ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଲତା ଙ୍କ କବିତା ନୂଆଖାଇ ଜୁହାର

 ନୂଆଖାଇ ଜୁହାର

               ପ୍ରେମଲତା

ମା ସମଲେଇ ପଦେ ଜୁହାର
  ଭାଦ୍ରବ ରେ ନୂଆଖାଇ ତିହାର
     ଦୁଃଖ ହାରିଣୀ କରୁଣାମୟୀ
 ଦୟାରେ ତୋହର ଭରୁ ସଂସାର। 
 ଆବାହନୀ ମା ଧାନ କେଣ୍ଡାର
 କୁରେଇ ପତ୍ରରେ ନୂଆ ଅନ୍ନର
ଧରଣୀରାଣୀ ମଉଡମଣୀ
 ଶାଳ ପତ୍ରେ ସଜା ପିଠା ପଣାର। 
ନୂଆଖାଇ ଭେଟଭାଟ ଜୁହାର
ପଶ୍ଚିମ ଓଡିଶା ଖୁସିମୁଖର  
ସମଲେଶ୍ଵରୀ ବିପଦହାରୀ
 ପରଶିଦେଉ ମାଗୋ ମୁଖେ ଆହାର। 
ମାଦଳ ତାଳେ ମହୁରୀ ଢୋଲ
 ଡାଲ୍ ଖାଇକେତେ ସପନ ସ୍ୱର
  ଦେଉ ମା ଖଞ୍ଜି ମନକୁ ରଞ୍ଜି
  ଝରି ଝରାଇ ନୂଆ ଆଶିଷ ଧାର।
ପାତର ନାହିଁ ବଡସାନର
  ତୁହି ମା ଭୁଇଁ ବନଲତାର
  ସୂର୍ୟ୍ଯ ଉଇଁ ପାହାଡ ଛୁଇଁ
  ଗଣ ପର୍ବରେମା କୋଟି ଜୁହାର।

Related posts

କୁକୁର ପଲ ଆକ୍ରମଣରେ ୨୦ ମେଣ୍ଢା ମୃତ

ସବୁ ପଞ୍ଚାୟତରେ ନାହିଁ ବ୍ୟାଙ୍କ: ରାଜ୍ୟରେ ୫୬୦୭ ବ୍ୟାଙ୍କ ଶାଖା ଓ ୭୪୬୧ ଏଟିଏମ୍‌ ଥିବା ସୂଚନା

Sunil Chandra Nayak

କଂଗ୍ରେସ ପକ୍ଷରୁ ଗୁଡ଼ାରୀ ବିଜ୍ଞାପତ ଅଂଚଳ ନିର୍ବାଚନ ପାଇଁ ଜୋରଦାର ପ୍ରଚାର

Sunil Chandra Nayak

Leave a Comment

error: Content is protected !!