୍ତା ମାନେ ଧାରଣରେ ବସିଛନ୍ତି । ଢେଙ୍କାନାଳ ଶାଖା ତରଫରୁ ଏହି ଧାରଣା ଦିଆଯାଇଛି । ଏହି ଧାରଣରେ ସମସ୍ତେ ଅଭିକର୍ତ୍ତା ମାନେ ଯୋଗ ଦେଇଥିଲେ । ଯଦି ଏହି ଦାବି ପୁରଣ ନ ହୁଏ , ତେବେ ସଭିଏଁ ରାଜ ରାସ୍ତାକୁ ଓଲ୍ଲେଇବା ପାଇଁ ଚେତାବନୀ ଦେଇଛନ୍ତି। ଏହି ଧର୍ମଘଟ ରେ ଉଦୟ ନାଥ ମହାନ୍ତି । ଶଙ୍କର୍ଷଣ ରଥ, ଗୋବିନ୍ଦ ସତପତୀ ଓ ଶ୍ରୀକାନ୍ତ ଦାଶ, ରମେଶ ଚନ୍ଦ୍ର ସାମଲ, କାର୍ତ୍ତିକ ମହାରଣା,କ୍ଷିରୋଦ ପୃଷ୍ଟି, ଶିଶିର ବେହେରା ଓ ସମସ୍ତ ଅଭିକର୍ତ୍ତା ମାନେ ଯୋଗ ଦେଇଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

 

Related posts

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ପବିତ୍ର ରଥଯାତ୍ରା

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ମିଛ ମଣିଷ

Sunil Chandra Nayak

ନବ ନିର୍ବାଚିତ ତ୍ରିସ୍ତରୀୟ ପଞ୍ଚାୟତ ଓ ଏନ୍ ଏ ସି ସଦସ୍ୟ/ ସଦସ୍ୟାମାନଙ୍କୁ ବି ଏସ ଏ ପକ୍ଷରୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!