ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ଗଣେଶ ପୂଜା, ଟୋକାଙ୍କ ମଜା

ଗଣେଶ ପୂଜା, ଟୋକାଙ୍କ ମଜା

ଜୟ କୁମାର ମିଶ୍ର

ଗଣେଶ ପୂଜାଟି, ପାଖେଇ ଆସିଲେ 
ଛାତି ଧଡ଼ ଧଡ଼ ହୁଏ, 
ଘରେ ଥାଇ ମୁହିଁ, ଗୃହହନ୍ଦୀ ହୋଇ 
ସମୟ କଟାଉ ଥାଏ ll
ଲୁଚି ଲୁଚି ଭlରେ,ବାହାରେ ମୁଁ ଘୁରେ
ସଉଦା କିରାଣୀ କରେ, 
ଧାରା ପଡିଗଲେ, ଶାଗୁଣା ପରାଏ 
ଚାନ୍ଦାଦଳ ପାଶେ ଘେରେ ll
ମନ ଇଚ୍ଛା ଚାନ୍ଦା, ନଦେଲେ ଟି ନିନ୍ଦା 
ଧମକ ଚମକ କେତେ, 
ନାଲି ନାଲି ଆଖି, କରେ ଭାରି ଦୁଃଖି 
ନିଷ୍ଠୁର ବଚନ ସାଥେ ll
ଘରଣୀ ତାଲିକା, ଚାନ୍ଦା ବାଣୀ ଡକା 
ଲାଗେ ବଜ୍ରସରି ମୋତେ, 
ମାସ ଶେଷ କାଳ, ଆଦାୟ ସମ୍ବଳ 
ଚଳୁଅଛି ଶୂନ୍ୟ ହସ୍ତେ ll
ସରି ପଙ୍ଗପାଳ, ହୋଇ ଦଳ ଦଳ 
ଦାଣ୍ଡ, ହାଟବାଟେ ଦେଖା, 
ପୂଜା ନାମ ଧରି, ସବୁ ଘୁରି ଘୁରି 
ମାଗୁଥାନ୍ତି ଚାନ୍ଦା ଭିକ୍ଷା ll
ସାହି ସାହି ଛକ, ଯେଉଁ ଗଳି ଦେଖ
ସବୁଠି ପୂଜା ମଣ୍ଡପ, 
 ଘର ଦ୍ୱାର ଛାଡି ,ଟୋକା ଯାନ୍ତି ମାଡି 
ରଖି ମନେ ଚାପତାପ ll
ଭକତି ଭାବନା, ମାଁ ଗଙ୍ଗାଙ୍କୁ ଜଣା 
ମଥା ଠାରୁ ଚିତା ବଳେ, 
ଠାକୁର ନାମରେ, ପୂଜାର ପ୍ରେମରେ 
ନୀତିରେ ଅନୀତି ଚଳେ, ll
ବାଜାଟି ବାଜିବ, କାନ ଫଟାଇବ
ବଢ଼ିବ ରକତ ଚାପ, 
ନିଦ୍ରା ହେବ ଦୂର, ଶବଦ ପ୍ରଖର  
ନାଚ ଗୀତ ବହୁରୂପ ll
ଆଲୋକର ମାଳା, କରୁଥିବ ଖେଳା 
ଝିଲ୍ଲୀମିଳି, ନlନାରଙ୍ଗେ, 
ବିଦ୍ଧି,ଓ ବିଧାନ,ଧର୍ମ କର୍ମ ମାନ 
ଇଚ୍ଛା ମୁତାବକ ସଙ୍ଗେ ll
ଭକତଙ୍କ ମେଳି, ମାଲ ପାଣି ଝଳି 
ପୁଡିଆ, ଗଂଜେଇ ଭାଙ୍ଗ, 
ଦେଶୀ ବିଦେଶୀର, ପଶି ସେ ଉଦର 
କାଢ଼ୁଥାଏ ନlନା ରଙ୍ଗ ll
ପୋଷାକଟି ଖସେ, ଅର୍ଦ୍ଧ ନଗ୍ନ ବେଶେ 
ଆଧୁନିକ ନାଚଗୀତ, 
ବିଗ୍ରହ ଆଗରେ, “କଳା”ସବୁ ଭାରେ 
ଝଲସାଇ ସବୁ ନେତ୍ର ll
ବଡ଼, ସାନ, ମାନ, ଶାଳୀନ, କୁଳିନ 
ହୁଏ ସବୁ ବାଟବଣା, 
ଲଜ୍ୟା ଓ ସଂକୋଚ,ଦାଣ୍ଡ,ବାଡ଼ି ବାଛ
ସବୁରେ ପରଦା ଟଣା ll
ବିସର୍ଜନ ପର୍ବ, ସେ ପରା, ଗଉରବ
ମାନ ସନମାନ କଥା, 
ବାଜିବଟି ଡିଜେ, ଗରାଖଟି ବିଜେ 
ସବୁ ସଜବାଜ ସାଥେ ll
ହେବ ଭୂଜିଭାତ, ହାତ ସାଥେ ହାତ 
ପୀରତିରେ କୋଳାକୋଳି, 
ଲଡ଼ୁଟି ନିଲାମ, ପ୍ରତିଯୋଗୀ ମନ 
ପଉରଷେ ଦେବ ବୋବାଳି ll
ଭାବ ପ୍ରବଣରେ, ଉଚ୍ଚ ମୂଲ୍ୟ ଧରେ
ହଜାରରୁ ଲକ୍ଷେ ଯାଏ, 
ଆଗାମୀ ବରଷ , ସଞ୍ଚିତର ଆଶ
ସମ୍ବଳ ସୁଯୋଗ ଦିଏ ll

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା 
ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର,
ଜିଲ୍ଲା-ଗଜପତି , ଓଡିଶା, 761206

Related posts

ଜଗଦୀଶ ଶତପଥୀ ଙ୍କ କବିତା ବାପୁ ତୁମେ ଫେରିଆସ

Sunil Chandra Nayak

ରାଇରଙ୍ଗପୁରରେ ବନବାସୀ ବୈଦ୍ୟ ସମ୍ମିଳନୀ ଆନୁକୁଲ୍ୟରେ ଧନ୍ବନ୍ତରୀ ଜୟନ୍ତୀ ପାଳିତ

Sunil Chandra Nayak

ଜଳସେଚନ ପାଇଁ ମେଗାଲିଫ୍ଟ ନିର୍ବାହି ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରିଲେ ମୂଷାପାଲି ପଞ୍ଚାୟତ ଚାଷୀ

Sunil Chandra Nayak

Leave a Comment

error: Content is protected !!