ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରସାମ୍ୟ ହରାଇ ଓଲଟି ପଡିଲା ପ୍ଲାଏବାର୍ଡ ବଝେଇ ପିକ୍ଓପ୍ ଭେନ୍

ନବରଙ୍ଗପୁର–(ମନିସ) ନବରଙ୍ଗପୁର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ତାରାଗାଁ ଛକ ନିକଟରେ ଏକ ପ୍ଲାଏବୋର୍ଡ ବୋଝେଇ ପିକ୍ଓପ୍ ଭେନ୍ ଭାରସାମ୍ୟ ହରାଇ 26 ନମ୍ବର ଜାତୀୟ ରାଜପଥ ରାସ୍ତା ପାର୍ଶ୍ୱରେ ଓଲଟି ପଡିଛି |ସୂଚନା ମୁତାବକ ଗାଡି ନମ୍ବର ସିଜି 04 ଏମଏସ୍ 8256 ପିକ୍ଓପ୍ ଭେନ୍ ଟି ରାୟପୁର ରୁ ପ୍ଲାଏବୋର୍ଡ ବୋଝେଇ ନବରଙ୍ଗପୁର ଅଭିମୁଖେ ବାହାରିଥିଲା | ରାତି ପ୍ରାୟ 12ଟା ବେଳେ 26 ନମ୍ବର ଜାତୀୟ ରାଜପଥ ତାରାଗାଁ ଛକ ନିକଟରେ ଗାଡି ସମ୍ମୁଖରେ ହଠାତ ଏକ ଅଜଣା ଜନ୍ତୁ ଆସିଯିବାରୁ ଡ୍ରାଇଭର ଭାରସାମ୍ୟ ହରାଇବା ଫଳରେ ରାସ୍ତା ପାର୍ଶ୍ୱରେ ପିକ୍ଓପ୍ ଭେନ୍ ଟି ଓଲଟି ପଡିଥିଲା | ଗାଡିଟି ରେ ବୋଝେଇ ହୋଇଥିବା ପ୍ଲାଏବୋର୍ଡ ରାସ୍ତା ଓ ରାସ୍ତା ପାର୍ଶ୍ୱରେ ଛିଟିକି ପଡିଥିଲା | ଗାଡିର ଡ୍ରାଇଭର ଓ ହେଲ୍ପର ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ରାସ୍ତା କଡ଼ରେ ଥିବା ପାନ ଦୋକାନ ସମ୍ମୁଖ ଛପର ଏବଂ ଏକ କୁଡ଼ିଆ ପ୍ଲାଏବାର୍ଡ ମାଡ଼ରେ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି |

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

କର୍ଲାମୁଣ୍ଡା ଜୋନ୍ ‘ଖ’ରେ କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ ବିଜୟୀ

Sunil Chandra Nayak

ଭିନ୍ନକ୍ଷମ ଯୁବତୀଙ୍କୁ ପ୍ରେମ ପ୍ରତାରଣା :  ଧୋକା ଦେଇ ଜେଲ୍ ଗଲେ ଯୁବକ

ଧର୍ମଗଡ ବ୍ଲକ ରେ ମିଶନ ଶକ୍ତି ଋଣ ମେଳା

Sunil Chandra Nayak

Leave a Comment

error: Content is protected !!