ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରସ୍ୱତୀ ଶିଶୁ ମନ୍ଦିର, ନବରଙ୍ଗପୁର ଠାରେ ଗୁରୁଦିବସ ପାଳିତ

ନବରଙ୍ଗପୁର:(ମନିସ) ସହର ମଧ୍ୟସ୍ଥ ଦାରୁବନ୍ଧସାହି ଠାରେ ଥିବା ସରସ୍ଵତୀ ଶିଶୁ ମନ୍ଦିରରେ ପବିତ୍ର ଗୁରୁ ଦିବସ ଉତ୍ସବ ଏକ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ପାଳିତ ହୋଇଯାଇଛି I ସୁଶ୍ରୀ ରେଣୁକା ଆଚାର୍ଯ୍ୟଙ୍କ ଦ୍ୱାରା ଅତିଥି ପରିଚୟ ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ନବରଙ୍ଗପୁର, ସୁପ୍ରିୟା ନାୟକଙ୍କ କରକମଳରେ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇ କାର୍ଯ୍ୟକ୍ରମଟିର ଶୁଭାରମ୍ଭ କରାଯାଇଥିଲା I ବିଦ୍ୟାଳୟର ସଭାପତି ମାନନୀୟ ଚନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ଦ୍ଵାରା ଉପଢୌକନ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀଙ୍କ ଦ୍ଵାରା ମାନପତ୍ର, କୋଷାଧ୍ୟକ୍ଷଙ୍କ ଦ୍ଵାରା ସ୍ମୃତିଚିହ୍ନ ଓ ପର୍ଯ୍ୟାୟ ପ୍ରମୁଖ ପ୍ରଦାନ କରାଯାଇଥିଲା। ଏହାପରେ ଶିଶୁମାନଙ୍କଦ୍ଵାରା ପବିତ୍ର ଗୁରୁପୂଜନ କରାଯାଇ ମୁଖ୍ୟ ଅତିଥିଙ୍କୁ ସମ୍ମାନିତ କରାଯାଇଥିଲା I ସ୍ଥାନୀୟ ପରିଚାଳନା ସମିତି, ପୂର୍ବଛାତ୍ର ଓ ଶିଶୁ ଭାଇଭଉଣୀମାନଙ୍କ ଦ୍ଵାରା ସମସ୍ତ ଗୁରୁଜୀଗୁରୁମାଙ୍କୁ କରାଯାଇ କାର୍ଯ୍ୟକ୍ରମଟିକୁ ମହାସମାରୋହରେ ପାଳନ କରାଯାଇଥିଲା I ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ଶ୍ରୀଯୁକ୍ତ ଦେବେନ୍ଦ୍ର ଧାକଡଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା I ଶେଷରେ ବିଷ୍ଣୁପ୍ରିୟା ମହାପାତ୍ରଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇଥିଲା। I

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ପାଞ୍ଚ ମାସ ହେଲା ବୃନ୍ଦାବତୀ ପାଈ ନାହାନ୍ତି ବାର୍ଦ୍ଧକ୍ୟ ଭତ୍ତା

Sunil Chandra Nayak

ରାୟଗଡା ସହରର ପୌରାଧ୍ଯକ୍ଷ ପଦବୀ ପାଇଁ ପ୍ରମୁଖ ଦଳର ନାମାଙ୍କନ ପତ୍ର ଦାଖଲ

Sunil Chandra Nayak

ବେଣୁଧର ସୂତର ଙ୍କ କବିତା ବସନ୍ତ ଯାଇଛି ଫେରି 

Sunil Chandra Nayak

Leave a Comment

error: Content is protected !!