ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୋଟ ଆମ୍ବୁଲାନ୍ସ ମିଳିଲା କିନ୍ତୁ ମିଳିଲାନି 108 ଆମ୍ବୁଲାନ୍ସ କି ଖାତିଗୁଡା ପ୍ରକଳ୍ପ ଡାକ୍ତରଖାନାରେ ଚିକିତ୍ସା

ତେନ୍ତୁଳିଖୁଣ୍ଟି  ୦୩/୦୯/୨୨ ଆଜି ବିଛିନ୍ନାଂଚଳ ତଥା ଜଳବନ୍ଦୀ ଅଞ୍ଚଳ ପୋଡପଦର ଗ୍ରାମ ପଞ୍ଚାୟତ ର କାରବାଡି ଗ୍ରାମର ଟିମାଇ ମାଝୀ ଙ୍କୁ 108 ବୋଟ ଆମ୍ବୁଲାନ୍ସ ମିଳିଲା ପୋଡ଼ାଗଡ଼ ବନ୍ଧ ପର୍ଯ୍ୟନ୍ତ ଆସିଲେ। କିନ୍ତୁ ବହୁ ଘଣ୍ଟା ଚେଷ୍ଟା କରିବା ସତ୍ତ୍ୱେ 108 ଆମ୍ବୁଲାନ୍ସ ମିଳିଲାନି। ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି,ଖାତିଗୁଡା ଏପରିକି ନବରଙ୍ଗପୁର ରେ ରହୁଥିବା 108 ଆମ୍ବୁଲାନ୍ସ ଅନ୍ୟତ୍ର ଯାଇଥିବାରୁ ଉପଲବ୍ଧ ହୋଇ ପାରିଲାନି। ଶେଷରେ ଅଟୋ ଭଡା କରି ଖାତିଗୁଡା ସ୍ଥିତ ପ୍ରକଳ୍ପ ଡାକ୍ତରଖାନା କୁ ଝାଡା ବାନ୍ତି ତଥା ଜ୍ୱର ଆକ୍ରାନ୍ତ ଟିମାଇ କୁ ତା ସହ ଆସିଥିବା ସହଯୋଗୀ ଆଣିଥିଲେ। କିନ୍ତୁ ପ୍ରକଳ୍ପ ଡାକ୍ତରଖାନା ରେ ସର୍ବନିମ୍ନ ପ୍ରାଥମିକ ଚିକିତ୍ସା ମିଳି ପରିଲାନି। ଡାକ୍ତର ନଥିବାରୁ ଡାକ୍ତର ଖାନାରୁ ଫେରାଇ ଦେଇଥିଲେ। କିଛି ଉପାୟ ନ ପାଇ ଜନୈକ ସାମାଜିକ କର୍ମୀଙ୍କ ସହଯୋଗ ରେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ର ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରଦୀପ ଦାସ ଙ୍କ ସହ ଯୋଗାଯୋଗ କରିବା ପରେ ଅଟୋ ଭଡ଼ାକରି ଆସ ସେ ଭଡା ଦେଇଦେବେ କହିବା ରୁ ଟିମାଈ କୁ ଅଟୋ ରିକ୍ସା ରେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ ଜେନ୍ଦ୍ର ନେବା ବ୍ୟବସ୍ଥା ସହ ସେଠାରେ ଖିଆ ପିଆ ପାଇଁ ଚାଉଳ ଓ ବାସନ କୁସନ ଯୋଗାଇ ଦେଇଥିଲେ ପୋଡପଦର ଅଞ୍ଚଳ ର ଜନୈକ ବ୍ୟକ୍ତି। ଟିମାଇ ବର୍ତ୍ତମାନ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସାଧୀନ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଦାମୀ କାରରୁ 76 କେଜି ଗଞ୍ଜେଇ ଜବତ 3ଗିରଫ 

Sunil Chandra Nayak

ଆଦରମଣି ପ୍ରଧାନ ଙ୍କ ଗଳ୍ପ ଶୂନ୍ୟ ପଥର ସହଯାତ୍ରୀ

Sunil Chandra Nayak

ଖଡ଼ିଆଳ – ମତ ଦାନ ଶାନ୍ତି ପୂର୍ଣ

Sunil Chandra Nayak

Leave a Comment

error: Content is protected !!