ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଗଜାନନ

 ଗଜାନନ

ଏକ ଦନ୍ତ ଗଜାନନ
ସର୍ବହାରୀ ଦୁଃଖ
ଭବ ଜଳେ ମୁଁ ଭାସୁଛି
ପ୍ରଭୁ ତୁମେ ରଖ
ମୂଷିକ ବାହାନେ ପ୍ରଭୁ
ଦିଶକି ସୁନ୍ଦର
ଅଗ୍ରପୂଜ୍ୟ ବିନାୟକ
ପିତା ତ ଶଙ୍କର।
ଗୈ।ରୀ ନନ୍ଦନ ପ୍ରଭୁ
ବିଦ୍ୟାର ଭଣ୍ଡାର
ବିଦ୍ୟାଦାତା ନାମ ତେଣୁ
ହୋଇଛି ପ୍ରଚାର
ସ୍ଥୁଳତନୁ ବକ୍ର ତୁଣ୍ଡ
ଚର୍ତୁଭୂଜ ଧାରୀ
ପାଶେ ଅଙ୍କୁଶ ଲଡୁ ଯେ
ହସ୍ତେ ଅଛ ଧରି
ଆନ ହସ୍ତରେ ଆଶିଷ
ଦେଉଛ ବିତରି
ବିଦ୍ୟା ବୁଦ୍ଧି ବଳେ କେବା
ହେବ ତୁମ ସରି।
         

      ନଗେନ୍ଦ୍ର କୁମାର ରାଉତ,

         ଉମରକୋଟ,ନବରଙ୍ଗପୁର।

Related posts

ନବରଙ୍ଗପୁର ରେ ପାଳନକଲେ ପ୍ରଧାନ ମନ୍ତ୍ରୀ ଙ୍କ ୭୨ତମ ଜନ୍ମ ଦିନ

Sunil Chandra Nayak

ପ୍ରଧାନ ଶିକ୍ଷକ ମହମ୍ମଦ ଅବଦୁଲ ବାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

ଜାତୀୟ ସ୍ତରରେ ଥୁଆମୂଳ ରାମପୁର ର ସଫଳତା

Sunil Chandra Nayak

Leave a Comment

error: Content is protected !!