ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନାତନ ଆଧ୍ୟାତ୍ମିକ ସାହିତ୍ୟ ସଂସଦ ତରଫରୁ ଲମ୍ବୋଦର ସେବା ସମ୍ମାନ ପ୍ରଦାନ

କଟକ : ସନାତନ ଆଧ୍ୟାତ୍ମିକ ସାହିତ୍ୟ ସଂସଦ ତରଫରୁ ଲମ୍ବୋଦର ସେବା ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି ।ଗଣେଶ ଚତୁର୍ଥୀ ପାଳନ କରିଥିବା ଅନୁଷ୍ଠାନର ଆଧ୍ୟାତ୍ମିକ କାର୍ଯ୍ୟ ଶୈଳୀକୁ ବିଚାରକୁ ନିଆଯାଇଥିଲା । ଆଧ୍ୟାତ୍ମିକ ଚେତନାକୁ ଉଜାଗର କରିବାକୁ ଆଞ୍ଚଳିକ ଶାନ୍ତି ଶୃଙ୍ଖଳା ଭିତରେ ଗଣପତି ଙ୍କ ଚତୁର୍ଥୀ କୁ ମହା ଆଡ଼ମ୍ବରରେ ଅନୁଷ୍ଠାନ ପାଳନ କରିଥିଲେ । ବିଦ୍ୟାର ଆଦ୍ୟ ଦେବତାଙ୍କ ପୂଜାର୍ଚ୍ଚନା ମାଧ୍ୟମରେ ଭାଇଚାରାର ପରମ୍ପରାରେ ସମସ୍ତ ସଦସ୍ୟବୃନ୍ଦ ବାନ୍ଧି ହୋଇଛନ୍ତି । ସାମାଜିକ ଚିନ୍ତା ଏବଂ ଚେତନାକୁ ପରିବର୍ତ୍ତନ କରିବା ପାଇଁ ଅନୁଷ୍ଠାନର ଆଧ୍ୟାତ୍ମିକ ସେବା କାର୍ଯ୍ୟ ପ୍ରଣିଧାନଯୋଗ୍ୟ ଥିଲା । ସହନଶୀଳତା ଏବଂ ଭାତୃତ୍ୱର ମୂଲ୍ୟବୋଧ ଭିତରେ ଏହି ଅନୁଷ୍ଠାନ ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଛନ୍ତି । ଏହି ଅବସରରେ ଛଅ ଗୋଟି କ୍ଳବ୍ କୁ ଲମ୍ବୋଦର ସେବା ସମ୍ମାନ ପ୍ରଦାନ କରାଯାଇଛି ।ଅରୁଣଦୋୟ କ୍ଲବ, ମଣିସାହୁ ଛକ, ଗଡଗଡିଆ ଖଟି , ପ୍ରଥମ ଚାନ୍ଦି ମେଢ଼, ବାପୁଜୀ କ୍ଳବ୍ କଟକହିନ୍ଦୁ ସେନା ଗଣେଶ କମିଟି, ଜୟଦୂର୍ଗା କ୍ଲବ, ଗୌରୀ ଶଙ୍କର ପାର୍କ, ରେଡ୍ ଇଗଲ କ୍ଳବ୍, ମାଛୁଆ ବଜାର । ଗଣେଶ କମିଟିର ସଭାପତି ଏବଂ ସମ୍ପାଦକଙ୍କୁ ମାନପତ୍ର, ଟ୍ରଫି, ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରି ହଜାର ହଜାର ଭକ୍ତ, ସାହିବାସିନ୍ଦା, ବୁଦ୍ଧିଜିବୀ ଏବଂ କ୍ଲବ ସଦସ୍ୟଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପ୍ରତିଷ୍ଠାତା ଏବଂ ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟ, ମୁଖ୍ୟ ଅତିଥି ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ବରେଣ୍ୟ ଅତିଥି ପଣ୍ଡିତ ନୀଳକଣ୍ଠ ରାଉତ, ସମ୍ମାନିତ ଅତିଥି ବିରେନ୍ଦ୍ର ଜେନା, ସମ୍ମାନିତ ଅତିଥି ଭାବେ ଭରତ ମିଶ୍ର ଯୋଗ ଦେଇଥିଲେ । ବୁଦ୍ଧିଜିବୀ ଏହି ଲମ୍ବୋଦର ସେବା ସମ୍ମାନ ଅନୁଷ୍ଠାନର ମନୋବଳ ବୃଦ୍ଧି କରିବ ବୋଲି ମତବ୍ୟକ୍ତ କରିଥିଲେ ।

Related posts

ମନ୍‌ କି ବାତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର

Leave a Comment

error: Content is protected !!