ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅହିଂସା ର ବାର୍ତ୍ତା ପହଞ୍ଚିାଉଛି ରଥ , ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନଙ୍କ ଦ୍ବାରା ଭବ୍ୟ ସ୍ୱାଗତ

ରାଉରକେଲା: 04/09/22: ସ୍ଵାଧୀନତା ର 75 ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ଯ ସାରା ଅହିଁସା ରଥ ପରିକ୍ରମା କରୁଅଛି I ଏହି କ୍ରମରେ ଗତ 2 ତାରିଖ ଦିନ ସୁନ୍ଦରଗଡ଼ ଜିଲ୍ଲାରେ ଏହି ରଥ ଗୁଡିକ ପ୍ରବେଶ କରିସାରିଛି। ରବିବାର ଦିନ ରଥ ଗୁରୁଣ୍ତି ଆ, ଲାଠିକଟା ,କୁଆରମୁଣ୍ଡା, ବିରମିତ୍ରପୁର, ନୁଆଗାଁ ଓ,ବଣାଇଁ ବ୍ଲକ ପରିକ୍ରମା କରିଛି।

କୁଆରମୁଣ୍ଡା : ଅହିଂସା ରଥକୁ ଜମୁନାଢିପା ରେ ଭବ୍ୟ ସ୍ବାଗତ କରାଗଲା। ଏହା ପକେ ବ୍ଲକ କାଯ୍ଯାଳୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ଯକ୍ଷ ଶ୍ରୀମତି ଜ୍ୟୋତି କେରକେଟା , ଉପାଧ୍ୟକ୍ଷ ସୁନିତା ଅହିର, ସମିତି ସଭ୍ଯ ନେଭିଲ କେରକେଟା, ବିଡିଓ ତ୍ୁପ୍ତି ବରେଇ, ପଦ୍ମପୁର ସରପଂଚ ଦିଲ୍ଲିପ ଏକ୍କା ଓ କୁମ ଝର ସରପଂଚ ବାତ୍ଯା ଲାକ୍ରା , କୁଆରମୁଣ୍ଡା ସରପଂଚ ରାଜେଶ ହାଂସଦା,ଏବିଡିଓପ୍ରଶାନ୍ତ ଜେନା ,ଡବ୍ଲୁ ଇଓ ଅଭିଜିତ ପ୍ରଧାନ ଓଏଲଏମ ବିପି ଏମ ପ୍ରସନ୍ନ ମୋଦି ଉପସ୍ଥିତ ଥିଲେ। ଏକଲବ୍ୟ ଆବାସିକ ବିଦ୍ୟାଳୟ ତଥା ତୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ନତ୍ୟ ଓ ସଂଗିତ ପରିବେଷଣ କରି ଥିଲେ।

ଲାଠିକଟା – ଲାଠିକଟା ବ୍ଲକ୍ ରେ ମଧ୍ୟ ଅହିଁସା ରଥ କୁ ବିଭିନ୍ନ ପାରମ୍ପରିକ ଆଦିବାସୀ ନାଚ ଗୀତ ମାଧ୍ୟମରେ ରଥ କୁ ସ୍ଵାଗତ କରା ଯାଇଥିଲା I ଦେଓକରଣ ସରକାରୀ ବିଦ୍ୟାଳୟ ପରିସରରେ ଅୟୋଜିତ କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ, ରଘୁନାଥ ପାଲି ଶ୍ରୀ ସୁବ୍ରତ ତରାଇ, ଅତିରିକ୍ତ ଉପଜିଲ୍ଲାପାଳ,ପାନପୋଷ ଶ୍ରୀମତୀ ସରୋଜିନୀ କୁଲ୍ଲୁ, ବିଡିଓ ମନସ୍ଵିନୀ ଦାସ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟ, ସରପଞ୍ଚ, ସ୍ଵୟମ ସହାୟକ ଗୋଷ୍ଠୀ ର ସଭ୍ୟ, ଛାତ୍ରଛାତ୍ରୀ ଆଦି ଉପସ୍ଥିତ ଥିଲେ I

ଗୁରୁଣ୍ଡିଆ  – ଅହିଁସା ରଥ କୁ ଗୁରୁଣ୍ଡିଆ ବ୍ଲକ ରେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା I ଜନତା ଉଚ୍ଚ ବିଦ୍ୟାଳୟ, ବାଙ୍କୀ ଠାରେ ଅୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଳ ଲାକ୍ରା, ବ୍ଲକ ଉପାଧ୍ୟକ୍ଷ ଲାଲା ଓରାମ୍, ସରପଞ୍ଚ, ବଇଓ ଏବିଡିଓ,ଡବ୍ଲୁ ଇ ଓ ବ୍ଲକ ର ଅନ୍ୟାନ୍ୟ ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀ ଆଦି ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମବୋଧକ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା I ସେହିପରି ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଜରାସିନି ବୁଡ . BDO Bernadeth ଲାକ୍ରା, ସମିତି ସଭ୍ୟ, ସରପଞ୍ଚ, cdpo ,ABEO, ସ୍ଵୟମ ସହାୟକ ଗୋଷ୍ଠୀ ର ସଭ୍ୟ, ଗ୍ରାମବାସୀ, ଛାତ୍ରଛାତ୍ରୀ ଆଦି ଉପସ୍ଥିତ ଥିଲେ. I

ବିରମିତ୍ରପୁର ରେ ମଧ୍ଯ ବ୍ଲକ ଉପାଧ୍ୟକ୍ଷ ନିବେଦିତା ବାଗେ ଓ ସିଟି ମିଶନ ମ୍ୟାନେଜର ସୁପ୍ରିମ ଲେଙା ଓ୍ବାର୍ଡ କାଉନସିଲର ଉପସ୍ଥିତ ରହି ମୁନିସିପାଲିଟି ଅଫିସ ପରିସର ରେ ଥିବା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମା ରେ ମାଲ୍ୟାର୍ପଣ କରି ଥିଲେ।

ନୂଆଗାଁ: ନୂଆଗାଁ ରେ କରଡେଗା ରେ ମଧ୍ଯ ବିପୁଳ ଜନସମାଗମ ମଧ୍ଯ ରେ ରଥ କୁ ସ୍ବାଗତ କରାଗଲା। ବ୍ଲକ ବିଭିନ୍ନ ଗ୍ରାମ ପଂଚାୟତ ର ଗ୍ରାମ ବାସୀ ମାନେ ମଧ୍ଯ ରାସ୍ତା ର ଉଭୟ ପାଶ୍ବରେ ଫୁଲ ଦେଇ କି ସ୍ବାଗତ ଜଣାଇଲେ। ନୂଆଗାଁ ବ୍ିଡିଓ ବକ୍ରାନି କିସପଟା, ଅଧ୍ଯକ୍ଷ ବଶ୍ବାସୀ ଟପ୍ପୋ, ଉପାଧ୍ୟକ୍ଷ ଇନ୍ଦ୍ରିସ କୁଲା, ପିଇଓ କୁର ଡେଗା ରଂଜିତ ବିଶ୍ବାଳ ଏବିଡିଓ ସମରେନ୍ଦ୍ର କୁମାର ସର ଉପସ୍ଥିତ ଥିଲେ।

ବଣାଇଁ : ଆଜି ସର୍ବ ପ୍ରଥମେ ବଣାଇଁ ବ୍ଲକ ଅନ୍ତର୍ଗତ କେନାଭେଟା ପଞ୍ଚାୟତରେ ରଥ ପଂହଚିବା ପରେ କାର୍ଯ୍ୟକ୍ରମ ଆୟୋଜନ କରାଗଲା ଏଥିରେ ମୁଖ୍ୟ ଅତିଥି ଭାବେ ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ ଯୋଗ ଦେଇ ଥିବା ବେଳେ ସ୍ଥାନୀୟ ସରପଞ୍ଚ ପ୍ରେମ ଜାନୀ କିସାନ ତଥା ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହିଥିଲେ । ସେହିପରି ବଣାଇଁଗଡ ସହରସ୍ଥିତ ବହୁମୂଖୀ ଖେଳ ପଡିଆ ଠାରେ ଆଜାଦିକୀ ଅମୃତ ମହୋତ୍ସବ ପାଳିତ ହୋଇଥିବା ବେଳେ ଜିଲ୍ଲାପରିଷଦ ଉପସଭାପତି କମଳ ଲାକ୍ରା, ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ,ବଣାଇଁ ବିଡିଓ ସ୍ୱଦୀପ କୁମାର ଟପ୍ପୋ, ବଣାଇଁ ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା କିସାନ,ବଣାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନିଲ ମୁଣ୍ଡୁ, ବଣାଇଁ ବ୍ଲକ ଉପାଧ୍ୟକ୍ଷ ବିନିତା ବେହେରା, ସ୍ଥାନୀୟ ସରପଞ୍ଚ ଅନିତା ନାଗ, ଜିଲ୍ଲାପରିଷଦ ସଭ୍ୟ ବୀର ବିଚିତ୍ର ସେନ ନାୟକ, କେନ୍ଦ୍ରିକଳା ପଞ୍ଚାୟତର ସରପଞ୍ଚ ଉଗ୍ରସେନ କିସାନ ପ୍ରମୁଖ ଉପସ୍ଥିତ ରହି ସ୍ବାଧୀନତା ସଂଗ୍ରାମୀ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବଣାଇଁ ଜନସାଧାରଣ ତଥା ସରକାରୀ ଅଧିକାରୀମାନେ ଯୋଗ ଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଭାରତରେ ୮ ବର୍ଷରେ ୨୦ ହଜାର ବର୍ଗ କିମି ଜଙ୍ଗଲ ବଢ଼ିଛି: ନରେନ୍ଦ୍ର ମୋଦୀ

ଲାଠିକଟା ମହିଳା କୃଷକ ଉତ୍ପାଦକ ସଂଗଠନ ର ପଞ୍ଜିକରଣ ପ୍ରକ୍ରିୟା ଶେଷ.

Sunil Chandra Nayak

ସମାଜସେବୀକା ସରସ୍ୱତୀ ମାଝୀଙ୍କୁ ମିଳିଲା ରମାଦେବୀ ସମ୍ମାନ 

Sunil Chandra Nayak

Leave a Comment

error: Content is protected !!