ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ରେ ଡେଙ୍ଗୁ ରହିତ ମାସ ପାଳନ ପାଇଁ ସଚେତନତା କର୍ମଶାଳା

ତେନ୍ତୁଳିଖୁଣ୍ଟି 02/09/ 22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଣ୍ଟି ଡେଙ୍ଗୁ ମାସ ପାଳନ ପାଇଁ ଏକ ସଚେତନତା କାର୍ମଶାଳା ଆୟୋଜନ କରାଯାଇ ଥିଲା। ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ଡାକ୍ତର ସମଲା ଇ ପ୍ରସାଦ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଡେଙ୍ଗୁ ଦାଉରୁ ଆମେ ରହୁଥିବା ତଥା କାର୍ଯ୍ୟ କରୁଥିବା ପରିସର ସଫାସୁତୁରା କରିବା ସହ ଅଳିଆ ଆବର୍ଜନା କୁ ତୁରନ୍ତ ନଷ୍ଟ କରିବା ଅବା ଆବାସିକ ସ୍ଥାନ ତଥା କାର୍ଯ୍ୟକ୍ଷେତ୍ର ଠାରୁ ଦୂରରେ ଫୋପାଡିବା କୁ ସଚେତନ କରିବାକୁ କୁହାଯାଇଥିଲା। ଡେଙ୍ଗୁ ମଶା ଙ୍କ ବ୍ରିଡିଂ ସମୟ ହେତୁ ଆମେ ଶୋଇବା ବେଳେ ମସାରି ବ୍ୟବହାର କରିବା ଉଚିତ। ମସାରି ନଥିଲେ କିଣି ବ୍ୟବହାର ଦିଗରେ ସଚେତନ କରିବାକୁ ପଡିବ। ଏଥିପାଇଁ ଡେଙ୍ଗୁ ଠାରୁ ଦୂରେଇ ରହିବା ର ବିଭିନ୍ନ ବିଷୟରେ ଶିକ୍ଷକ,ଅଙ୍ଗନବାଡ଼ି ଜର୍ମୀ,ଆଶା କର୍ମୀ ପଂଚାୟତ ପ୍ରତିନିଧି ଓ ସ୍ୱାସ୍ଥ୍ୟକର୍ମୀ ନିଜ କାର୍ଯ୍ୟକ୍ଷେତ୍ର ତଥା ନିଜ ଅଞ୍ଚଳରେ ସଚେତନ କରିଲେ ଡେଙ୍ଗୁ ରହିତ ମାସ ସଫଳ ହୋଇ ପାରିବ ବୋଲି ବକ୍ତା ମାନେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ ବିପି ଏମ ରଂଜନ ମିଶ୍ର,ଭି ବି ଡି ଟି ଏସ ତୃଷାମୟୀ ବେହେରା,ପି ଏଚ ଇ ଓ ରଂଜିତା ସାମଲ,ସି ଡି ପି ଓ ସୁରମା ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟାକୃଷ୍ଣା ମଞ୍ଜରୀ ବିଶୋଇ ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରି ନାୟକ ,ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରଦୀପ ଦାସ ଏ ବି ଇ ଓ ମୋହନ ମଧୁସୂଦନ ବାଘ ଉପସ୍ଥିତ ଥିଲେ। ବିଭିନ୍ନ ପଂଚାୟତ ର ସରପଞ୍ଚ , ଆଶା ଓ ଅଙ୍ଗନକର୍ମୀ ଙ୍କୁ ଡେଙ୍ଗୁ ଠାରୁ ଜନତା ଙ୍କୁ ବଞ୍ଚେଇବା ପାଇଁ ସେମାନଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଥିଲା।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଆସନ୍ତା ଜୁନ ମାସ ୧୭ ତାରିଖଠାରୁ କାର୍ଯ୍ୟକ୍ଷମ ହେବ ୬୪ ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ: ଗଣଶିକ୍ଷା ମନ୍ତ୍ରୀ

ରଞ୍ଜିତା ପତି ଙ୍କ କବିତା ରଜପାନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ତୁମେ କ’ଣ ସେଇ ବର୍ଷା?

Sunil Chandra Nayak

Leave a Comment

error: Content is protected !!