ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ନୂଆଖାଇ

ନୂଆଖାଇ

ନଳିନୀ ପ୍ରଭା ମିଶ୍ର

ଅଞ୍ଚଳ ବିଶେଷେ ବାର ମାସେ 
  ତେର ପର୍ବ ପାଳନର ନୀତି
ତା’ ମଧ୍ୟେ ପଶ୍ଚିମାଞ୍ଚଳ ନୂଆ
  ଖାଇ ପର୍ବ ଲଭିଛି ସୁଖ୍ୟାତି।
ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିଟି
  ନୁଆଖାଇ ପର୍ବ ପାଇଁ
ଉଣେଇଶ ଏକାନବେ ମସିହାରୁ
  ସ୍ଵୀକୃତି ଲଭି ଅଛି 
ପ୍ରଥମ ଅମଳ ଶାଳି ଧାନ ଠାରୁ
  ଚାଉଳେ କ୍ଷୀରି ରନ୍ଧନ 
ମା ସମଲେଇ ଇଷ୍ଟ ଦେବୀ ପାଶେ
  ନୈବେଦ୍ୟ ହୁଏ ଅର୍ପଣ।
ଦୂର ଦୂରାନ୍ତ ରୁ ବନ୍ଧୁ ପରିଜନ
  ନୂଆ ଖାଇ ଭେଟ ଭାଟ
ପରସ୍ପର ସ୍ନେହ ମୈତ୍ରୀ ରଜ୍ଜୁ ର
   ଭାବ ହୁଏ ପରି ସ୍ପୁଟ।
ଦୋକାନ ବଜାର ଗହଳି ଚହଳି
  ନୂଆଁ ଖାଇ ଉପଲକ୍ଷେ
ଆନନ୍ଦ ମୁଖର ହୁଅଇ ସ଼ହର
  କିଣା ବିକା ର ସମ୍ମୁଖେ।
ଖିଆ ପିଆ ଦିଆ ନିଆ ର ଭିତରେ
  ନବ ବସ୍ତ୍ର ପରିଧାନ
ମହା ସମାରୋହେ ପଶ୍ଚିମ ଅଞ୍ଚଳେ
  ପର୍ବ ହୁଅଇ ପାଳନ।
ନୁଆଖାଇ ଆମ ଓଡ଼ିଶା ମାଟିର
  ଅଟେ ଏକ ଗଣ ପର୍ବ
କୃଷିର ମହତ୍ତ୍ଵ କର ଇ ସମୃଦ୍ଧି
  ବଢ଼ାଇଛି ଗୋୖରବ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଧାନ ତଳି କିଆରୀ ରେ ଭାରତ ଆଜାଦି ର ଅମୃତ ମହୋତ୍ସବ ଚିତ୍ର

Sunil Chandra Nayak

ବେଦ ଭୂଷଣ, ଆଇଏଏସ,ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆଜି ଦାୟିତ୍ଵ ଗ୍ରହଣ କଲେ

Sunil Chandra Nayak

Leave a Comment

error: Content is protected !!