ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

କେଉଁ ପଥେ ଯିବି କିଏ ଦେବ ବାଟ
    ଏକା ସେହି ମୋ ଭରସା
କାଳିଆ ଚାହିଁଛି ହାତଠାରି ଡାକେ
  ତୋ ନାମେ କରି ବେଉସା।
ସଂସାର ଜଞ୍ଜାଳ ସଂକଟ ହେଉଛି
   ନାହିଁ ନିଯୁକ୍ତି ବ୍ୟବସ୍ଥା
ଚଳିବି କେମିତି ରହିବି କେମିତି
     ପ୍ରଭୁ ଖୋଲ କର୍ମ ସଂସ୍ଥା।
ତୋ ନାମ ଜପୁଛି ତୋ ନାମ ଭଜୁଛି
   କହ ମୋତେ କର୍ମ ସଂସ୍ଥା
ସେହି ପଥେ ଯିବି ତୋ ନାମ ଧରିକି
   ପାରି କର ଧନୀ ଚିନ୍ତା।
କାହାକୁ କେମିତି ପୁଳାଏ ଦେଉଛ
   ମୋ ପାଇଁ ହୁଅନ୍ତୁ ଦୟା
ଆଖିର ଲୁହରେ ଶରୀର ଭିଜୁଛି
   ପ୍ରଭୁ ହୁଅ ଥରେ ସାହା।
ତୋ ବାନା ଚାହିଁ କି ରହିଛି ଅନାଇ
   ଦେବେ କେବେ ଶୁଭ ଫଳ
ସେହି ଆଶା ଧରି ଭରସା କରିଛି
       ପ୍ରଭୁ ମୋ ହୃଦୟ ବଳ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ତୀର୍ଯ୍ୟକ

ସାହିତ୍ୟ ଅଗଣା

Sunil Chandra Nayak

ଶିକ୍ଷକ ଙ୍କ ବିୟୋଗରେ ଶୋକ

Sunil Chandra Nayak

Leave a Comment

error: Content is protected !!