ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ଆଜି ନୂଆଖାଇ

ଆଜି ନୁଆଁ ଖାଇ

ଜୟ କୁମାର ମିଶ୍ର 

ଆଜି ନୁଆଁ ଖାଇ, ଗଣ ପରଵଟି 
ଆନନ୍ଦ ଉଲ୍ଲାସ କୋଠା, 
ମାଆ ଭଉଣୀଏଁ, ଲାଗି ପଡିଛନ୍ତି 
ଗଢ଼ିବାକୁ ମିଠା, ପିଠା ll
ଭଳି, ଭଳି କେତେ, ବ୍ୟଞ୍ଜନ ହେଉଛି 
କେତେ ଭାତ, ତରକାରୀ, 
ନବ ଧlନ୍ୟରେ, ହୁଏ ଘରେ ଘରେ 
ଚୁଡା, ଚାଉଳରେ କ୍ଷୀରି ll
କେତେ ନାଚ ଗୀତ, ଖେଳର ସହିତ 
ମଉଜ, ଓ ପରିହାସ 
ପିତୃ ପୁରୁଷଙ୍କୁ, ପିଣ୍ଡଦାନ ତାଙ୍କୁ 
ଶ୍ରାଦ୍ଧ ଓ , ଶ୍ରଦ୍ଧାରେ ତୋଷ ll
ଗୁରୁଙ୍କୁ ପ୍ରଣାମ, ଦଣ୍ଡବତ ଜlଣ
କେତେ ଭକ୍ତି ହାବଭାବ, 
କେତେ ଯେ କଲ୍ୟାଣ, ଆଶୀଷଟି ପୁଣ
ମଥାରେ ବରଷା ହେବ ll
ସମଲେଇ ପୀଠ , ସେଠି ଭେଟ ଘାଟ 
ଜୁହାର ମୁଣ୍ଡିଆ କେତେ, 
କେତେ କୋଳାକୋଳି, ଅଭିମାନ ଝଳି 
ଆନ୍ତରିକ ହୃଦ ଚିତ୍ତେ ll
ନବୀନ, ପୋଷାକ, ହୁଏ ଝକ ଝକ 
ସବୁରି ଦେହରେ ରହି, 
ପିଲା ବୁଢ଼ା ଟୋକା, ଟୋକି ବୋହୂ ପୁଅ 
ବୁଢ଼ା ବୁଢ଼ୀ ହୃଦେ ଥାଇ ll
ଭାଇଚାରା ପର୍ବ, ଦିଏ ବଳ ଦମ୍ଭ 
ସେତୁ,ହେତୁ,ସମ୍ପର୍କର, 
ସେନେହ ମମତା, ସରାଗ କ୍ଷମତା
ଏକ, ଏକତାର ଘର ll
ସଂସ୍କାର ସଭ୍ୟତା, ସେହି ଶିକ୍ଷା ଦାତା 
ସେଇ ହୁଏ ଗୁରୁ ବାରେ  
କେତେ ଯେ ଶିଖାଏ, ବାଟକୁ ଦେଖାଏ  
ଆଦର ସଭିଙ୍କୁ କରେ ll
ନୁଆଁ ପୁରୁଣାର, ପର୍ବ ମିଳନର 
କାନେ ମନେ କହି ଥୁଏ,
ବରଷକୁ ଥରେ, ହୁଏ ଆନଦରେ 
କେତେ ଦେଇ ନେଇ ଯାଏ ll 
ସରଳ ତରଳ, ଭାବ ସାଵଲୀଳ
ସଞ୍ଜମ, ସଂଭ୍ରମ ଶିକ୍ଷା, 
ସବୁରି ମନରେ, ସବୁରି କାନରେ 
ଦେଇ ଦେଇ ହେଉ ସଖା ll
ନୁଆଁ ଖାଇ ପର୍ବ, ସବୁରି ଗରବ 
ସବୁରି ଆଦର୍ଶ ଭେଟ, 
ଓଡିଶା ମାଟିର, ଓଡ଼ିଆ ଚିତ୍ତର 
ଅଭୁଲା ସ୍ମୃତିର ଘାଟ ll

ଜୟ କୁମାର ମିଶ୍ର,

ଗ୍ରାମ-ବୁଦୁରା 
ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର,
ଜିଲ୍ଲା-ଗଜପତି , ଓଡିଶା, 761206

Related posts

ଥୁଆମୂଳ ରାମପୁର -: ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ପ୍ରଶାସନର ତନଘନା ତଦନ୍ତ

ଜୁନାଗଡ଼ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ୩୧ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

ବ୍ଲକ ସ୍ତରୀୟ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!