ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖବର ପ୍ରସାରଣ ପରେ ବି ଚେତିଲାନି ପ୍ରଶାସନ, ଶହିଦ ମିନାରକୁ ସଫା କଲେ ଖବରଦାତା  

ପାପଡାହାଣ୍ଡି,4/9, ମନିସ – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ଶହୀଦ ମିନାର ଠାରେ ବ୍ଲକ ଖବରଦାତା ସଂଘ ତରଫରୁ ରବିବାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଏନ. ଜନାର୍ଦନ ରାଓଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ଯୋଗ ଦେଇଥିଲେ । ଗତ ଅଗଷ୍ଟ 24 ତାରିଖରେ ଜିଲ୍ଲା ପ୍ରଶାସନ ତରଫରୁ ସହିଦ ସ୍ମୃତି ଦିବସ ପାଳିତ ହୋଇଥିଲା | କିନ୍ତୁ ପରବର୍ତୀ ପର୍ଯ୍ୟାୟରେ ମିନାର ପରିସରରେ କୁଢ଼ କୁଢ଼ ମଇଳା ସହ ମହାପୁରୁଷ ଏବଂ ଶହୀଦ ମିନାରରେ ଶୁଖିଲା ଫୁଲ ମାଳ ଝୁଲିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବି ପ୍ରଶାସନ କିଛି ପଦକ୍ଷେପ ନେଇ ନ ଥିବାରୁ ବାଧ୍ୟ ହୋଇ ଖବରଦାତା ସଙ୍ଘ ଏହି ସଫେଇ କାର୍ଯ୍ୟକ୍ରମ କରିଥିଲେ | ମିନାର ପରିସର ରେ କୁଡ଼ କୁଡ଼ ଆବର୍ଜନା ଓ ମଦ ବୋତଲ ପଡିରିହିଥିବା ରୁ ଏହାର ପରିବେଶ ଅସୁନ୍ଦର ହୋଇପଡ଼ିଥିଲା । ବ୍ଲକ ସଙ୍ଘ ଶହୀଦଙ୍କୁ ସାମ୍ମାନ ଜଣେଇ ଶହୀଦ ପରିସର କୁ ସଫେଇ କରିଥିଲା । ଏହି ସଫେଇ କାର୍ଯ୍ୟକ୍ରମ ବ୍ଲକ ଉପାଧ୍ୟାକ୍ଷ୍ର ସୁଶାନ୍ତ ବେହେରା ଯୋଗ ଦେଇ ଖବର ଦାତା ମାନଂକୁ ଉତ୍ସାହ ବଢ଼ାଇଥିଲେ | ସମ୍ପାଦକ ନନ୍ଦ କୁମାର ବିଷୋୟୀ, ଗୌତମ ଆଗୱାଲ, ପ୍ରବୀଣ ସତାନାମୀ, ତ୍ରିନାଥ ଅମନାତ୍ୟ,ଏମ ଡି ଗୁଫରାନ, ସିଦ୍ଧାର୍ଥ ଜୋଏଲ, ଦିପୁ ଦାସ, ଗୁରୁପ୍ରସାଦ ପଣ୍ଡା, କିଶୋର ବିଷୋୟୀ, ଓମ ପ୍ରକାଶ ଦାସ,ଶୈକ ମୁସ୍ତାକ, ବିଜୟ ନାୟକ ସମାଜସେବୀ ଶ୍ରୀକାନ୍ତ ମିଶ୍ର, ଭି. ବିକାଶ ରାଓ, ରାଜକିଶୋର ରାଓ, , ରଞ୍ଜନ ମହାଙ୍କୁଡ଼ ପ୍ରମୁଖ ସହଯୋଗ କରିଥିଲେ । ସଙ୍ଘର ଏପରି କାର୍ଯ୍ୟକୁ ସ୍ଥାନୀୟରେ ପ୍ରଶଂସା କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ମାଓ ହମଲାରେ ୩ ସି ଆର୍ ପି ଏଫ୍ ଯବାନ ସହିଦ

Sunil Chandra Nayak

ଗୋଆରେ ଥିବା ଆନ୍ତର୍ଜାତିକ କରାଟେ ଚାମ୍ପିଅନସିପରେ ଥୁଆମୂଳ ରାମପୁର କୋଶଳ କରାଟେ ସ୍କୁଲର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିବେ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ AE ଙ୍କୁ ଅନ୍ଯତ୍ର ବଦଳି ଦାବି ନେଇ BDO ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!