ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା ଅନୁଷ୍ଠିତ

ନବରଙ୍ଗପୁର—(ମନିସ) ନୂଆଖାଇ ପର୍ବର ୪/୫ ଦିନ ପରେ ନବରଙ୍ଗପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଉକ୍ତ୍ ଗରଣ୍ଡି ଯାତ୍ରା ଅନୁଷ୍ଟିତ ହେଉଥିବା ବେଳେ ଡାବୁଗାଁ ବ୍ଲକ ଅନ୍ତର୍ଗତ ସରାଗୁଡା ଗ୍ରାମର ଗାଁ ଗହଳିରେ ପାଳିତ ହୋଇଥିଲା ଏଇ ପୁରାତନ ପରମ୍ପରାର ଗରଣ୍ଡି ଯାତ୍ରା। ଆଷାଢ଼ ମାସ ଗୁଣ୍ଡିଚା ଯାତ୍ରା ସମୟରେ ଗ୍ରାମର ଯୁବକ ଏବଂ କିଶୋର ମାନେ ଜଙ୍ଗଲ ରୁ କାଠ ଆଣି ଗରଣ୍ଡି ପ୍ରସ୍ତୁତ କରିଥାନ୍ତି। ଏହା ୧୦ରୁ୧୨ ଫୁଟ ପର୍ଜ୍ୟନ୍ତ ଉଚ୍ଚ ଦୁଇଟି କାଠରେ ପେଡାଲ ସହିତ ତିଆରି କରି ସେଥିରେ ଚଢି ଯୁବକ ଏବଂ କିଶୋର ମାନେ ଚାଲିବା ସହ ବିଭିନ୍ନ ଖେଳ କୌଶଳ ଦେଖାଇବା ସହିତ ଗ୍ରାମର ପଡ଼ିଆ ରେ ଥିବା ଭଙ୍ଗା ହାଣ୍ଡି କାଚ କୁ ପଡ଼ିଆରୁ ଏଥିରେ ଚଢ଼ି ସଫା କରିଥାନ୍ତି। ଏମାନଙ୍କ ଖେଳ କୌଶଳ ଦେଖି ଲୋକେ ବେଶ୍ ଆନନ୍ଦ ଅନୁଭବ କରିଥାନ୍ତି। ନୁଆଁଖାଇର ୪/୫ ଦିନ ପରେ ଯୁବକ ମାନେ ଏଥିରେ ଚଢ଼ି ଘର ଘର ବୁଲି ଏକ ପ୍ରକାର ଗରଣ୍ଡି ଗୀତ ଗାଇ ଧାନ ଚାଉଳ ମାଗିଥାନ୍ତି। ଲୋକ ଶ୍ରଦ୍ଧା ରେ ଟଙ୍କା ଚାଉଳ ଦେଇ ଥାନ୍ତି। ଘର ଘର ବୁଲି ମାଗି ଥିବା ଧାନ ଚାଉଳ କୁ ଗ୍ରାମର ବାହାରେ ନେଇ ଭୋଜିଭାତ କରି ଖାଇବା ସହ ଗରଣ୍ଡି କୁ ସେଠାରେ ସୁନ୍ଦର ଭାବରେ ସଜାଇ ପୂଜା ପାଠ କରିଥାନ୍ତି। ଗ୍ରାମର ଯୁବକ ସଦସ୍ୟ ମାନଙ୍କ ମଧ୍ୟରୁ ପଦମସାୟ,ଚମ୍ପୁ,ମଙ୍ଗରାଜ,ଲାଇବାନ, ସହଦେବ,ସନପତ, ଉପସ୍ଥିତ ଥିଲେ। ଏବର୍ଷ ନୂଆଖାଇ ସହ ଗରଣ୍ଡି ଯାତ୍ରା ପର୍ବ ଖୁସିର ସହିତ ପାଳିତ ହୋଇଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର  ଙ୍କ କବିତା ସତ୍ୟମ୍- ଶିବମ୍-ସୁନ୍ଦରମ୍

Sunil Chandra Nayak

କବିତା ସଙ୍କଳନ’ ସ୍ନିଗ୍ଧ ଶିଶିର ‘ ଲୋକାର୍ପିତ

Sunil Chandra Nayak

ତୁଳସୀପଦରରେ ସରପଞ୍ଚଙ୍କ ଦ୍ଵାରା ଅସ୍ଥାୟୀ ପୋଲ ନିର୍ମାଣ

Sunil Chandra Nayak

Leave a Comment

error: Content is protected !!